ରୋହିତ ଶର୍ମାଙ୍କୁ ଏକଦିବସିୟର ନୂଆ କ୍ୟାପଟେନ କରାଯାଇଛି। ଭାରତକୁ ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ସହ ବତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳିବାର ଅଛି। ଏହା ପୂର୍ବରୁ ସେ ବିସିସିଆଇକୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ମୁଁ ଜଣେ ଖେଳାଳି ରୂପରେ ଏହି କଥାରେ ଧ୍ୟାନ ଦିଏନି କି ଲୋକ କଣ କହିବେ। ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଭାରତକୁ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ଖେଳିବାର ଅଛି ଯାହାର ଆରମ୍ଭ ୨୬ ଡିସେମ୍ବରରୁ ହେବାର ଚାନ୍ସ ଅଛି।

ବିସିସିଆଇ ଟିଭିରେ କଥାବାର୍ତ୍ତା ହେବା ସମୟରେ ରୋହିତ ଶର୍ମା କହିଛନ୍ତି,”ଭାରତୀୟ ଟିମ ପଟୁ ଖେଳିବା ଦ୍ଵାରା ଆପଣଙ୍କ ଉପରେ ସର୍ଵଦା ଚାପ ରହିଥାଏ। ଲୋକ ପିଜେଟି ଓ ନେଗେଟିଭି ଦୁଇଟା ଯାକ କହିଥାନ୍ତି କିନ୍ତୁ ଆମର ଧ୍ୟାନ ଖେଳ ଉପରେ ରହିଥାଏ। ଲୋକଙ୍କ କଥାକୁ ଧ୍ୟାନ ଦେଇନଥାଏ କାରଣ ଆପଣ ତାଙ୍କୁ କଣ୍ଟ୍ରୋଲ କରିପାରିବେ ନାହିଁ।ସବୁଠୁ ବଡ଼ କାମ ଟିମକୁ ବୁଝାଇବା ହୋଇଥାଏ।ବଡ଼ ଟୁର୍ଣ୍ଣାମେଣ୍ଟରେ ଲୋକ ବହୁତ କଥା କହିଥାନ୍ତି”।
ପ୍ରତିଥର ଜିତିବାର ଚେଷ୍ଟା:ରୋହିତ ଶର୍ମା କହିଛନ୍ତି ଆମେ ସେଇଆ କରିଥାଉ ଯାହା ଆମ ହାତରେ ଥାଏ, ଯେପରି ପ୍ରତିଥର ଜିତିବାର ଚେଷ୍ଟା। ଆମେ ଜଣେ ଜଣଙ୍କ ବିଷୟରେ କଣ ଭାବୁଛୁ ଏହା ମହତ୍ତ୍ୱପୂର୍ଣ୍ଣ ଅଟେ। ଖେଳାଳିଙ୍କ ମଧ୍ୟରେ ବଣ୍ଡିଙ୍ଗ ମଜବୁତ ହେବା ଆବଶ୍ୟକ ତେବେ ଯାଇ ଆମେ ଲକ୍ଷକୁ ହାସଲ କରିପାରିବା”। କୋଚ ରାହୁଲ ଦ୍ରାଭିଡଙ୍କୁ ନେଇ ସେ କହିଛନ୍ତି,”ରାହୁଲ ଭାଇ ସର୍ଵଦା ଆମକୁ ସାହାଯ୍ୟ କରିଥାନ୍ତି”। କହିରଖିବୁକି ଅଳ୍ପ ଦିନ ହେବ ବିସିସିଆଇ ଟି-୨୦ ଓ ପରେ ଏକଦିବସିୟ ଅଧିନାୟକ ପଦ ରୋହିତ ଶର୍ମାଙ୍କୁ ଦେଇଛି।
🗣️🗣️ "The pressure will always be there. As a cricketer, it is important to focus on my job."
SPECIAL – @ImRo45's first interview after being named #TeamIndia’s white-ball captain coming up on https://t.co/Z3MPyesSeZ. 📽️
Stay tuned for this feature ⌛ pic.twitter.com/CPB0ITOBrv
— BCCI (@BCCI) December 12, 2021
ଟି-୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିଦେଇଥିଲେ। ସେବେଠୁ ରୋହିତଙ୍କୁ ଏକଦିବସିୟ ଅଧିନାୟକତ୍ୱ ପଦ ଦେବା କଥା କୁହାଯାଉଥିଲା। କିନ୍ତୁ କୋହଲି ଏକଦିବସିୟ ଅଧିନାୟକ ପଦ ଛାଡିବାକୁ ଚାହୁଁନଥିଲେ। ରୋହିତ ଅଧିନାୟକ ରୂପରେ ଭଲ ଆରମ୍ଭ କରିଛନ୍ତି ଓ ନ୍ୟୁଜିଲାଣ୍ଡକୁ ତାଙ୍କ ଅଧିନାୟକତ୍ୱ ରେ ଭାରତ ୩-୦ରେ ହରାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।