IND vs WI: ୧୯ ବର୍ଷ ଓ ୬ ସିରିଜ ଟିମ ଇଣ୍ଡିଆ ଘରେ ହାରିନାହିଁ,କଣ ରୋହିତ ଶର୍ମା ରେକର୍ଡ ବଞ୍ଚାଇ ରଖିପାରିବେ?

ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଫେବୃୟାରୀରୁ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳାଯିବାର ଅଛି। ଏକଦିବସିୟ ସିରିଜର ତିନୋଟି ଯାକ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ମିଳିଥିବା ପରାଜୟକୁ ଭୁଲି ଏହି ସିରିଜ ଆରମ୍ଭ କରିବାକୁ ଚାହିଁବ। ଟିମ ଇଣ୍ଡିଆରେ ଭାରତରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟରେ ସୁନ୍ଦର ରେକର୍ଡ ଅଛି। ଭାରତ ପୂର୍ଵ ୧୯ ବର୍ଷରୁ ଭାରତରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ମ୍ୟାଚ ହାରିନାହିଁ।

Google

ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଘରେ ଲଗାତର ୬ ଏକଦିବସିୟ ସିରିଜରେ ବିଜୟ ହାସଲ କରିଛି। ଶେଷଥର ୱେଷ୍ଟଇଣ୍ଡିଜ ଭାରତକୁ ଭାରତରେ ଏକଦିବସିୟରେ ୨୦୨୨ରେ ହରାଇଥିଲା। ସେବେ ୱେଷ୍ଟଇଣ୍ଡିଜ ୭ ଟି ମ୍ୟାଚ ବିଶିଷ୍ଟ ଏକଦିବସିୟରେ ଭାରତକୁ ୪-୩ରେ ହରାଇଥିଲା। ୪୫୫ ରନ କରିଥିବା କ୍ରିସ ଗେଲ ମ୍ୟାନ ଅଫ ଦି ସିରିଜ ହୋଇଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ ୨୦୦୬-୭ରେ ୩-୧, ୨୦୧୧ରେ ୪-୧, ୨୦୧୩ରେ ୨-୧,୨୦୧୫ରେ ୨-୧ରେ ହାରିଛି। ଶେଷଥର ୱେଷ୍ଟଇଣ୍ଡିଜ ଟିମ ଭାରତକୁ ଏକଦିବସିୟ ସିରିଜ ଖେଳିବା ପାଇଁ ବର୍ଷ ୨୦୧୯ରେ ଆସିଥିଲା ଓ ସେବେ ମଧ୍ୟ ୨-୧ରେ ହାରିଥିଲା।

ପ୍ରଥମ ଥର ୱେଷ୍ଟଇଣ୍ଡିଜ ଟିମ ୧୯୮୩-୮୪ରେ ଭାରତ ଗ୍ରସ୍ତ କରିଥିଲା। ୫ ଟି ମ୍ୟାଚ ବିଶିଷ୍ଟ ସେହି ସିରିଜରେ ୱେଷ୍ଟଇଣ୍ଡିଜ ଭାରତକୁ ୫-୦ରେ ହରାଇଥିଲା। ଆଶ୍ଚର୍ଯ୍ୟର କଥା ଏହାକି ଏହି ସିରିଜର ଅଳ୍ପ ଦିନ ପୂର୍ବରୁ ଭାରତୀୟ ଟିମ ଲର୍ଡ଼ସରେ ୱେଷ୍ଟଇଣ୍ଡିଜ ଟିମକୁ ହରାଇ ପ୍ରଥମ ଥର ବିଶ୍ୱକପ ଜିତିଥିଲା।

Google

ଭାରତ-ୱେଷ୍ଟଇଣ୍ଡିଜ ଏକଦିବସିୟ ମ୍ୟାଚ ସିଡ୍ୟୁଲ: ୬ ଫେବୁଆରୀ ପ୍ରଥମ ଏକଦିବସିୟ ଅହମ୍ମଦାବାଦ
୯ ଫେବୁଆରୀ ଦ୍ୱିତୀୟ ଏକଦିବସିୟ ଅହମ୍ମଦାବାଦ
୧୧ ଫେବୁଆରୀ ତୃତୀୟ ଏକଦିବସିୟ ଅହମ୍ମଦାବାଦ

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ଋତୁରାଜ ଗାୟକବାଡ଼, ବିରାଟ କୋହଲି,ଶିଖର ଧାୱନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର,ଦୀପକ ହୁଡା, ରିଷଭ ପନ୍ତ,ଦୀପକ ଚାହାର, ସାରଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାସିଙ୍ଗଟନ ସୁନ୍ଦର,ରବି ବିସ୍ନୋଇ, ମହମ୍ମଦ ସିରାଜ, ଆବେଶ ଖାନ ଓ ପ୍ରସିଦ୍ଧ କ୍ରିଷ୍ଣା।

Google

ଭାରତ ବିରୁଦ୍ଧରେ ଏକଦିବସିୟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳ: କାୟରନ ପୋଲାର୍ଡ଼(ଅଧିନାୟକ), ଲେମାର ରୋଚ,ଏନକ୍ରୁମା ବୋନର,ବ୍ରେଣ୍ଡନ କିଂଙ୍ଗ,ଫେବିୟନ ଏଲନ,ଡେରେନ ବ୍ରାଭୋ,ସାମରାହ ବୃକ୍ସ,ଯେସେନ ହୋଲ୍ଡର,ସାଇ ହୋପ,ଅକିଲ ହୁସେନ,ଅଲଜାରି ଜୋସେଫ,ନିକୋଲସ ପୁରନ,ରେମାରିୟୋ ସେଫର୍ଡ,ଓଡିୟନ ସ୍ମିଥ,ହେଡ଼ନ ବାଲ୍ସ ଜୁନିୟର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *