ରୋହିତଙ୍କ ନାମରେ ବିରଳ ରେକର୍ଡ! ଧୋନୀଙ୍କ ସହ ବରାବରୀ କଲେ ହିଟମାନ!

ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଟିମ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତିନୋଟି ମ୍ୟାଚର ଟି-୨୦ ସିରିଜ ୩-୦ରେ ନିଜ ନାମରେ କରିଦେଇଛି। ଭାରତ ସିରିଜର ଶେଷ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୭ ରନରେ ହରାଇଦେଇଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ଆଇସିସି ଟି-୨୦ ଇଣ୍ଟରନେସନାଲ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ପୂର୍ଵ ୬ ବର୍ଷରେ ପ୍ରଥମ ଥର ଏହି ସ୍ଥାନ ହାସଲ କରିଛି। ଏହା ପୂର୍ବରୁ ଭାରତୀୟ ଟିମ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଏହି ସ୍ଥାନ ହାସଲ କରିଥିଲା। ରୋହିତ ଟିମ ଇଣ୍ଡିଆକୁ ଟପରେ ପହଁଞ୍ଚାଇଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ ଅଟନ୍ତି।

Google

ୱେଷ୍ଟଇଣ୍ଡିଜ ସହ ସିରିଜରେ କ୍ଲିନ ସୁଇପ କରିବାର ଅର୍ଥ ଟିମ ଇଣ୍ଡିଆର ରାଙ୍କିଙ୍ଗରେ ଏବେ ୨୭୦ ଅଙ୍କ ହୋଇଯାଇଛି। ଇଂଲଣ୍ଡ ଟିମ ୩୯ ମ୍ୟାଚରେ ୨୭୯ ଅଙ୍କ ସହ ଶୀର୍ଷରେ ଥିଲା। ଆଇସିସି ତରଫରୁ ନୂତନ ରାଙ୍କିଙ୍ଗସ୍ ସୋମବାରକୁ ଜାରିହେବ। ଏହା ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଅଧିକାରୀକ ରୂପରେ ନମ୍ବର ୧ରେ ପହଁଞ୍ଚିଜିବ।ଶେଷ ଥର ଭାରତୀୟ ଟିମ ୩ ମଇ ୨୦୧୬ କୁ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଟପରେ ପହଁଚିଥିଲା। ଟିମ ଇଣ୍ଡିଆ ୧୨ ଫେବୃଆରୀରୁ ୩ ମଇ ପର୍ଯ୍ୟନ୍ତ ଏହି ସ୍ଥାନରେ ରହିଥିଲା।

ସୂର୍ଯ୍ୟକୁମାର ଓ ଭେଙ୍କଟେସ ଅୟର କଲେ ୯୧ ରନର ପାର୍ଟନରସିପ:

ତୃତୀୟ ଟି-୨୦ କଥା କହିବା ତ ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେସ ଅୟରଙ୍କ ସୁନ୍ଦର ପାରି ଦ୍ଵାରା ୧୮୬ ରନ କରିଥିଲା।ଦୁହେଁ ୫ ମ ୱିକେଟ ପାଇଁ ୯୧ ରନର ପାର୍ଟନରସିପ କରିଥିଲେ। ୱେଷ୍ଟଇଣ୍ଡିଜ ତରଫରୁ ନିକୋଲସ ପୁରନ ତୃତୀୟ ଅର୍ଦ୍ଧଶତକ ମାରିଥିଲେ। ଭାରତ ପାଇଁ ପ୍ରେସର ବୋଲର ହର୍ଷଲ ପଟେଲ ୨୨ ରନ ଦେଇ ୩ ଟି ୱିକେଟ ନେଇଥିଲେ। କୋଲକତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଟିମ ୧୭ ରନରେ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତୀୟ ଟିମ ଏକଦିବସିୟ ସିରିଜ ମଧ୍ୟ କ୍ଲିନ ସୁଇପ କରିଥିଲା।

Google

ସୂର୍ଯ୍ୟକୁମାର ଯାଦବ ହେଲେ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ:

ସୂର୍ଯ୍ୟକୁମାର ଯାଦବ ତୃତୀୟ ଟି-୨୦ ମ୍ୟାଚରେ ୩୧ ବଲରେ ୬୫ ରନ କରିଥିଲେ। ସେ ଏହି ପାରିରେ ଗୋଟେ ଚୌକା ଓ ୭ ଟି ଛକା ମାରିଥିଲେ। ସୂର୍ଯ୍ୟକୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବଛାଯାଇଥିଲା। ରୋହିତ ଶର୍ମାଙ୍କ ପାଇଁ ଏହା ଲଗାତର ତୃତୀୟ ସିରିଜ ବିଜୟ ଅଟେ। ଏହା ପୂର୍ବରୁ ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୩-୦ରେ ହରାଇଥିଲା। ଅଧିନାୟକ ରୂପରେ ଘରେ ରୋହିତ ୧୫ ରୁ ୧୪ ମ୍ୟାଚ ଜିତିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *