ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତ୍ରୁର୍ଥ ମ୍ୟାଚ ଫ୍ଲୋରିଡା ସ୍ଥିତ ସେଣ୍ଟ୍ରାଲ ବ୍ରୋବାର୍ଡ ପାର୍କ ଷ୍ଟାଡିୟମର ଟର୍କ ଗ୍ରାଉଣ୍ଡରେ ଖେଳାଯିବାର ଅଛି। ରୋହିତ ଶର୍ମା ତୃତୀୟ ଟି-୨୦ରେ ପିଠି ଦରଜ କାରଣରୁ ରିଟାର୍ଡ ହର୍ଟ ହୋଇଥିଲେ। ଚତ୍ରୁର୍ଥ ଟି-୨୦ ମ୍ୟାଚରେ ସେ ଖେଳିବେ ବା ନାହିଁ ଉପରେ ସେ କହିଛନ୍ତି ଚତ୍ରୁର୍ଥ ଟି-୨୦ ମ୍ୟାଚକୁ କିଛି ସମୟ ଅଛି। ଆଶା କରାଯାଉଛିକି ସେ ଠିକ ହୋଇଯିବେ।

ହିଟମ୍ୟାନ ରୋହିତ ଶର୍ମା ଯଦି ଯଦି ଚତ୍ରୁର୍ଥ ମ୍ୟାଚରେ ଖେଳିବେ ତେବେ ତାଙ୍କ ପାଖରେ ଏକ ବଡ଼ ଉପଲବ୍ଧି ହାସଲ କରିବାର ମୌକା ଅଛି। ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ଅଧିକ ଛକା ଲଗାଇବାର ରେକର୍ଡ କ୍ରିସ ଗେଲଙ୍କ ନାମରେ ଅଛି ଓ ଏହି ରେକର୍ଡରେ ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ପୂର୍ଵ ଖେଳାଳି ସାହିଦ ଆଫରିଦି ଅଛନ୍ତି। ଏହା ପରେ ତୃତୀୟ ସ୍ଥାନରେ ଅଧିନାୟକ ରୋହିତ ଶର୍ମା ରହିଛନ୍ତି।
ରୋହିତ ଚତ୍ରୁର୍ଥ ଟି-୨୦ରେ ଯେବେ ଓହ୍ଲାଇବେ ତାଙ୍କ ପାଖରେ ସାହିଦ ଅଫରିଦିଙ୍କୁ ପଛରେ ପକାଇବାର ମୌକା ରହିଛି। ଆଫରିଦିଙ୍କ ନାମରେ ଇଣ୍ଟରନେସନାଲରେ ୪୭୬ ଛକା ଅଛି ଯେବେକି ରୋହିତଙ୍କ ନମାରେ ୪୭୪ ଛକା ଅଛି। ଯଦି ଏହି ମ୍ୟାଚରେ ରୋହିତ ତିନୋଟି ଛକା ଲଗାଇବେ ତେବେ ଆଫରିଦିଙ୍କୁ ପଛରେ ପକାଇଦେବେ।
Some of the record of Rohit Sharma
1.The highest individual score of 264 in the ODIs is scored by the Rohit Sharma.
2.Rohit has a unique record of reaching a century with a six in all three formats.
3.Rohit has the record of scoring highest number of fours (33) in single Inng pic.twitter.com/G5YR0r8MJw
— Aiden Mishra (@mishraa_op) June 23, 2022
କହିରଖିବୁକି ଆଫରିଦି ନିଜ ଟିମ ପାଇଁ ୧୯୯୬ ରୁ ୨୦୧୮ ପର୍ଯ୍ୟନ୍ତ ନିଜ ଟିମ ପାଇଁ ୫୨୪ ମ୍ୟାଚ ଖେଳି ୫୦୮ ପାରିରେ ୪୭୬ ଛକା ଲଗାଇଛନ୍ତି। ସେହିପରି ରୋହିତ ଭାରତ ପାଇଁ ଏବେ ପର୍ଯ୍ୟନ୍ତ ୨୦୦୭ ରୁ ୪୦୯ ମ୍ୟାଚ ଖେଳି ୪୭୪ ଛକା ଲଗାଇଛନ୍ତି।
ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ଅଧିକ ଛକା ଲଗାଇବାର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ନାମରେ ଅଛି। ସେ୧୯୯୯ ରୁ ୨୦୨୧ ପର୍ଯ୍ୟନ୍ତ ୪୮୩ ମ୍ୟାଚରେ ୫୫୩ ଛକା ମାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।