ଟିମ ଇଣ୍ଡିଆର କ୍ୟାପଟେନ ରୋହିତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୫ ଜୁନକୁ ତାଙ୍କର ରାପିଡି ଆଣ୍ଟିଜେନ ଟେଷ୍ଟ ହୋଇଥିଲା ,ଯେଉଁଥିରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। BCCI ର ମେଡ଼ିକାଲ ଟିମ ସମ୍ପର୍କରେ ଅଛନ୍ତି ରୋହିତ। ତାଙ୍କୁ ହୋଟେଲରେ ଆଇସୋଲେଟ କରାଯାଇଛି। BCCI ଏହି ତଥ୍ୟ ଦେଇଛି। ରୋହିତ ଲିଷ୍ଟସାୟାର ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳୁଥିଲେ, ହେଲେ ସେ ଦ୍ୱିତୀୟ ପାରିରେ ବ୍ୟାଟିଂ ପାଇଁ ଆସିନଥିଲେ। କେ ଏସ ଭରତ କରୁଥିଲେ ଓପନିଂ। ସେ ସୁନ୍ଦର ବ୍ୟାଟିଂ କରିଥିଲେ ୨ଟି ଯାକ ପାରିରେ। ପ୍ରଥମ ପାରିରେ ରୋହିତ ଓପନ କରିବା ପାଇଁ ଆସିଥିଲେ।
UPDATE – #TeamIndia Captain Mr Rohit Sharma has tested positive for COVID-19 following a Rapid Antigen Test (RAT) conducted on Saturday. He is currently in isolation at the team hotel and is under the care of the BCCI Medical Team.
— BCCI (@BCCI) June 25, 2022
ଟିମ ଇଣ୍ଡିଆକୁ ହୋଇପାରେ ଅସୁବିଧା: ଭାରତୀୟ ଟିମ ଜୁଲାଇ ୧ କୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବାର ଅଛି । କେ ଏଲ ରାହୁଲ ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ବାହାରିଛନ୍ତି। ଗୋଟିଏ ବା ଶେଷ ଟେଷ୍ଟ ଇଂଲଣ୍ଡ ସହ ଅଛି। ପୂର୍ବରୁ ଖେଳାଯାଇଥିବା ୪ଟି ଟେଷ୍ଟରେ ରୋହିତ ୩୬୮ ରନ ବନାଇଥିଲେ। ଟିମ ଇଣ୍ଡିଆକୁ ସିରିଜ ଜିତିବାକୁ ହେବେ ମ୍ୟାଚ ଡ୍ର ନହେଲେ ଜିତିବାକୁ ହେବ।
ପାଖାପାଖି ୧୫ ବର୍ଷ ପରେ ସିରିଜ ଜିତିବା ପାଇଁ ଭାରତକୁ ଡ୍ର ର ଆବଶ୍ୟକ। ବିଶ୍ୱ ଟେଷ୍ଟ ଚମ୍ପିୟନସିପ ଦିଗରୁ ବି ଏହି ଟେଷ୍ଟ ଗୁରୁତ୍ୱପୂର୍ଣ୍ଣ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।