IPL 2022 ରେ ଏକ ମ୍ୟାଚ ଯାହାକି ଗୁଜରାଟ ଏବଂ ମୁମ୍ବାଇ ବିପକ୍ଷରେ ଖେଳାଯାଉଛି। ଏହି ମ୍ୟାଚରେ ସୁନ୍ଦର ଆରମ୍ଭ କରିଥିଲା ମୁମ୍ବାଇ। ଏହି IPL ରେ ମୁମ୍ବାଇର ପ୍ରଦର୍ଶନ ଏତେ ଖାସ ନାହିଁ। ଦଳ IPL 2022 ପଏଂଟସ ଟେବୁଲରେ ଶେଷ ସ୍ଥାନରେ ଅଛି। ଦଳ ଗୋଟିଏ ମ୍ୟାଚ ଏଯାଏ ଜିତିଛି।
ହେଲେ ଗୁଜରାଟ ବିପକ୍ଷରେ ଫର୍ମକୁ ଫେରିଛନ୍ତି କ୍ୟାପଟେନ ରୋହିତ। ସେ ପ୍ରଥମରୁ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଛନ୍ତି। ସେ ୨୮ ବଲରେ ୪୩ ରନ କରିଛନ୍ତି। ଯେଉଁଥିରେ ସାମିଲ ଅଛି ୫ଟି ଚୌକା ଓ ୨ଟି ଛକା। ଷ୍ଟ୍ରାଇକ ରେଟ ତାଙ୍କର ୧୫୩.୫୭ ଅଟେ। ତାଙ୍କ ଛଡା ଓପନ କରିବାକୁ ଆସିଥିବା ଇଶାନ କିଷାନ ମଧ୍ୟ ସୁନ୍ଦର ବ୍ୟାଟିଂ କରିଛନ୍ତି। ସେ ୨୯ ବଲରେ ୪୫ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଷ୍ଟ୍ରାଇକ ରେଟ ତାଙ୍କର ୧୫୫.୧୭ ଅଟେ।

ତେବେ ଏହି ପାରି ବଳରେ ସୁନ୍ଦର ଆରମ୍ଭ କରିଥିଲା ମୁମ୍ବାଇ। IPL ଇତିହାସରେ ସବୁଠୁ ଅଧିକ ୫ ଥର ଚମ୍ପିୟନ ହୋଇଛି ଏହି ଟିମ। ମେଗା ଅକ୍ସନ ପୂର୍ବରୁ ଦଳ ରୋହିତ, ପୋଲାର୍ଡ଼, ବୁମରା ଓ ସୂର୍ଯ୍ୟ କୁମାରଙ୍କୁ ରିଟେନ କରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।