ରୋହିତ ଶର୍ମାଙ୍କ ନାମରେ ଦର୍ଜ ହେଲା ଲଜ୍ଜାଜନକ ରେକର୍ଡ! ଖବର ଭାଇରଲ! ପଢନ୍ତୁ ପୁରା ଖବର

ଟିମ ଇଣ୍ଡିଆ ଲଗାତାର ଚମତ୍କାର ପ୍ରଦର୍ଶନ ଜାରି ରହିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜକୁ ୩-୦ ରେ ଜିତିବା ପରେ ରୋହିତଙ୍କ ଦଳ ଶ୍ରୀଲଙ୍କା ଉପରେ ମଧ୍ୟ ୩-୦ ରେ ନିଜ କବ୍ଜା ହାସଲ କରିଛି। ଧର୍ମଶାଳାରେ ଖେଳା ଯାଉଥିବା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚକୁ ଭାରତୀୟ ଦଳ ୧୯ ଟି ବଲ ବାକି ଥାଇ ୬ ୱିକେଟରେ ଜିତି ନେଇଥିଲା। ଫଳରେ ଶ୍ରୀଲଙ୍କା ବିପକ୍ଷ ତିନୋଟି ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିକୁ ଭାରତୀୟ ଦଳ ୩-୦ ରେ ଜିତି ନେଇଛି। ଏଥି ସହିତ ଟିମ ଇଣ୍ଡିଆ ଲଗାତାର ୧୨ ଟି ଟ୍ୱେଣ୍ଟି କ୍ରମାଗତ ଜିତିବାର ରେକର୍ଡ ହାସଲ କରିଛି। କିନ୍ତୁ ଏଥିରେ ପୁଣି ସୃଷ୍ଟି ହୋଇଛି ଏକ ଲଜ୍ଜାଜନକ ରେକର୍ଡ। ତାହା ହେଉଛି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ।

Google

ରୋହିତ ଭାରତୀୟ ଦଳର ସବୁଠାରୁ ଅଭିଜ୍ଞ ଏବଂ ସିନିୟର ଖେଳାଳି ଅଟନ୍ତି। ସେଥିପାଇଁ ଦଳର ସମସ୍ତ ଭାର ତାଙ୍କ ଉପରେ। ଚଳିତ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ରୋହିତ ଶର୍ମା ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ରୋହିତ ୩୨ ବଲରେ ୪୪ ରନ କରି ଲାହିରୁ କୁମାରଙ୍କ ବଲରେ ଆଉଟ ହୋଇଥିଲେ। ପରବର୍ତ୍ତୀ ମ୍ୟାଚରେ ସେ ମାତ୍ର ଦୁଇଟି ବଲ ଖେଳି ଏକ ରନରେ ଚାମୀରାଙ୍କ ବଲରେ ଆଉଟ ହୋଇଥିଲେ।

ନିଜର ୧୨୫ତମ ମ୍ୟାଚ ତୃତୀୟ ଟି-ଟ୍ୱେଣ୍ଟି ରୋହିତ ପୂର୍ବ ଭଳି ଚାମୀରାଙ୍କ ବଲରେ ୯ ଟି ବଲରେ ୫ ରନ କରି ଆଉଟ ହୋଇଥିଲେ। ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ଅନ୍ୟ ସାଥି ଖେଳାଳୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଜିତି ନେଇଥିଲେ ମଧ୍ୟ, ଅଧିନାୟକଙ୍କ ପ୍ରଦର୍ଶନ ଦର୍ଶକ ମାନଙ୍କୁ ଅତ୍ୟନ୍ତ ମର୍ମାହତ କରିଥିଲା।

Google

ଶ୍ରୀଲଙ୍କା ବୋଲର ଦୁଷ୍ମନ୍ତ ଚାମୀରାଙ୍କ ବୋଲିଂରେ ରୋହିତ ସର୍ବାଧିକ ଥର ଟି-ଟ୍ୱେଣ୍ଟିରେ ଆଉଟ ହୋଇଛନ୍ତି। ଏହା ବ୍ୟତୀତ ତୃତୀୟ ଟି-ଟ୍ୱେଣ୍ଟିରେ ଏକ ଅଙ୍କରେ ଆଉଟ ହେବା ପରେ ରୋହିତ ଟି-ଟ୍ୱେଣ୍ଟି ଏକ ଅଙ୍କରେ ଅଧିକ ବାର ଆଉଟ ହେବ ତାଲିକାରେ ପ୍ରଥମ ସ୍ଥାନକୁ ଯାଇଛନ୍ତି। ସେ ଟି-ଟ୍ୱେଣ୍ଟିରେ ଏକ ଅଙ୍କରେ ୪୫ ଥର ଆଉଟ ହୋଇଛନ୍ତି। ଦ୍ଵିତୀୟରେ କେଭିନ ଓବ୍ରାନ ୪୪ ଥର, ତୃତୀୟରେ ମୁସଫିକର ରାହିମ ୪୧ ଥର ଏବଂ ଚତୁର୍ଥରେ ସାହିଦ ଆଫ୍ରିଦ ୪୦ ଥର ଏକ ଅଙ୍କରେ ଆଉଟ ହୋଇ ସାରିଛନ୍ତି। ଟି-ଟ୍ୱେଣ୍ଟିରେ ସର୍ବାଧିକ ୧୨୫ ଟି ମ୍ୟାଚ ଖେଳିଥିବା ଏବଂ ସର୍ବାଧିକ ରନ କରିଥିବା ରୋହିତ ଏହି ସିରିଜରେ ଅସଫଳ ରହିଛନ୍ତି। ଦର୍ଶକଙ୍କ ନଜର ପ୍ରାୟ ଟେଷ୍ଟ ମ୍ୟାଚ ଉପରେ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *