ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ର ଆରମ୍ଭ ଭାରତୀୟ ଟିମ ବିଜୟ ସହିତ କରିବାକୁ ଚାହିଁବ। ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ସହ ଅଛି। ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ମଧ୍ୟ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ରୋହିତଙ୍କ ଅଧିନାୟକତ୍ୱରେ ଏହି ମ୍ୟାଚ ଭାରତୀୟ ଟିମ ଜିତିବ ତେବେ ରୋହିତଙ୍କ ନାମରେ ଏକ ବଡ଼ ରେକର୍ଡ ହେବ।

ଖାସ ରେକର୍ଡର ବରାବରୀ କରିବେ ରୋହିତ:
ରୋହିତ ଶର୍ମାଙ୍କ ଟିମ ୨୮ ଅଗଷ୍ଟକୁ ପାକିସ୍ତାନକୁ ହରାଇବା ଲକ୍ଷ୍ୟ ନେଇ ଓହ୍ଲାଇବ। ରୋହିତ ଶର୍ମା ୩୦ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ଭାରତୀୟ ଟିମର ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ଟିମକୁ ୨୯ ବିଜୟ ମିଳିଛି। ଯଦି ଭାରତୀୟ ଟିମ ପାକିସ୍ତାନ ବିରୁଦ୍ଧରେ ଏହି ମ୍ୟାଚ ଜିତେ ତେବେ ଏହା ତାଙ୍କର ୩୦ ତମ ବିଜୟ ହେବ। ସେ ସବୁଠୁ ଅଧିକ ଟି-୨୦ ମ୍ୟାଚ ଜିତିଥିବା ଦ୍ୱିତୀୟ ଭାରତୀୟ ହେବେ।
ଏହି ଅଧିନାୟକ ଜିତିଛନ୍ତି ସବୁଠୁ ଅଧିକ ମ୍ୟାଚ:
ଅଧିନାୟକ ରୂପରେ ଭାରତ ପାଇଁ ସବୁଠୁ ଅଧିକ ମ୍ୟାଚ ଜିତିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ଅଛି। କୋହଲି ୫୦ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ଅଧିନାୟକତ୍ୱ କରିଥିଲେ ଯେଉଁଥିରୁ ୩୦ ମ୍ୟାଚରେ ବିଜୟ ମିଳିଛି। ରୋହିତ ଆଉ ଏକ ବିଜୟ ହାସଲ କଲେ ବିରାଟଙ୍କ ବରାବରି କରିନେବେ।

୨୭ ଅଗଷ୍ଟରୁ ଏସିଆ କପର ଆରମ୍ଭ:
ଏସିଆ କପ ୨୦୨୨ରେ ୬ ଟିମ ଭାଗ ନେଉଛନ୍ତି। ଏହି ଟିମଙ୍କୁ ଦୁଇଟି ଗ୍ରୁପରେ ବଣ୍ଟାଯାଇଛି। ଗ୍ରୁପ ଏ ରେ ଭାରତ, ପାକିସ୍ତାନ ଓ ହଂଙ୍ଗକଂଙ୍ଗ ଟିମ ରହିଥିବା ବେଳେ ଗ୍ରୁପ ବି ରେ ବଙ୍ଗଳାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଟିମ ରହିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ୨୮ ଅଗଷ୍ଟକୁ ହେବାର ଅଛି। ଏହା ପରେ ସୁପର ୪ ମ୍ୟାଚ ହେବାର ଅଛି। ଦୁଇ ଗ୍ରୁପର ଟପ ୨ ଟିମଙ୍କ ମଧ୍ୟରେ ସୁପର ୪ ମ୍ୟାଚ ହେବାର ଅଛି।
ଏସିଆ କପ ୨୦୨୨ର ପୁରା ସିଡ୍ୟୁଲ:
୧ମ ମ୍ୟାଚ ୨୭ ଅଗଷ୍ଟକୁ ଆଫଗାନିସ୍ତାନ ସହିତ ଶ୍ରୀଲଙ୍କା
୨ୟ ମ୍ୟାଚ ୨୮ ଅଗଷ୍ଟକୁ ଭାରତ ସହିତ ପାକିସ୍ତାନ
୩ୟ ମ୍ୟାଚ ୩୦ ଅଗଷ୍ଟକୁ ବଙ୍ଗଳାଦେଶ ସହିତ ଆଫଗାନିସ୍ତାନ
୪ର୍ଥ ମ୍ୟାଚ ୩୧ ଅଗଷ୍ଟକୁ ଭାରତ ସହିତ କ୍ବାଲିଫାୟାର
୫ମ ମ୍ୟାଚ ୧ ସେପ୍ଟେମ୍ବର ଶ୍ରୀଲଙ୍କା ସହିତ ବଙ୍ଗଳାଦେଶ।
୬ଷ୍ଠ ମ୍ୟାଚ ୨ ସେପ୍ଟେମ୍ବର ପାକିସ୍ତାନ ସହିତ କ୍ବାଲିଫାୟର
୭ମ ମ୍ୟାଚ ୩ ସେପ୍ଟେମ୍ବର ବି ୧ ସହିତ ବି ୨
୮ମ ମ୍ୟାଚ ୪ ସେପ୍ଟେମ୍ବର ଏ ୧ ସହିତ ଏ ୨
୯ମ ମ୍ୟାଚ ୬ ସେପ୍ଟେମ୍ବର ବି ୧ ସହିତ ଏ ୧
୧୦ମ ମ୍ୟାଚ ୭ ସେପ୍ଟେମ୍ବର ବି ୨ ସହିତ ଏ ୨
୧୧ ତମ ମ୍ୟାଚ ୮ ସେପ୍ଟେମ୍ବର ଏ ୧ ସହିତ ବି ୨
୧୨ ତମ ମ୍ୟାଚ ୯ ସେପ୍ଟେମ୍ବର ଏ ୨ ସହିତ ବି ୧
ଫାଇନାଲ ମ୍ୟାଚ ୧୧ ସେପ୍ଟେମ୍ବର