ବ୍ୟୁରୋ ନ୍ୟୁଜ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଶନିବାରକୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଚତ୍ରୁର୍ଥ ଟି-୨୦ ମ୍ୟାଚ ୫୯ ରନରେ ଜିତିଯାଇଛି। ଏହା ସହିତ ଟିମ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୩-୧ରେ କବ୍ଜା କରିଦେଇଛି। ମ୍ୟାଚ ପରେ ଅଧିନାୟକ ରୋହିତ ଖୁସି ଜଣାପଡୁଥିଲେ ଓ ସେ ଅନେକ ଖେଳାଳିଙ୍କର ପ୍ରଶଂସା କରିଛନ୍ତି। ମ୍ୟାଚ ପରେ କଥାବାର୍ତ୍ତା ସମୟରେ ସେ ହସିଥିଲେ। କହିରଖିବୁ ଏହା ରୋହିତଙ୍କର ଅଧିନାୟକ ହେବା ପରେ ଲଗାତର ୮ମ ସିରିଜ ବିଜୟ ଅଟେ।

ରୋହିତ ଦେଲେ ଏହି ବୟାନ:
ରୋହିତ ଶର୍ମା ମ୍ୟାଚ ପରେ କହିଲେ,”ଏହା ବହୁତ ଭଲ ଥିଲାକି ଆମେ ଭଲ ଖେଳିଲୁ। ଏହା ବହୁତ ସହଜ ନଥିଲେ କିନ୍ତୁ ଆମେ ଭଲ ସ୍କୋର କରିଥିଲୁ। ଆମେ କିପରି ବ୍ୟାଟିଙ୍ଗ କଲୁ ଏହା ଉପରେ ବହୁତ ବିଚାର କରାଯାଇଥିଲା ଓ ଏହା ଦେଖି ଭଲ ଲାଗିଲା। ଆମେ ସିରିଜ ଜିତିବାର ଦାବେଦାର ଥିଲୁ। ପିଚ ବହୁତ ଧିମା ଥିଲା ଓ ଆମ ବ୍ୟାଟ୍ସମ୍ୟାନ ଏହାର ଫାଇଦା ଉଠାଇଥିଲେ। ୧୯୦ର ସ୍କୋର ବହୁର ଭଲ ଥିଲା କିନ୍ତି ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ କେହିବି ଭଲ ସ୍କୋର କରିପାରିନଥିଲେ”।

ଏହି ଖେଳାଳିଙ୍କର କଲେ ପ୍ରଶଂସା:
ଅଧିନାୟକ ରୋହିତ ମ୍ୟାଚ ପରେ କହିଥିଲେ,”ଆମେ ଆଭେସଙ୍କ ପ୍ରତିଭାକୁ ବୁଝୁଛୁ। କାହାରବି ଗୋଟେ ବା ଦୁଇଟି ମ୍ୟାଚ ଖରାପ ଯାଇପାରେ କିନ୍ତୁ ଆମକୁ ତାଙ୍କ କୌଶଳକୁ ଧ୍ୟାନରେ ରହିବା ଆବଶ୍ୟକ। ଆମକୁ ଖେଳାଳିଙ୍କୁ ପର୍ଯ୍ୟାପ୍ତ ମ୍ୟାଚଦେବା ଆବଶ୍ୟକ। ଆଭେଶ ପରିସ୍ଥିତି ଓ ନିଜ ହାଇଟର ଭଲ ଉପଯୋଗ କରିଛନ୍ତି,ଯାହା ଦେଖିବାରେ ବହୁତ ଭଲ ଥିଲା”। ସେ ବହୁତ ସୁନ୍ଦର ପ୍ରଦର୍ଶନ କରିଥିଲେ ଓ ୪ ଓଭରରେ ୧୭ ରନ ଦେଇ ୨ ଟି ୱିକେଟ ନେଇଥିଲେ। ଏହି ମ୍ୟାଚରେ ସେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।

ବ୍ୟାଟ୍ସମ୍ୟାନଙ୍କ ପାଇଁ କହିଲେ ଏହି କଥା:
ରୋହିତ ଆଗକୁ କହିଛନ୍ତି ଆମେ ଆଜି ବିଜୟ ହାସଲ ପାଇଁ ଭଲ ଖେଳିଥିଲୁ। ବ୍ୟାଟ୍ସମ୍ୟାନ ବହୁତ ସ୍ମାର୍ଟ ଥିଲେ ଓ ବୋଲର ୱିକେଟ ପାଇଁ ଯୋଡି ହୋଇଥିଲେ। ଚତ୍ରୁର୍ଥ ମ୍ୟାଚରେ ଅକ୍ସର ପଟେଲ ଅଲରାଉଣ୍ଡର ପ୍ରଦର୍ଶନରେ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ କରିଥିଲେ। ଭାରତ ଏବେ ସିରିଜରେ କବ୍ଜା କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।