ବ୍ୟୁରୋ ରିପୋର୍ଟ: ଭାରତର ସୀମିତ ଓଭର କ୍ରିକେଟରେ ନୂତନ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା। ସେ ୱେଷ୍ଟଇଣ୍ଡିଜ ସହ ଏକଦିବସିୟ ସିରିଜରେ ରେଗୁଲାର ସୀମିତ ଓଭର ସିରିଜରେ ଅଧିନାୟକତ୍ୱ ଆରମ୍ଭ କରିଛନ୍ତି। ଏହି ମ୍ୟାଚକୁ ଭାରତ ୬ ୱିକେଟରେ ଜିତି ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଏହା ଭାରତର ୧୦୦୦ ତମ ଏକଦିବସିୟ ମ୍ୟାଚ ଥିଲା। ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ୫୧ ବଲରେ ୧୦ ଟି ଚୌକା ଓ ଗୋଟେ ଛକା ସହ ୬୦ ରନ କରିଥିଲେ।

ଏହି ଅର୍ଦ୍ଧଶତକୀୟ ପାରି ସହ ସେ ପୂର୍ଵ ଭାରତୀୟ ଓପନର ବିରେନ୍ଦ୍ର ସେହ୍ଵାଗଙ୍କ ରେକର୍ଡ ଭାଙ୍ଗିଛନ୍ତି।ଏହି ରେକର୍ଡ ହେଉଛି ଭାରତ ପାଇଁ ଏକଦିବସିୟରେ କରିଥିବା ରନ। କହିରଖିବୁ ବିରେନ୍ଦ୍ର ସେହ୍ଵାଗ ଏକଦିବସିୟରେ ମୋଟ ୭୨୪୦ ରନ କରିଥିଲେ। ରୋହିତ ତାଙ୍କର ଏହି ରେକର୍ଡ ଭାଙ୍ଗି ତାଙ୍କ ଆଗକୁ ଚାଲିଯାଇଛନ୍ତି। ରୋହିତ ବର୍ଷ ୨୦୧୧ ରୁ ଏବେ ପର୍ଯ୍ୟନ୍ତ ୧୪୪ ଏକଦିବସିୟ ମ୍ୟାଚରେ ୫୭.୪୬ ଔସତରେ ୭୨୯୮ ରନ କରିଛନ୍ତି। ସେହ୍ଵାଗ ୨୦୦୧ ରୁ୨୦୧୩ ପର୍ଯ୍ୟନ୍ତ ଖେଳି ୨୦୪ ଏକଦିବସିୟ ମ୍ୟାଚରେ ୩୬.୯୩ ଔସତ ଓ ୧୦୪.୮୫ ଷ୍ଟାଇକରେଟରେ ମୋଟ ୭୨୪୦ ରନ କରିଥିଲେ।
ଏହି ଲିଷ୍ଟରେ ନମ୍ବର ୧ ରେ ଅଛନ୍ତି ସଚିନ ତେନ୍ଦୁଲକର ଯିଏକି ୧୯୯୪-୨୦୧୨ ମଧ୍ୟରେ ୩୪୪ ଏକଦିବସିୟରେ ୧୮,୪୨୬ ରନ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି ଯିଏକି ଏକଦିବସିୟରେ ୧୨,୨୯୩ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।