କ୍ରିକେଟର ବନିବା ପାଇଁ ସଂଘର୍ଷ କରିଥିଲେ ରୋହିତ! କ୍ୟାରିଅର ଆରମ୍ଭ କରିଥିଲେ ଏମିତି, ବୋଲରରୁ ବ୍ୟାଟ୍ସମାନ! ପଢନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ଆଜି କ୍ରିକେଟ ଦୁନିଆର ସବୁଠୁ ଚର୍ଚ୍ଚିତ ନାମ ଅଟେ ଏହାର କାରଣ ସେ ଭାରତୀୟ ବର୍ତ୍ତମାନର ତିନୋଟି ଯାକ ଫାର୍ମାଟର ଅଧିନାୟକ ଅଟନ୍ତି। ନିଜ ଅଧିନାୟକତ୍ୱରେ ଟିମକୁ ୫ ଥର ଆଇପିଏଲ ଟ୍ରଫି ଜିତାଇଥିବା ରୋହିତଙ୍କ ଠୁ ଭାରତକୁ ଟ୍ରଫିର ଆଶା ରହିଛି। ଆଜିର ଦିନ ତାଙ୍କ ପାଇଁ ଖାସ ଅଟେ କାରଣ ଆଜି ସେ ନିଜ ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏକଦିବସିୟରେ ତିନୋଟି ଡ଼ବଲ ଶତକ ମାରିଛନ୍ତି। ଏପରି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କରିପାରିନାହାଁନ୍ତି କିନ୍ତୁ ରୋହିତଙ୍କ କ୍ରିକେଟ କ୍ୟାରିଅର ପାଇଁ ଲମ୍ବା ସଂଘର୍ଷ କରିବାକୁ ପଡିଥିଲା। ସେଗରିବ ପରିବାରରୁ ହୋଇଥିବାରୁ ତାଙ୍କୁ ନିଜ ମା ବାପାଙ୍କଠୁ ଅଲଗା ରହିବାକୁ ପଡୁଥିଲା। ସେ ସପ୍ତାହରେ ଗୋଟେ ଦିନ ମା ବାପାଙ୍କୁ ଭେଟିବାକୁ ଯାଉଥିଲେ କିନ୍ତୁ ଆଜିସେ ଯେଉଁ ସ୍ଥାନ ହାସଲ କରିଛନ୍ତି ତାହା ଅନ୍ୟ ଯୁବକଙ୍କ ପାଇଁ ପାଇଁ ପ୍ରେରଣା ଦାୟକ ଅଟେ।

Google

ରୋହିତଙ୍କ ଜନ୍ମ ନାଗପୁରରେ ହୋଇଥିଲା ଓ ତାଙ୍କ ମା ପୂର୍ଣ୍ଣିମା ଆନ୍ଦ୍ରପ୍ରଦେଶର ଅଟନ୍ତି। ତାଙ୍କ ବାପା ଗୁରୁନାଥ ଶର୍ମା ଟ୍ରାନ୍ସପୋର୍ଟ ଫର୍ମର କେୟରଟେକର ଥିଲେ। ତାଙ୍କ ବାପାଙ୍କ କମ ରୋଜଗାର କାରଣରୁ ସେ ବୋରିବଲିରେ ନିଜ ଦାଦା ଓ ଅଙ୍କଲଙ୍କ ସହିତ ରହୁଥିଲେ। ସପ୍ତାହକୁ ଗୋଟେ ଦିନ ସେ ନିଜ ମା ବାପାଙ୍କୁ ଭେଟିବାକୁ ଯାଉଥିଲେ। ତାଙ୍କର ଜଣେ ଛୋଟ ଭାଇ ଅଛନ୍ତି ଯାହାଙ୍କ ନାମ ବିଶାଲ ଶର୍ମା। ସେ ୧୯୯୯ରେ ନିଜ ଅଙ୍କଲଙ୍କ ପଇସାରେ ଏକ କ୍ରିକେଟ କ୍ୟାମ୍ପରେ ଯାଇଥିଲେ। କ୍ୟାମ୍ପରେ ତାଙ୍କ କୋଚ ଦିନେସ ଲାଡ଼ ତାଙ୍କୁ ସ୍କୁଲ ବଦଳାଇବା ପାଇଁ କହିଥିଲେ କିନ୍ତୁ ରୋହିତ ଏହା ପାଇଁ ପ୍ରସ୍ତୁତ ନଥିଲେ।

ସ୍କଲାରସିପ ମିଳିଲା ଓ ଟ୍ରେନିଙ୍ଗ ଆରମ୍ଭ:

ଶେଷରେ ରୋହିତ ନିଜ ସ୍କୁଲ ବଦଳାଇଲେ ଓ ତାଙ୍କୁ ସ୍କଲାରସିପ ମଧ୍ୟ ମିଳିଲା। ସେ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତି କରିଥିଲେ। ସେ ଆରମ୍ଭରୁ ଅଫ ସ୍ପିନର ରୂପରେ ଖେଳୁଥିଲେ କିନ୍ତୁ ତାଙ୍କ କୋଚ ଦିନେସ ଲାଡ଼ ତାଙ୍କ ବ୍ୟାଟିଙ୍ଗ ଦେଖି ତାଙ୍କୁ ୮ ନମ୍ବରରୁ ଓପନିଙ୍ଗ ପାଇଁ ପଠାଇଲେ। ହୈରିସ ସିଲ୍ଡ ଟୁର୍ଣ୍ଣାମେଣ୍ଟରେ ରୋହିତ ଏହାକୁ ସଠିକ ସାବ୍ୟସ୍ତ କଲେ ଓ ଡେବ୍ୟୁ ମ୍ୟାଚରେ ଶତକ ମାରିଲେ।

Google

ଲିଷ୍ଟ ଏ ମ୍ୟାଚରେ ୮ମ ନମ୍ବରରେ ଓହ୍ଲାଇଲେ:

ରୋହିତ ଶର୍ମା ସିନିୟର ଲେବଲର କ୍ରିକେଟ ଖେଳିବାର ଆରମ୍ଭ ୨୫ ଜାନୁଆରୀ ୨୦୦୬ରୁ ଦେବଧର ଟ୍ରଫିରୁ ଆରମ୍ଭ କରିଥିଲେ। ଏହି ମ୍ୟାଚରେ ତାଙ୍କ ଅଧିନାୟକ ପାର୍ଥିବ ପଟେଲ ଥିଲେ ଓ ତାଙ୍କୁ ୮ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ମିଳିଥିଲା। ଏହି ମ୍ୟାଚରେ ସେ ୪୭ ବଲରେ ୩୧ ରନ କରି ନଟଆଉଟ ରହିଥିଲେ ଓ ଟିମକୁ ବିଜୟ ମଧ୍ୟ ଦେଇଥିଲେ। ବେଷ୍ଟ ଯୋନରେ ତାଙ୍କ ସହିତ ରବିନ୍ଦ୍ର ଜାଡେଜା ମଧ୍ୟ ୨୭ ବଲରେ ୨୬ ରନ କରି ନଟଆଉଟ ରହିଥିଲେ।ଚେତେଶ୍ୱର ପୂଜାରା ସେହି ଟିମ ପଟୁ ଓପନର ଓହ୍ଲାଇଥିଲେ ଓ ୬ ରନ କରିଥିଲେ। ଏହା ତାଙ୍କର ଡେବ୍ୟୁ ମ୍ୟାଚ ଥିଲା।

୨୦୦୭ରେ କରିଥିଲେ ଇଣ୍ଟରନେସନାଲ ଡେବ୍ୟୁ:

ରୋହିତ ଶର୍ମା ଜୁନ ୨୦୦୭ରେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଏକଦିବସିୟରେ ଡେବ୍ୟୁ କରିଥିଲେ।ଏହାପରେ ସେ ପଛକୁ ବୁଲିଦେଖି ନାହାଁନ୍ତି, ସେ ଟି-୨୦ବିଶ୍ୱକପ ୨୦୦୭ ବିଜୟ ଟିମର ମଧ୍ୟ ଅଂଶ ଥିଲେ। କ୍ବାର୍ଟର ଫାଇନାଲରେ ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୪୦ ବଲରେ ୫୦ ରନର ନଟଆଉଟ ପାରି ଖେଳିଥିଲେ। ଫାଇନାଲରେ ମଧ୍ୟ ସେ ପାକିସ୍ତାନ ବିରୁଦ୍ଧରେ ୧୬ ବଲରେ ୩୦ ରନର ପାରି ଖେଳିଥିଲେ। ଏହା ସହ ସେ ୨୦୧୫ ଓ ୨୦୧୯ ବିଶ୍ୱକପରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।

ତିନୋଟି ଯାକ ଫର୍ମାଟରେ ମାରିଛନ୍ତି ଶତକ:

ରୋହିତ ଶର୍ମା ଇଣ୍ଟରନେସନାଲ କ୍ରିକେଟରେ ତିନୋଟି ଯାକ ଫର୍ମାଟରେ ଶତକ ମାରିଥିବା ଖେଳାଳିଙ୍କ ମଧ୍ୟରେ ଜଣେ। ସେ ୪୫ ଟେଷ୍ଟ ମ୍ୟାଚରେ ୮ ଶତକ ଓ ୧୪ ଅର୍ଦ୍ଧଶତକ ସହ ୩୧୩୭ ରନ କରିଥିଲେ। ସେ ନିଜକୁ ଟେଷ୍ଟ ବ୍ୟାଟ୍ସମ୍ୟାନ ରୂପରେ ନିଜକୁସାବ୍ୟସ୍ତ କରିବା ବାକି ଅଛି।ସେ ଏକଦିବସିୟରେ ୨୩୦ ମ୍ୟାଚରେ ୪୦ର ଔସତରେ ୯୨୮୩ ରନ କରିଛନ୍ତି। ଏଥିରେ ସେ ୨୯ ଶତକ ଓ ୪୪ ଅର୍ଦ୍ଧଶତକ ମାରିଛନ୍ତି। ସେ ଟି-୨୦ ଇଣ୍ଟରନେସନାଲରେ ୧୨୫ ମ୍ୟାଚରେ ୪ ଶତକ ଓ ୨୬ ଅର୍ଦ୍ଧଶତକ ସହ ୩୩୧୩ ରନ କରିଛନ୍ତି। ସେ ଟି-୨୦ରେ ମୋଟ ୧୦ ହଜାରରୁ ଅଧିକ ରନ କରିଛନ୍ତି। ସେ ଟି-୨୦ କ୍ରିକେଟରେ ହାଟ୍ରିକ ମଧ୍ୟ ନେଇସାରିଛନ୍ତି।

ଏବେ ଯେବେ ରୋହିତଙ୍କୁ ଭାରତୀୟ ତିନୋଟି ଯାକ ଫର୍ମାଟରେ ଅଧିନାୟକ କରାଯାଇସାରିଛି ସେ ଆଇପିଏଲରେ ନିଜକୁ ସାବ୍ୟସ୍ତ କରିସାରିଛନ୍ତି। ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଓ ଆଗାମୀ ବର୍ଷ ଭାରତରେ ବିଶ୍ୱକପ ହେବ ଏହି ଦୁଇ ଆଇସିସି ଟ୍ରଫି ଉପରେ ରୋହିତଙ୍କ ନଜର ରହିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *