ବ୍ୟୁରୋ ରିପୋର୍ଟ: ଇଂଲଣ୍ଡ ବିପକ୍ଷରେ କ୍ୟାପଟେନ ରୋହିତ ଶର୍ମାଙ୍କ ନାମରେ ଦର୍ଜ ହୋଇଛି ଖାସ ରେକର୍ଡ। ତାଙ୍କ କ୍ୟାପଟେନସିରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ରେ ହାସଲ କରିଛି ବିଜୟ। ଭାରତୀୟ ଦଳ ଆଗ ବ୍ୟାଟିଂ କରି ଏହି ମ୍ୟାଚରେ ହାସଲ କରିଥିଲା ବିଜୟ।

ତେବେ ଏହି ବିଜୟ ସହ ରୋହିତଙ୍କ ନାଁ ରେ ନାମିତ ହୋଇଛି ଏକ ବଡ଼ ଖାସ ଉପଲବ୍ଧି। ସେ ଲଗାତାର ଭାବେ ୧୩ ଟି T-20 ଆନ୍ତର୍ଜାତିୟରେ ଭାରତକୁ ଜିତାଇଥିବା ଅଧିନାୟକ ହୋଇଛନ୍ତି। ରୋହିତ ଶର୍ମାଙ୍କ ଛଡା ଆଉ କେଉଁ କ୍ୟାପଟେନ ଏହି ରେକର୍ଡ କରିନାହାନ୍ତି।
ରୋହିତଙ୍କ କ୍ୟାପଟେନସିରେ ଭାରତ ନିୟମିତ ଭାବେ ବଙ୍ଗଳାଦେଶ, ନ୍ୟୁଜିଲାଣ୍ଡ, ୱେଷ୍ଟ ଇଣ୍ଡିଜ, ଶ୍ରୀଲଙ୍କା ଓ ଇଂଲଣ୍ଡକୁ ହରାଇବାରେ ସକ୍ଷମ ହୋଇଛନ୍ତି।
🚨 Milestone Alert 🚨
First captain to win 1⃣3⃣ successive T20Is – Congratulations, @ImRo45. 👏 👏#TeamIndia | #ENGvIND pic.twitter.com/izEGfIfFTn
— BCCI (@BCCI) July 7, 2022
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ। ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟି-୨୦ ମ୍ୟାଚରେ ୧୪ ବଲରୁ ୫ଟି ଚୌକା ସହ ୨୪ ରନ ବନାଇଥିଲେ। ଏହା ସହ ହିଟମାନ ୨୯ ଟି ପାରିରେ କ୍ୟାପଟେନ ଭାବରେ ୧୦୦୦ ରନ ପୂରଣ କରିଥିବା ବେଳେ କୋହଲି ୩୦ ଟି ପାରିରେ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।