କୋହଲିଙ୍କୁ ପଛରେ ପକାଇ ବିରଳ ରେକର୍ଡ ରଚିଲେ ହିଟମାନ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟି-୨୦ରେ ଯଦି ୩୭ ରନ କରିଦେବେ ସେ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ରନ କରିବା ବ୍ୟାଟ୍ସମ୍ୟାନ ହୋଇଯାଇଥାନ୍ତେ ଏବଂ ସେ ହୋଇଯାଇଛନ୍ତି।

Google

ରୋହିତ ଶର୍ମା ଟି-୨୦ ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ଅଧିକ ରନ କରିବା ମାମଲାରେ ତୃତୀୟ ସ୍ଥାନରେ ଥିଲେ। ତାଙ୍କର ମୋଟ ୩୨୬୩ ରନ ଥିଲା। ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗପଟିଲ ଥିଲେ, ତାଙ୍କର ୧୧୨ ପାରିରେ ୩୨୯୯ ରନ ଅଛି। ଏହା ପରେ ୩୨୯୬ ରନ ସହ ପୂର୍ଵ ଭାରତୀୟ ଅଧିନାୟକ ବିରାଟ କୋହଲି ତୃତୀୟ ସ୍ଥାନରେ ଥିଲେ।

ରୋହିତ ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟି-୨୦ରେ ୩୪ ରନ କରିବାର ଥିଲା ଏବଂ ସେ ଏହା ଠୁ ଅଧିକ କରି ଭାରତ ପାଇଁ ଏହି ଫର୍ମାଟରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ଏହି ସମୟରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇଦେଇଛନ୍ତି।

Google

ଟି-୨୦ ସିରିଜରେ ଯଦି ରୋହିତ ୧୨ ଟି ଛକା ମାରିଦେବେ ସେ ମାର୍ଟିନ ଗପଟିଲଙ୍କୁ ପଛରେ ପକାଇଦେବେ। ମାର୍ଟିନ ଗପଟିଲଙ୍କ ନାମରେ ୧୬୫ ଅଛି ଓ ସେ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ରୋହିତ ୧୨୨ ମ୍ୟାଚରେ ୧୫୪ ଛକା ସହ ଦ୍ୱିତୀୟ ନମ୍ବରରେ ଅଛନ୍ତି।

ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟି-୨୦ ମ୍ୟାଚରେ ୬୩ ରନ କରି ରୋହିତ ଟି-୨୦ କ୍ରିକେଟରେ ଅଧିନାୟକ ରୂପରେ ୧୦୦୦ ରନ ପୁରା କରିପାରନ୍ତି। ଏପରି କରିବା ସେ ଦୁନିଆର ତୃତୀୟ ଖେଳାଳି ହେବେ। ଏହି ସମୟରେ ରୋହିତଙ୍କର ଟି-୨୦ ଅଧିନାୟକ ରୂପରେ ୨୫ ମ୍ୟାଚରେ ୯୩୭ ରନ ଅଛି।

Google

ରୋହିତ ଶର୍ମା ୧୨୨ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ୪ ଟି ଶତକ ଓ ୨୬ ଅର୍ଦ୍ଧଶତକ ମାରିଛନ୍ତି। ଏଥିରେ ତାଙ୍କ ନାମରେ ୨୯୦ ଚୌକା ଓ ୧୫୪ ଛକା ଅଛି। ଏହି ସମୟରେ ସେ ୪୮ ଟି କ୍ୟାଚ ମଧ୍ୟ ଧରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *