ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକଦିବସିୟ ସିରିଜ ଚାଲିଛି। ଏହି ସିରିଜରେ ଭାରତର ନୂତନ ଅଧିନାୟକ ରୋହିତ ଶର୍ମା ପ୍ରଥମ ଥର ରେଗୁରାଲ ଅଧିନାୟକତ୍ୱ କରୁଛନ୍ତି। ଏହାର ପ୍ରଥମ ମ୍ୟାଚ ୬ ଫେବୃଆରୀକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା। ସେହି ମ୍ୟାଚରେ ଭାରତୀୟ ଟିମ ୬ ୱିକେଟରେ ବିଜୟ ହାସଲ କରିଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ୯ ଫେବୃଆରୀ ବୁଧବାରକୁ ଦ୍ୱିତୀୟ ମ୍ୟାଚ ଖେଳାଯାଇଥିଲା ଓ ଏହି ମ୍ୟାଚକୁ ଭାରତୀୟ ଟିମ ୪୪ ରନରେ ଜିତି ସିରିଜରେ କବ୍ଜା କରିଛି।

ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଦ୍ଵାରା ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଥିଲା। ରୋହିତଙ୍କ ଭୁଲ ପାଇଁ ଭାରତ ଦୁଇଟି ନୋ ବଲର ସାମ୍ନା କରିଥିଲା। କହିରଖିବୁ ଦ୍ୱିତୀୟ ମ୍ୟାଚରେ ରୋହିତ ଫିଲଡିଙ୍ଗ ସେଟିଙ୍ଗ ପାଇଁ ୩୦ ମିନିଟ ନେବାରୁ ଅମ୍ପାୟାର ନୋ ବଲ ଦେଇଥିଲେ। ଏତିକିରେ ସରିନଥିଲା। ଆଗକୁ ଯେବେ ପାରିର ୩୨ ତମ ଓଭର ସ୍ପିନର ୟୁଜବେନ୍ଦ୍ର ଚାହଲ ବୋଲିଙ୍ଗ କରୁଥିଲେ ସେବେ ସେ ପ୍ରଥମ ବଲ ପକାଇବା ପରେ ଏହାକୁ ଅମ୍ପାୟାର ନୋ ବଲ ଦେଇଥିଲେ। ଏହାର କାରଣ ଥିଲା ଗୋଟେ ସାଇଟରେ ରୋହିତ ଅଧିକ ଫିଲଡ଼ର ଉପସ୍ଥିତ କରାଇଥିଲେ।
କହିରଖିବି ସେହି ବଲ ପୂର୍ବରୁ ରୋହିତ ଭୁଲ ବସତଃ ଲେଗ ସାଇଟରେ ୫ ଖେଳାଳି ଉପସ୍ଥିତ କରାଇଥିଲେ ଯାହା ନିୟମ ନୁହେଁ ତେଣୁ ଏହାକୁ ନୋ ବଲ କରାଯାଇଥିଲା। ଏହି ମ୍ୟାଚରେ ଭୁଲ କାରଣରୁ ରୋହିତ ବାରମ୍ବାର ଫିଲଡର ଗଣିବାକୁ ଲାଗିଥିଲେ। ଗୋଟେ ସମୟରେ ୧୧ ଖେଳାଳି ଅଛନ୍ତି ବୋଲି ରିଷଭ କହିଥିବା ବେଳେ ସାରଦୁଲ ବାହାରେ ଅଛନ୍ତି ବୋଲି ରୋହିତ କହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।