ରୋହିତଙ୍କ ଆକର୍ଷଣୀୟ ବ୍ୟାଟିଂ! ଲଗାଇଲେ ଛକା ପରେ ଛକା, ଦେଖନ୍ତୁ ଭିଡିଓ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ରେ ଜବରଦସ୍ତ ବ୍ୟାଟିଂର ପ୍ରଦର୍ଶନ ଦେଖାଇଛନ୍ତି ରୋହିତ ଶର୍ମା। ସେ କରିଥିଲେ ଆକର୍ଷଣୀୟ ବ୍ୟାଟିଂ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ଓଭରରେ ବନାଇଥିଲା ୯୦ ରନ। ଅଷ୍ଟ୍ରେଲିଆ ପକ୍ଷରୁ ଜବରଦସ୍ତ ବ୍ୟାଟିଂ କରିଥିଲେ ମାଥୟୁ ୱେଡ଼। ୱେଡ଼ ପୂର୍ଵ ମ୍ୟାଚ ରେ ଫିନିସର ରୋଲ ନିଭାଇଥିବା ବେଳେ ଦ୍ୱିତୀୟ ଟି-୨୦ ରେ ଶେଷ ଆଡ଼କୁ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ୨୦ ବଲରେ ୪୩ ରନ କରିଥିଲେ। ସେ ୪ଟି ଚୌକା ଓ ୩ଟି ଛକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ଥିଲା ପାଖାପାଖି ୨୧୫।

ତେବେ ରୋହିତ ଶର୍ମା ଏବଂ କେ ଏଲ ରାହୁଲ ଓପନ ଆସିଥିଲେ ଭାରତ ପାଇଁ। ତେବେ ଜବରଦସ୍ତ ଆରମ୍ଭ କରିଥିଲା ଟିମ ଇଣ୍ଡିଆ। ରୋହିତ ଶର୍ମା ଜବରଦସ୍ତ ବ୍ୟାଟିଂ କରିଥିଲେ। କେ ଏଲ ରାହୁଲ ୬ ବଲରେ ଗୋଟିଏ ଛକା ଲଗାଇଥିଲେ ଏବଂ ସେ ୧୦ ରନ କରିଥିଲେ।

ରୋହିତ ଶର୍ମା ନ୍ୟୁଜ ଲେଖା ହେବା ପର୍ଯ୍ୟନ୍ତ ୧୧ ବଲରେ ୨୭ ରନ କରି  ନଟ ଆଉଟ ଥିଲେ। ରୋହିତଙ୍କ ଏହି ପାରିରେ ସାମିଲ ଥିଲା ୪ଟି ଛକା। ସେ ଭାରତକୁ ଜବରଦସ୍ତ ଆରମ୍ଭ ଦେଇଥିଲେ।

ତେବେ ପ୍ରଥମ ମ୍ୟାଚରେ ଭାରତ ବିରୁଦ୍ଧରେ ଅଷ୍ଟ୍ରେଲିଆ ଜିତିଯାଇଥିଲା। ଏବଂ ଦ୍ୱିତୀୟ ଟି-୨୦ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନାଗପୁରରେ ଖେଳାଯାଉଛି। ତେବେ ଏହି ମ୍ୟାଚ ୮ ଓଭର ବିଶିଷ୍ଟ ହୋଇଅଛି। ପ୍ରଥମରୁ ଆକର୍ଷଣୀୟ ବ୍ୟାଟିଂର ପ୍ରଦର୍ଶନ କରିଥିଲେ ଭାରତର କ୍ୟାପଟେନ ରୋହିତ ଶର୍ମା।

Leave a Reply

Your email address will not be published.