ବାବର ଓ କୋହଲିଙ୍କୁ ପଛରେ ପକାଇ ରୋହିତ କଲେ ବିଶ୍ୱ ରେକର୍ଡ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ଟି-୨୦ ଇଣ୍ଟରନେସନାଲରେ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ସେ ପୁରୁଷ କ୍ରିକେଟରେ ୩୫୦୦ ରନ ଟି-୨୦ ଇଣ୍ଟରନେସନାଲରେ କରିବା ୱାଲା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ଏସିଆକପର ଏକ ମ୍ୟାଚରେ ରୋହିତ ଏହି ରେକର୍ଡ କରିଛନ୍ତି। ସେ ଟି-୨୦ ଇଣ୍ଟରନେସନାଲରେ ୪ ଶତକ ମାରିଥିବା ରେକର୍ଡ ଆଗରୁ ନିଜ ନାମରେ ରଖିଛନ୍ତି।ଏସିଆକପର ଚତ୍ରୁର୍ଥ ମ୍ୟାଚରେ ହଂଙ୍ଗକଂଙ୍ଗ ଟିମ ଟସ୍ ଜିତି ପ୍ରଥମେ ବୋଲିଙ୍ଗ ନିସ୍ପତି ନେଇଥିଲା।ଭାରତୀୟ ଟିମ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୪ ୱିକେଟରେ ହରାଇଥିଲା। ଆଜିର ମ୍ୟାଚ ଜିତିଲେ ଟିମ ସୁପର ୪ରେ ପହଁଚିଯିବ। ଆଜିର ମ୍ୟାଚରେ ଚୂଡାନ୍ତ ଏକାଦଶରେ ଗୋଟେ ପରିବର୍ତ୍ତନ କରାଯାଇଛି ହାର୍ଦିକ ପାଣ୍ଡ୍ୟାଙ୍କ ଜାଗାରେ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି।

Google

ରୋହିତ ଶର୍ମା ଏହି ମ୍ୟାଚ ପୂର୍ବରୁ ଟି-୨୦ ଇଣ୍ଟରନେସନାଲରେ ୧୨୫ ପାରିରେ ୩୨ଔସତରେ ୩୪୯୯ ରନ କରିଥିଲେ। ସେ ପୂର୍ବରୁ ହିଁ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ୧୧୮ ରନର ସର୍ବଶ୍ରେଷ୍ଠ ପାରି ଖେଳିଥିଲେ। ଏଥିରେ ସେ ୨୭ ଅର୍ଦ୍ଧଶତକ ଓ ୪ ଶତକ ମାରିଛନ୍ତି। ସେହିପରି ୩୦୦ ରୁ ଅଧିକ ଚୌକା ଓ ୧୫୦।ରୁ ଅଧିକ ଛକା ମାରିଛନ୍ତି। ତାଙ୍କ ଷ୍ଟାଇକରେଟ ମଧ୍ୟ ୧୪୦ର ଅଟେ।

ସୁଜି ବେଟର୍ସ ନମ୍ବର ୧ ରେ:

ମୋଟ ପୁରୁଷ ଓ ମହିଳା କ୍ରିକେଟଙ୍କ କଥା କହିବାତ ନ୍ୟୁଜିଲାଣ୍ଡର କ୍ରିକେଟର ସୁଜି ବେଟର୍ସ ଏପରି କରିବା ଵାଲା ପ୍ରଥମ କ୍ରିକେଟରେ ଅଟନ୍ତି।ସେ ଏବେ ପର୍ଯ୍ୟନ୍ତ ୧୨୮ ପାରିରେ ୩୫୩୧ ରନ କରିଛନ୍ତି। ଏଥିରେ ସେ ଗୋଟେ ଶତକ ଓ ୨୨ ଅର୍ଦ୍ଧଶତକ ଲଗାଇଛନ୍ତି। ସେ ୧୨୪ ରନର ସର୍ବଶ୍ରେଷ୍ଠ ପାରି ଖେଳିଛନ୍ତି ଯେଉଁଥିରୁ ତାଙ୍କ ବ୍ୟାଟିଙ୍ଗ ଫର୍ମ ଜଣାପଡୁଛି।

Google

ଟି-୨୦ ଇଣ୍ଟରନେସନାଲର କଥା କହିବା ତ ନ୍ୟୁଜିଲାଣ୍ଡର ମାର୍ଟିନ ଗପଟିଲ ରନ କରିବା ମାମଲାରେ ରୋହିତଙ୍କ ପରେ ଦ୍ୱିତୀୟ ନମ୍ବରରେ ଅଛନ୍ତି। ସେହିପରି ପୂର୍ଵ ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ମାମଲାରେ ତୃତୀୟ ନମ୍ବରରେ ଅଛନ୍ତି। ଗପଟିଲ ୧୧୭ ପାରିରେ ୩୪୯୭ ରନ କରିଛନ୍ତି।ଏ ଥିରେ ସେ ଦୁଇଟି ଶତକ ଓ ୨୦ ଅର୍ଦ୍ଧଶତକ ଲଗାଇଛନ୍ତି। ସେହିପରି କୋହଲି ୯୨ ପାରିରେ ୩୩୪୩ ରନ କରିଛନ୍ତି,୩୦ ଅର୍ଦ୍ଧଶତକ ଲଗାଇଛନ୍ତି। ଏସିଆ କପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିରୁଦ୍ଧରେ କୋହଲି ୧୦୦ ତମ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଥିଲେ ଏବଂ ଜବରଦସ୍ତ ବ୍ୟାଟିଂ କରିଥିଲେ।

Leave a Reply

Your email address will not be published. Required fields are marked *