ରୋହିତ ଶର୍ମାଙ୍କ ବଡ଼ ବୟାନ, ଭାରତର ICC ଟୁର୍ଣ୍ଣାମେଣ୍ଟରେ ବିଫଳତାର କଣ ଥିଲା କାରଣ

ରୋହିତ ଶର୍ମାଙ୍କୁ ଭାରତୀୟ ଏକଦିବସିୟ ଟିମର ଅଧିନାୟକ କରାଯାଇଛି। ଏହା ପୂର୍ବରୁ ଟି-୨୦ ବିଶ୍ୱକପ ୨୦୨୧ ପରେ ଯେବେ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିଥିଲେ ସେବେ ମଧ୍ୟ ସେହି ପଦ ରୋହିତ ଶର୍ମାଙ୍କୁ ଦିଆଯାଇଥିଲା। ଏବେ ରୋହିତ ଶର୍ମା ଭାରତୀୟ ଲିମିଟେଡ଼ ଓଭର ଅଧିନାୟକ ଅଟନ୍ତି। ଏମିତି ଅନେକ କାରଣ ଅଛି ଯେଉଁଠି ପାଇଁ ସୀମିତ ଓଭରରେ ଅଧିନାୟକ ବଦଳାଇବାକୁ ପଡିଲା। କିନ୍ତୁ ଯେବେ ଟ୍ରଫି ଜିତିବା କଥା ଉଠିଯାଏ ସେବେ ରୋହିତଙ୍କର ସଫଳତା ତାଙ୍କ ପକ୍ଷରେ ଯାଇଥାଏ।

Google

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚମ୍ପିୟାନ ଟ୍ରଫି ୨୦୧୭, ଏକଦିବସସିୟ ବିଶ୍ୱକପ ୨୦୧୯, ଟି-୨୦ ବିଶ୍ୱକପ ୨୦୨୧ରେ ବିଫଳ ରହିଛି। ରୋହିତ ଶର୍ମା ଆଇସିସିର ଏହି ତିନୋଟି ଯାକ ଟୁର୍ଣ୍ଣାମେଣ୍ଟ ବିଷୟରେ କହିଛନ୍ତି ମ୍ୟାନ ଇନ ବ୍ଲୁ ଶୀର୍ଷ କ୍ରମରେ ବିଫଳତାକୁ ବଦଳାଇବାରେ ବିଫଳ ରହିଛି। ଯାହା କାରଣରୁ ଶେଷରେ ତାଙ୍କୁ ହାରିବାକୁ ପଡିଛି। ରୋହିତ ଶର୍ମା ଏକ୍ସଷ୍ଟରା ଟାଇମ୍ସ ସହ କଥା ହୋଇ କହିଛନ୍ତି,”ଚମ୍ପିୟାନ ଟ୍ରଫି ୨୦୧୭, ବିଶ୍ୱକପ ୨୦୧୯ ଓ ଟି-୨୦ ବିଶ୍ୱକପ ୨୦୨୧ ରେ ମଧ୍ୟ ଆରମ୍ଭରୁ ଆମେ ହାରିଯାଇଥିଲୁ। ସେ କିଛି ଏପରି ଯାହାକୁ ମୁଁ ଧ୍ୟାନରେ ରଖିବି”।

ଆଗାମି ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଏକ ଯୋଜନା ପ୍ରସ୍ତୁତ କରି ଏହି ୩୪ ବର୍ଷୀୟ ଓନର ବ୍ୟାଟ୍ସମ୍ୟାନ କହିଛନ୍ତି ସବୁଠୁ ଖରାପ ପରିସ୍ଥିତିରେ ଟିମକୁ ପ୍ରସ୍ତୁତ କରିବା ପାଇଁ ଜଣେ ନେତା ରୂପରେ ତାଙ୍କୁ ଧ୍ଯାନ କେନ୍ଦ୍ରିତ କରିବାକୁ ହେବ। ସେ କହିଛନ୍ତି,”ଆମକୁ ସବୁଠୁ ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ହେବ ଯେପରି ୧୦/୩ ସ୍କୋର ଥାଇ ମଧ୍ୟ ଆମେ ଆଗକୁ ବଢିପାରିବୁ। ଆପଣ ଏପରି ପରିସ୍ଥିତିରେ ୧୮୦-୧୯୦ ନୁହେଁ ଅଧିକ କରିବା ଆବଶ୍ୟକ”।

Google

ସେ ଆଗକୁ କହିଛନ୍ତି,”ମାନିନିଅନ୍ତୁ ଆମେ ସେମିଫାଇନାଲରେ ଖେଳୁଛେ ଓ ପ୍ରଥମ ଦୁଇ ଓଭରରେ ୧୦/୨ ୱିକେଟ ଗଳିଛନ୍ତି। ଆମେ କଣ ଏହା ପରେ କରିବୁ?କଣ ଯୋଜନା ଅଛି? ମୁଁ ନିଜକୁ ସେହି ସ୍ଥିତିରେ ରଖିବି ଓ ଦେଖିବି ଆମେ ଏହା ଉପରେ କଣ ପ୍ରତିକ୍ରିୟା ଦେବା”। ଟି-୨୦ ବିଶ୍ୱକପ ୨୦୨୧ ବିଷୟରେ ରୋହିତ କହିଛନ୍ତି ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଆମ ପାଖରେ ଦୁଇଟି ମ୍ୟାଚ ଥିଲା କିନ୍ତୁ ଦୁଇଟି ଯାକ ମ୍ୟାଚ ଏକାସମାନ ଥିଲା।

ଟିମ ଇଣ୍ଡିଆର ସୀମିତ ଓଭର ଅଧିନାୟକ କହିଛନ୍ତି,”ଆମକୁ ଟି-୨୦ ବିଶ୍ୱକପ ପୂର୍ବରୁ ଆମକୁ ନିଜକୁ ଦେଖିବା ପାଇଁ କିଛି ମ୍ୟାଚ ମିଳିଥିଲା। ଯଦି ଆପଣ ଦେଖିବେ ତେବେ ଆମେ ସବୁ ବିଶ୍ୱକପରେ ଏକାପ୍ରକାର ଦେଖାଯାଇଛୁ। ଆମେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ହାରିଯାଇଥିଲୁ ଏପରି ତିନିଥର ହୋଇଛି କିନ୍ତୁ ମତେ ଆଶା ଅଛି ଚତ୍ରୁର୍ଥ ଥର ଏପରି ହେବନି”।

Google

ଟିମ ଇଣ୍ଡିଆ ଅଧିନାୟକ ପରିବର୍ତ୍ତନ ପରେ ୨୦୨୨ ଟି-୨୦ ବିଶ୍ୱକପ ଓ ୨୦୨୩ ବିଶ୍ୱକପ ଉପରେ ନିଜ ନଜର ରଖିଛି। ଏହି ଦାଇତ୍ୱ ଅଧିନାୟକ ରୋହିତ ଓ କୋଚ ଦ୍ରାଭିଡଙ୍କ ଉପରେ ରହିଛି। ସେ ସେହି ସବୁ ଭୁଲ କୁ ଠିକ କରନ୍ତୁ ଯାହା ଦ୍ୱାରା ଭାରତ ଆଇସିସି ଟ୍ରଫି ଜିତିପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.