ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସୋମବାରକୁ ସେଣ୍ଟ କୀଟସରେ ଖେଳାଯାଇଥିଲା। ୱେଷ୍ଟଇଣ୍ଡିଜ ଟିମ ଏହି ମ୍ୟାଚକୁ ୪ ଟି ବଲ ଥାଇ ୫ ୱିକେଟରେ ଜିତିଲା। ଏହା ସହିତ ୱେଷ୍ଟଇଣ୍ଡିଜ ଟିମ ସିରିଜକୁ ୧-୧ରେ ବରାବରୀ କରିଛି। ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଏକ ଏପରି ରେକର୍ଡ ହୋଇଯାଇଛି ଯାହାକୁ ସେ କେବେ ମନେ ରଖିବା ପାଇଁ ଚାହିଁନପାରନ୍ତି।

ଦ୍ୱିତୀୟ ଟି-୨୦ ମ୍ୟାଚରେ ରୋହିତ ଶର୍ମାଙ୍କ ଉପରେ ଲୋକଙ୍କର ବହୁତ କିଛି ଆଶା ଥିଲା ହେଲେ ସେ ଅସଫଳ ରହିଲେ। ଓବେଡ଼ ମକାୟଙ୍କ ପ୍ରଥମ ବଲରେ ରୋହିତ ଆଉଟ ହୋଇଯାଇଥିଲେ। ସେ ଓପନର ରୂପରେ କାଲି ଭାରତୀୟ ଟିମ ପାଇଁ ଷଷ୍ଠ ଥର ଡ଼କ ଆଉଟ ହୋଇଛନ୍ତି। ଏହି ମ୍ୟାଚ ପୂର୍ବରୁ ମଧ୍ୟ ଏହି ଖରାପ ରେକର୍ଡ ରୋହିତଙ୍କ ନାମରେ ଥିଲା।
ଭାରତ ପାଇଁ ଟି-୨୦ରେ ଓପନର ରୂପରେ ସର୍ବାଧିକ ଥର ଶୂନ୍ୟରେ ଆଉଟ ହୋଇଥିବା ଖେଳାଳି:
ରୋହିତ ଶର୍ମା-୬
କେଏଲ ରାହୁଲ-୪
ଗୌତମ ଗମ୍ଭୀର-୨
ଅଜିଙ୍କ୍ୟ ରାହାଣେ-୨
ଶିଖର ଧାୱନ-୨

ରୋହିତ ଶର୍ମାଙ୍କ ନାମରେ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ରନ:
କ୍ରିକେଟର ସବୁଠୁ ଛୋଟ ଫର୍ମାଟ ଟି-୨୦ ଇଣ୍ଟରନେସନାଲରେ ମଧ୍ୟ ସବୁଠୁ ଅଧିକ ରନର ରେକର୍ଡ଼ ମଧ୍ୟ ରୋହିତଙ୍କ ନାମରେ ଅଛି। ସେ ୨୦୦୭ ରୁ ଏବେ ପର୍ଯ୍ୟନ୍ତ ୧୩୦ ଟି-୨୦ ମ୍ୟାଚରେ ୧୨୨ ପାରିରେ ୩୨.୧୭ ଔସତରେ ୩୪୪୩ରନ କରିଛନ୍ତି।ଏହି ସମୟରେ ସେ ଚାରିଟି ଶତକ ଓ ୨୭ ଅର୍ଦ୍ଧଶତକ କରିଛନ୍ତି। ଦ୍ୱିତୀୟ ନମ୍ବରରେ ନ୍ୟୁଜିଲାଣ୍ଡର ମାର୍ଟିନ ଗପଟିଲ ଅଛନ୍ତି। ସେ ୨୦୦୯ ରୁ ଏବେ ପର୍ଯ୍ୟନ୍ତ ୧୧୬ ମ୍ୟାଚରେ ୧୧୨ ପାରିରେ ୩୨.୩୭ ଔସତରେ ୩୩୯୯ ରନ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।