ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ଟୁରରେ ଯାଇପାରିନଥିଲେ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୬ ଫେବୃଆରୀରୁ ଏକଦିବସିୟ ଓ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି। ସିରିଜ ପୂର୍ବରୁ ଭାରତ ପାଇଁ ଖୁସି ଖବର ପହଁଚିଛି ଅଧିନାୟକ ରୋହିତ ଶର୍ମା ଏନସିଏରେ ଫିଟନେସ ଟେଷ୍ଟ କରିଦେଇଛନ୍ତି। ମାନେ ସେ ୱେଷ୍ଟଇଣ୍ଡିଜ ସିରିଜରେ ଖେଳିବେ। ରବିନ୍ଦ୍ର ଜାଡେଜାଙ୍କୁ ନେଇ ଏବେ ଠିକ ସେ କୁହାଯାଇପାରୁନି। ତାଙ୍କ ଠିକ ହେବାକୁ ଆହୁରି ମଧ୍ୟ ସମୟ ଲାଗିପାରେ। ଜାଡେଜା ମଧ୍ୟ ଦକ୍ଷିଣ ଆଫ୍ରିକା ଟୁରରେ ଯାଇପାରିନଥିଲେ। ଏକଦିବସିୟ ସୁପର ଲିଗକୁ ଦେଖି ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ଅଟେ।

ଇନସାଇଡ଼ ସ୍ପୋର୍ଟସର ଖବର ଅନୁସାରେ ରୋହିତ ଶର୍ମା ଫିଟନେସ ଟେଷ୍ଟ ପାସ କରିଛନ୍ତି ଓ ସେ ଚୟନକର୍ତାଙ୍କ ସହ ଟିମକୁ ନେଇ ଚର୍ଚ୍ଚା କରିବେ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ରୋହିତ ଶର୍ମା ଫିଟନେସ ଟେଷ୍ଟ ପାସ କରିଛନ୍ତି ଓ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି। ସବୁ ଖେଳାଳି ୱେଷ୍ଟଇଣ୍ଡିଜ ସହ ସିରିଜ ପୂର୍ବରୁ ଫିଟନେସ ଟେଷ୍ଟ ପାଇଁ ବାଙ୍ଗାଲୋର ଯିବେ। ସିରିଜ ପୂର୍ବରୁ ଅହମ୍ମଦାବାଦରେ ଟିମର ଏକ ଛୋଟ କ୍ୟାମ୍ପ ଲାଗିବ। ପ୍ରଥମ ଏକଦିବସିୟ ୬ ଫେବୁଆରୀକୁ ଖେଳାଯିବ।
ଜାଡେଜା ଏବେ ପୁରା ଫିଟ ନାହାଁନ୍ତି:ଅନ୍ୟ ପଟେ ରବିନ୍ଦ୍ର ଜାଡେଜା ଏବେ ମଧ୍ୟ ହେବାକୁ ଲାଗିଛନ୍ତି। ସେ ପୁରା ଫିଟ ଏବେ ପର୍ଯ୍ୟନ୍ତ ହୋଇନାହାଁନ୍ତି। ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସରେ ସେ ଶ୍ରୀଲଙ୍କା ବିରୁଦ୍ଧରେ ଘରୋଇ ଟେଷ୍ଟ ସିରିଜ ସମୟରେ ଫେରିପାରନ୍ତି। ଯଦି ଏବେ ସେ ଏହି ସିରିଜ ଖେଳିବେନି ତେବେ ଆଇପିଏଲ ୨୦୨୨ରେ ହିଁ ଓହ୍ଲାଇବେ। ଆଇପିଏଲ ୨୦୨୨ ପାଇଁ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ୧୬ କୋଟିରେ ରିଟେନ କରିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କୁ ୧୨ କୋଟିରେ ରିଟେନ କରାଯାଇଛି। ଜାଡେଜା ଅଧିନାୟକ ହୋଇପାରନ୍ତି ଚେନ୍ନାଇ ସୁପର କିଙ୍ଗସର ଏହାର ନେଇ ଚର୍ଚ୍ଚା ମଧ୍ୟ ଚାଲିଛି।

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ସିରିଜରେ ଅନେକ ଯୁବ ଖେଳାଳିଙ୍କୁ ମୌକା ମିଳିପାରେ। ଏଥିରେ ହର୍ଷଲ ପଟେଲଙ୍କ ଠୁ ନେଇ ଆବେଶ ଖାନଙ୍କ ପର୍ଯ୍ୟନ୍ତ ନାମ ଆସୁଛି। ଏହା ଛଡା ଋଷି ଧୱନ ଓ ସାହରୁଖ ଖାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।