ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ନୂତନ ଅଧିନାୟକ ହେବା ପରେ ଏବେ ପର୍ଯ୍ୟନ୍ତ ଗୋଟେ ମଧ୍ୟ ସିରିଜ ହାରିନାହାଁନ୍ତି। ସେ ଅଧିନାୟକ ରୂପରେ ରବିବାରକୁ ଆଉ ଏକ କାରନାମା କରିଛନ୍ତି। ଟିମ ଇଣ୍ଡିଆ ତୃତୀୟ ଏକଦିବସିୟରେ ଇଂଲଣ୍ଡକୁ ୫ ୱିକେଟରେ ହରାଇଛି। ଇଂଲଣ୍ଡ ପ୍ରଥମେ ବ୍ୟାଟିଙ୍ଗ କରି ୨୫୯ ରନ କରିଥିଲା। ଜବାବରେ ଭାରତ ରିଷଭ ପନ୍ତଙ୍କ ୧୨୫ ରନର ନଟଆଉଟ ପାରି ଦ୍ଵାରା ମ୍ୟାଚ ୫ ୱିକେଟରେ ଜିତିଯାଇଛି। ଏହିପରି ଭାରତୀୟ ଟିମ ଏହି ଏକଦିବସିୟ ସିରିଜ ୨-୧ରେ ଜିତିଯାଇଛି। ଏହା ପୂର୍ବରୁ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ ମଧ୍ୟ ଭାରତୀୟ ଟିମ ୨-୧ରେ ଜିତିଥିଲା। ଏହିପରି ରୋହିତ ଶର୍ମା ଇଂଲଣ୍ଡରେ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ଓ ଏକଦିବସିୟ ସିରିଜ ଜିତିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇଯାଇଛନ୍ତି। ପୂର୍ଵ ମହାନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏପରି କରିପାରିନଥିଲେ।

ଟିମ ଇଣ୍ଡିଆ ଇଂଲଣ୍ଡରେ ତୃତୀୟ ଥର ଏକଦିବସିୟ ସିରିଜ ଜିତିଛି। ପ୍ରଥମ ଥର ବିଜୟ ୧୯୯୦ରେ ମହମ୍ମଦ ଆଜାରୁଦିନଙ୍କ ଅଧିନାୟକତ୍ୱରେ ଜିତିଥିଲା। ସେବେ ଟିମ ୨ ଟି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଜିତିଥିଲା। ଏହା ପରେ ଟିମ ଦ୍ୱିତୀୟ ଥର ୨୦୧୪ରେ ଧୋନିଙ୍କ ଅଧିନାୟକତ୍ୱରେ ଏହି କାରନାମା କରିଥିଲା।ସେବେ ଟିମ ୫ ମ୍ୟାଚ ବିଶିଷ୍ଟ ସିରିଜ ୩-୧ରେ ଜିତିଥିଲା। ୫ ମ ମ୍ୟାଚ ଭାରତ ୪୧ ରନରେ ଜିତି ସିରିଜ ଜିତିଥିଲା। ଏବେ ରୋହିତ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଯାଇଛନ୍ତି।
ଦୁଇଟି ଅଧିନାୟକ ଜିତିସାରିଛନ୍ତି ଟି-୨୦ ସିରିଜ:
ଇଂଲଣ୍ଡରେ ଏବେ ପର୍ଯ୍ୟନ୍ତ ଦୁଇଟି ଅଧିନାୟକ ଟି-୨୦ ସିରିଜ ଜିତିସାରିଛନ୍ତି। ୨୦୧୮ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ସିରିଜ ୨-୧ରେ ଜିତିଥିଲା। ଏବେ ରୋହିତ ମଧ୍ୟ ଟି-୨୦ ସିରିଜ ୨-୧ରେ ଜିତିଛନ୍ତି। ରୋହିତଙ୍କ ପାଖରେ ଏବେ ଟିମ ଇଣ୍ଡିଆର ତିନୋଟି ଯାକ ଫର୍ମାଟର ଅଧିନାୟକତ୍ୱ ଅଛି। ଟିମର ଗ୍ରସ୍ତର ଆରମ୍ଭ ଭଲ ରହିନଥିଲା। ଏଜବେଷ୍ଟନରେ ଖେଳାଯାଇଥିବା ୫ ମ ଟେଷ୍ଟ ଇଂଲଣ୍ଡ ୭ ୱିକେଟରେ ଜିତି ଟେଷ୍ଟ ସିରିଜ ୨-୨ରେ ବରାଵରି କରିଥିଲା।

ଇଂଲଣ୍ଡର ଅଧିନାୟକ ଜୋସ ବଟଲର ଭଲ ଆରମ୍ଭ କରିପାରିନାହଁନ୍ତି। ଭାରତ ବିରୁଦ୍ଧରେ ସିରିଜ ପୂର୍ବରୁ ଅଧିନାୟକ ଇୟୋନ ମୋର୍ଗାନ ଅବସର ନେଇଯାଇଥିଲେ। ତାଙ୍କ ଜାଗାରେ ବଟଲରଙ୍କୁ ଏକଦିବସିୟ ଓ ଟି-୨୦ର ନୂତନ ଅଧିନାୟକ କରାଯାଇଥିଲା। ସେ ପ୍ରଥମ ଦୁଇଟି ଯାକ ସିରିଜ ହାରିଯାଇଛନ୍ତି। ଦୁଇଟି ଯାକ ସିରିଜରେ ଇଂଲଣ୍ଡର ଟପ ଅର୍ଡର ଅସଫଳ ରହିଲା। ବୋଲର କିନ୍ତୁ ଭଲ ପ୍ରଦର୍ଶନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।