ବ୍ୟୁରୋ ରିପୋର୍ଟ: ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଏକଦିବସିୟରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଦେଇ ବିଜୟର ସହ ODI ସିରିଜ ଆରମ୍ଭ କରିଛି। ଏହି ମ୍ୟାଚରେ ଅଧିନାୟକ ରୋହିତଙ୍କ ସହ ୟୁଜବେନ୍ଦ୍ର ଚହଲ, ୱାସିଙ୍ଗଟନ ସୁନ୍ଦର,ସୂର୍ଯ୍ୟ କୁମାର ଯାଦବ ଓ ଡେବ୍ୟୁ କରିଥିବା ଦୀପକ ହୁଡା ମୁଖ୍ୟ ଭୂମିକା ତୁଲାଇବାରେ ସାହାଯ୍ୟ କରିଥିଲେ। ବର୍ଷ ୨୦୨୨ରେ ଏହା ଭାରତର କୌଣସି ବି ଫର୍ମାଟରେ ପ୍ରଥମ ବିଜୟ ଅଟେ। ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜର ଦ୍ୱିତୀୟ ମ୍ୟାଚ ୯ ଫେବୃଆରୀକୁ ଅହମ୍ମଦାବାଦରେ ଖେଳାଯିବାର ଅଛି।

ରେଗୁରାଲ ଅଧିନାୟକ ରୂପରେ ରୋହିତଙ୍କର ଏହା ପ୍ରଥମ ଏକଦିବସିୟ ମ୍ୟାଚ ଥିଲା। ଟିମ ଇଣ୍ଡିଆ ନିଜର ୧୦୦୦ ତମ ଏକଦିବସିୟ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି। ଏହି ସୁନ୍ଦର ବିଜୟ ପରେ ମଧ୍ୟ ଅଧିନାୟକ ରୋହିତ କହିଲେ ଏହା ଭାରତ ନିଜରରେ ପରିପୂର୍ଣ୍ଣ ମ୍ୟାଚ ନଥିଲା।
ବିଜୟ ପରେ ରୋହିତ କହିଲେ,”ମୁଁ ପରିପୂର୍ଣ୍ଣ ଖେଳରେ ବିଶ୍ୱାସ କରେନାହିଁ। ଆପଣ ପରିପୂର୍ଣ୍ଣ ହେଇପାରିବେନି। ଆମେ ଭଲ ହୋଇ ହୋଇ ରହିବାକୁ ଚାହୁଁଛୁ। ସବୁ ମିଶାଇ କହିବାତ ସମସ୍ତେ ଭଲ ଚେଷ୍ଟା କରିଛନ୍ତି। ଆମେ ବ୍ୟାଟିଙ୍ଗରେ ମ୍ୟାଚ ଜଲ୍ଦି ଶେଷ କରିବାକୁ ଚାହୁଁଥିଲୁ। ଆମକୁ ଏତେ ୱିକେଟ ଗଳାଇବାର ନଥିଲା ଏହା ଦ୍ଵାରା ତଳ ଅର୍ଡର ଉପରେ ପ୍ରେସର ପଢିଥାନ୍ତା। ମୁଁ କୌଣସି ଶ୍ରେୟ ନେବାକୁ ଚାହୁଁନି”।
Talk about role reversal ?
A Rohit-Chahal special feature coming up on https://t.co/Z3MPyeL1t7 ?
Watch this space for more ⏳#TeamIndia | @Paytm | #INDvWI | @ImRo45 | @yuzi_chahal pic.twitter.com/waLARxJsNn
— BCCI (@BCCI) February 6, 2022
ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରି ୧୭୬ ରନ କରିଥିଲେ। ଜବାବରେ ଭାରତ ଅଧିନାୟକ ରୋହିତଙ୍କ ଅର୍ଦ୍ଧଶତକ,ସୂର୍ଯ୍ୟ କୁମାର ଓ ଦୀପକ ହୁଡାଙ୍କ ଅର୍ଦ୍ଧଶତକିୟ ପାର୍ଟନରସିପ ଦ୍ଵାରା ମ୍ୟାଚ ୨୮ ଓଭରରେ ୪ ୱିକେଟ ହରାଇ ଜିତିଯାଇଥିଲା। ରୋହିତ ୬୦ ରନର ପାରି ଖେଳିଥିଲା।
ରୋହିତ କହିଲେ,”ଆମେ ଆରମ୍ଭରେ ଓ ଶେଷରେ ଯେଉଁଭଳି ବୋଲିଙ୍ଗ କଲୁ ତାହା ବହୁତ ଭଲ ଥିଲା। ଆମେ ଏକ ଟିମ ରୂପରେ ଭଲ ହେଇ ହେଇ ଯିବାକୁ ଚାହୁଁଛୁ। ଆମର ଶେଷ ଲକ୍ଷ୍ୟ ଏହାକି ଯାହା ଟିମ ଚାହୁଁଛି ତାହା ଯେପରି ହାସଲ କରିପାରୁ। ମୁଁ ଖେଳାଳିଙ୍କୁ କେବଳ ଏତିକି କହିବି ଆପଣ ନିଜକୁ ଚ୍ୟାଲେଞ୍ଜ ଦେଇଚାଲ”।

ଭାରତ ତରଫରୁ ଚାହଲ ୪୯ ରନ ଦେଇ ୪ ୱିକେଟ ନେଇଥିଲେ। ସେହିପରି ଅନେକ ଦିନ ପରେ ଟିମ ଇଣ୍ଡିଆକୁ ଫେରିଥିବା ଯୁବ ଅଫ ସ୍ପିନର ୱାସିଙ୍ଗଟନ ସୁନ୍ଦର ୩୦ ରନ ଦେଇ ୩ ଟି ୱିକେଟ ନେଇଥିଲେ। ପେସର ବୋଲର ପ୍ରସିଦ୍ଧ କ୍ରିଷ୍ଣା ଦୁଇଟି ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।