ରୋହିତଙ୍କ ୫ଟି ବଡ଼ ରେକର୍ଡ, ଯାହାକୁ କାଟିବା ଅଟେ ମୁସ୍କିଲ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆଜିର ଦିନ ବହୁତ ଖାସ କାରଣ ଆଜିର ଦିନ ୨୦୦୭ରେ ସେ ପ୍ରଥମ ଥର ଇଣ୍ଟରନେସନାଲ ମ୍ୟାଚ ଖେଳିବା ଆରମ୍ଭ କରିଥିଲେ। ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ମ୍ୟାଚରୁ ସେ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚରେ ତାଙ୍କୁ ବ୍ୟାଟିଙ୍ଗ କରିବାର ମୌକା ମିଳିନଥିଲା।

Google

ରୋହିତ ଶର୍ମା କ୍ରିକେଟର ଗ୍ରାଉଣ୍ଡରେ ଅନେକ ରେକର୍ଡ କରିଛନ୍ତି। ଏହାକୁ ପାର କରିବା କୌଣସି ଖେଳାଳି ପାଇଁ ସହଜ ହେବ ନାହିଁ। ରୋହିତ ଏକଦିବସିୟରେ ତିନୋଟି ଡ଼ବଲ ଶତକ ଲଗାଇଛନ୍ତି। ଏହା ଏକ ବଡ଼ ରେକର୍ଡ ଅଟେ କାରଣ ଅନ୍ୟ କେହି ଖେଳାଳି ଦୁଇଟି ମଧ୍ୟ ଲଗାଇପାରିନାହଁନ୍ତି। ଏକଦିବସିୟରେ ୨୬୪ ରନର ସର୍ବଶ୍ରେଷ୍ଠ ପାରି ତାଙ୍କ ନାମରେ ଅଛି।

ରୋହିତ ଶର୍ମା ୨୦୧୯ରେ ଇଂଲଣ୍ଡରେ ହୋଇଥିବା ଏକଦିବସିୟ ବିଶ୍ୱକପରେ ୫ ଟି ଶତକ ଲଗାଇଥିଲେ। ଟୁର୍ଣ୍ଣାମେଣ୍ଟରେ ଏହା କୌଣସି ବି ଖେଳାଳିଙ୍କ ସବୁଠୁ ଭଲ ପ୍ରଦର୍ଶନ ଅଟେ। ଏହା ପୂର୍ବରୁ ୨୦୧୫ ବିଶ୍ୱକପରେ ସାଂଙ୍ଗାକାରା ୪ ଟି ଶତକ ଲଗାଇଥିଲେ। ଭାରତ ତରଫରୁ ପୂର୍ଵ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୦୩ ବିଶ୍ୱକପରେ ୩ ଟି ଶତକ ଲଗାଇଥିଲେ।

Google

ଏକଦିବସିୟ ଇଣ୍ଟରନେସନାଲରେ ରୋହିତ ୮ ଥର ୧୫୦ ରୁ ଅଧିକ ରନ କରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୬ ଥରରୁ ଅଧିକ ଏହି କାରନାମା କରିପାରିନାହଁନ୍ତି। ଡେଭିଡ ୱାରନର ୬ ଥର ଏପରି କରିଛନ୍ତି। ପୂର୍ଵ ଭାରତୀୟ ଖେଳାଳି ସଚିନ ତେନ୍ଦୁଲକର ଓ କ୍ରିସ ଗେଲ ୫-୫ ଥର ଏପରି କରିପାରିଛନ୍ତି। କୋହଲି ୪ ଥର ଏହି କାମ କରିଛନ୍ତି।

ରୋହିତ ଶର୍ମା ଟି-୨୦ ଇଣ୍ଟରନେସନାଲରେ ମଧ୍ୟ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସେ ସବୁଠୁ ଅଧିକ ୪ଟି ଶତକ ଲଗାଇଥିବା ଖେଳାଳି ଅଟନ୍ତି। ଗ୍ଲେନ ମାକ୍ସୱେଲ ଓ କଲିନ ମନରୋ ୩-୩ ଶତକ ଲଗାଇଛନ୍ତି। ଭାରତ ତରଫରୁ କେ ଏଲ ରାହୁଲ ୨ ଟି ଶତକ ଲଗାଇଛନ୍ତି।

Google

ଆଇପିଏଲରେ ମଧ୍ୟ ରୋହିତଙ୍କ ରେକର୍ଡ ବହୁତ ଭଲ ଅଟେ। ସେ ଆଇପିଏଲରେ ଅଧିନାୟକ ରୂପରେ ୫ ଟି ଟ୍ରଫି ଜିତିଛନ୍ତି। ଏହା ସବୁଠୁ ଅଧିକ ଆଇପିଏଲରେ ଅଟେ ଓ ଏହା ସେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ କରିଛନ୍ତି। ତାଙ୍କ ପରେ ମହେନ୍ଦ୍ର ସିଂହ ଧୋନି ଅଛନ୍ତି ଯିଏକି ୪ ଥର ଆଇପିଏଲ ଟ୍ରଫି ଜିତିଛନ୍ତି।

ତେବେ ରୋହିତ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମାନ। ସେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *