ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ବିଜୟ ହାସଲ କରି ସାରିବା ପରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ ଭାରତ ଜିତି ଯାଇଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଶନିବାରକୁ ଧର୍ମଶାଳାରେ ଖେଳା ଯାଉଅଛି। ଟିମ ଇଣ୍ଡିଆ ଲକ୍ଷନୌରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୬୨ ରନରେ ହରାଇ ସିରିଜରେ ୧-୦ରେ ଆଗୁଆ ହୋଇଯାଇଥିଲା। ଟି-୨୦ ରେ ଅଧିନାୟକ ହେବା ପରେ ରୋହିତ ଶର୍ମା ସୁନ୍ଦର ଅଧିନାୟକତ୍ୱ କରିଛନ୍ତି। ହିଟମାନ ଯେବେଠୁ ଟି-୨୦ ଅଧିନାୟକ ହୋଇଛନ୍ତି ସେବେ ଠୁ ଟିମ ଇଣ୍ଡିଆ ୭ ଟି ଟି-୨୦ ମ୍ୟାଚ ଖେଳିଛି ଓ ସବୁ ୭ ଟି ଯାକ ମ୍ୟାଚ ଜିତିଛି। ଟିମ ଇଣ୍ଡିଆ ଶେଷ ଥର ଟି-୨୦ରେ ବିଶ୍ୱକପ ୨୦୨୧ରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ହାରିଥିଲା।

ଶ୍ରୀଲଙ୍କା ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତ ରୋହିତ ଶର୍ମା ନିଜ ନାମରେ ବଡ଼ ରେକର୍ଡ କରିବାପାଇଁ ଚାହିଁବେ। ଟିମ ଇଣ୍ଡିଆ ଯଦି ଧର୍ମଶାଳାର ମ୍ୟାଚ ଜିତିବ ତେବେ ନିଜ ଘରେ ସବୁଠୁ ଅଧିକ ଟି-୨୦ ମ୍ୟାଚ ଜିତିଥିବା ଅଧିନାୟକ ରୋହିତ ଶର୍ମା ହୋଇଯିବେ। ଏହି ରେକର୍ଡରେ ରୋହିତ ଶର୍ମା ବର୍ତ୍ତମାନ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଓ ଇଂଲଣ୍ଡର ଅଧିନାୟକ ଇୟନ ମୋର୍ଗାନଙ୍କ ସହ ପ୍ରଥମ ନମ୍ବରରେ ଅଛନ୍ତି। ଏହି ତିନି ଜଣ ଏବେ ପର୍ଯ୍ୟନ୍ତ ଘରେ ୧୫-୧୫ ଟି-୨୦ ମ୍ୟାଚ ଜିତିଛନ୍ତି। ରୋହିତ ଏବେ ପର୍ଯ୍ୟନ୍ତ ୧୬ ଟି ଟି-୨୦ ମ୍ୟାଚରେ ଅଧିନାୟକ କରିଛନ୍ତି।
୭ ଚୌକା ମାରିବା ଖଣି ରୋହିତ କୋହଲିଙ୍କୁ ପଛରେ ପକାଇଦେବେ:
ରୋହିତ ଶର୍ମା ଯଦି ଦ୍ୱିତୀୟ ଟି-୨୦ ମ୍ୟାଚରେ ୭ ଟି ଚୌକା ମାରିବେ ତେବେ ସେ ବିରାଟ କୋହଲିଙ୍କୁ ପଛରେ ପକାଇଦେବେ। ଏହା ସହ ସେ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ରନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଯିବେ। ଟି-୨୦ ଇଣ୍ଟରନେସନାଲରେ ରୋହିତଙ୍କ ନାମରେ ୨୯୨ ଚୌକା ମାରିଛନ୍ତି ଯେବେ କି କୋହଲିଙ୍କ ନାମରେ ୨୯୮ ଚୌକା ଅଛି। ଏହି ସିରିଜରେ କୋହଲିଙ୍କୁ ଆରାମ ଦିଆଯାଇଛି।

ସୋଏବ ମଲିକଙ୍କ ବରାବରି କରିବାର ଅଛି ମୌକା:
ରୋହିତ ଶର୍ମା ଧର୍ମଶାଳାର ମ୍ୟାଚ ଓହ୍ଲାଇଲେ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ମ୍ୟାଚ ଖେଳିବାର ରେକର୍ଡରେ ପାକିସ୍ତାନର ସୋଏବ ମଲିକଙ୍କ ବରାବରୀ କରିଦେବେ। ରୋହିତ ୧୨୩ ମ୍ୟାଚ ଖେଳିଥିବା ବେଳେ ମଲିକ ୧୨୪ ମ୍ୟାଚ ଖେଳିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।