ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ ଆରମ୍ଭ ହୋଇସାରିଛି ଓ ଏହାର ରୋମାଞ୍ଚକ ଜାରି ଅଛି। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଓ ଅଧିନାୟକ ରୋହିତଙ୍କ ପାଇଁ ଆଇପିଏଲ ୨୦୨୨ ଭଲ ରହିନାହିଁ। ଏହାର କାରଣ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି। ଟିମ ନିଜର ପ୍ରଥମ ୬ ଟି ଯାକ ମ୍ୟାଚ ହାରିଯାଇଛି ଯେଉଁଠି ପାଇଁ ରୋହିତଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ଆଲୋଚନା ହେଉଛି। ଏପରିକି ବ୍ୟାଟିଙ୍ଗରେ ମଧ୍ୟ ରୋହିତ କିଛି ଖାସ ପ୍ରଦର୍ଶନ କରିପାରିନାହାଁନ୍ତି।

ଏହା ମଧ୍ୟରେ ରୋହିତଙ୍କ ପାଇଁ ଆଉ ଏକ ଖରାପ ଖବର ଆସି ପହଁଚିଛି। ତାଙ୍କର ରେକର୍ଡ ଏବେ ଭାଙ୍ଗିଯାଇଛି । ଏହି ରେକର୍ଡକୁ ଭାଙ୍ଗିଥିବା ବ୍ୟାଟ୍ସମ୍ୟାନ କୌଣସି ବଡ଼ ବ୍ୟାଟ୍ସମ୍ୟାନ ନୁହେଁ ସେ ହେଉଛନ୍ତି ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟ୍ସମ୍ୟାନ ଦେବଦତ ପଡିକଲ। ତେବେ ଆସନ୍ତୁ ଜାଣିବା ସେ କେଉଁ ରେକର୍ଡ ଯାହା ଅନେକ ସମୟରୁ ରୋହିତଙ୍କ ପାଖରେ ଥିଲା ଓ ଏବେ ଏହା ନାହିଁ।
କେକେଆର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଅନେକ ରୋମାଞ୍ଚକ ଦେଖିବାକୁ ମିଳିଲା ଓ ଏହି ମ୍ୟାଚରେ ଅନେକ ରେକର୍ଡ ହେଲା। ଏଥିମଧ୍ୟରୁ ଗୋଟେ ରେକର୍ଡ ମୁମ୍ବାଇର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ପ୍ରାୟ ଅସୁବିଧା ହୋଇଯାଇଛି। ଏହି ମ୍ୟାଚରେ ଦେବଦତ ରୋହିତଙ୍କର ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଆଇପିଏଲରେ ସବୁଠୁ ତୀବ୍ର ବେଗରେ ୧୦୦୦ ରନ କରିଥିବା ତୃତୀୟ ଖେଳାଳି ହୋଇଯାଇଛନ୍ତି। ଏହି ଲିଷ୍ଟରେ ନମ୍ବର ୧ରେ ଅଛନ୍ତି ସଚିନ ତେନ୍ଦୁଲକର। ସଚିନ ୩୧ ଟି ଆଇପିଏଲ ପାରି ୧୦୦୦ ରନ କରିଥିଲେ। ଏଥିରେ ଦ୍ୱିତୀୟ ନମ୍ବରରେ ଅଛନ୍ତି ସୁରେଶ ରାଇନା ଓ ସେ ୩୪ ଆଇପିଏଲ ପାରି ୧୦୦୦ ରନ କରିଥିଲେ।

ଏବେ ଏହି ମାମଲାରେ ତୃତୀୟ ସ୍ଥାନରେ ରହିଛନ୍ତି ଦେବଦତ ପଡିକଲ। ଦେବଦତ ଓ ରିଷଭ ପନ୍ତ ୩୫-୩୫ ଆଇପିଏଲ ପାରି ଏକ ହଜାର ରନ କରିଛନ୍ତି। ଏକ ହଜାର ରନ ପାଇ ରୋହିତ ଶର୍ମା ୩୭ ପାରି ଖେଳିଥିଲେ। ସେହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଙ୍ଗ କରି ୨୧୭ ରନ କରିଥିଲା।ଯେଉଁଥିରେ ଜୋସ ବଟଲରଙ୍କ ସୁନ୍ଦର ଶତକ ଥିଲା। ଏହି ଶତକ ପାଇଁ ଦେବଦତ ମଧ୍ୟ ବଟଲରଙ୍କୁ ସହାୟତା କରିଥିଲେ। ସେ ଲଗାତର ବଟଲରଙ୍କୁ ଷ୍ଟାଇକ ଦେବାସହ ୧୮ ବଲରେ ତିନୋଟି ଚୌକା ଓ ଗୋଟେ ଛକା ସହ ୩୪ ରନ କରିଥିଲେ। ଏହି ପାରି ଦ୍ଵାରା ଦେବଦତ ନିଜ ଆଇପିଏଲ କ୍ୟାରିଅରର ଏକ ହଜାର ରନ ପୁରା କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।