IND vs SL: ରୋହିତ ଶର୍ମାଙ୍କ ଟେଷ୍ଟ ଟିମ ପ୍ରସ୍ତୁତ,ନମ୍ବର ୩ରେ ଏହି ଯୁବ ବ୍ୟାଟ୍ସମ୍ୟାନଙ୍କୁ ମିଳିବ ମୌକା!

ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ଟେଷ୍ଟ ଅଧିନାୟକ ରୂପରେ ନିଜର ପ୍ରଥମ ସିରିଜ ଆରମ୍ଭ କରିବାକୁ ଯାଇଛନ୍ତି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୪ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଭାରତ ଟି-୨୦ ସିରିଜକୁ ୩-୦ରେ କ୍ଲିନ ସୁଇପ କରିଛି। ଟେଷ୍ଟ ସିରିଜ ପାଇଁ ସିନିୟର ଖେଳାଳି ପୂଜାରା ଓ ରାହାଣେଙ୍କୁ ମୌକା ମିଳିନାହିଁ। ତାଙ୍କ ଜାଗାରେ ଚୟନ ହୋଇଥିବା ଶୁଭମନ ଗିଲ ଓ ହନୁମା ବିହାରୀଙ୍କୁ ଚୂଡାନ୍ତ ଏକାଦଶରେ ମୌକା ଦିଆଯାଇପାରେ। ଏହା ବିରାଟ କୋହଲିଙ୍କର ୧୦୦ ତମ ଟେଷ୍ଟ ହେବ। ଟି-୨୦ ସିରିଜରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା।

Google

ଶୁଭମନ ଗିଲ ଖେଳାଳି ପାଇଁ ପ୍ରସ୍ତୁତ ଅଛନ୍ତି ଓ ହେର୍ଡ କୋଚ ରାହୁଲ ଦ୍ରାଭିଡ ତାଙ୍କୁ ମଧ୍ୟକ୍ରମରେ ଓହ୍ଲାଇପାରନ୍ତି। ସମ୍ଭାବନା ଅଛିକି ଗିଲଙ୍କୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କ ପରେ ୩ ନମ୍ବରରେ ମୌକା ଦିଆଯାଇପାରେ। ପୂର୍ଵ ଭାରତୀୟ ଓପନର ଦେବାଂଙ୍ଗ ଗାନ୍ଧୀ କହିଛନ୍ତି,”ମୋ ହିସାବରେ ୩ ନମ୍ବର ପାଇଁ ଶୁଭମନ ଗିଲ ବେଷ୍ଟ ଅଟନ୍ତି। ସେ ଓପନିଙ୍ଗ କରିପାରନ୍ତି କିନ୍ତୁ ରୋହିତଙ୍କ ସହିତ ଓପନିଙ୍ଗ କରିବା ପାଇଁ ମୟଙ୍କ ଅଗ୍ରୱାଲ ଅଛନ୍ତି। ତେଣୁ ଗିଲଙ୍କ ପାଇଁ ୩ ନମ୍ବର ସ୍ଥାନ ଉଚିତ ଅଟେ”।

ମଧ୍ୟକ୍ରମରେ ମାରିଛନ୍ତି ଡବଲ ଶତକ:

ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ନେସନାଲ ସେଲେକ୍ଟର ରହିଥିବା ଗାନ୍ଧୀ କହିଛନ୍ତି ଅଷ୍ଟ୍ରେଲିଆ ବିରୁଦ୍ଧରେ ଟେଷ୍ଟ ଡେବ୍ୟୁ କରିବା ପୂର୍ବରୁ ଗିଲଙ୍କୁ ମଧ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯାଉଥିଲା। ସେ କହିଛନ୍ତି,”ମତେ କାଇଁ ଲାଗୁଛି କି ଶୁଭମନଙ୍କୁ ନମ୍ବର ୩ରେ ଓହ୍ଲାଯାଇପାରେ। କାରଣ ସେ ୱେଷ୍ଟଇଣ୍ଡିଜ ଏ ବିରୁଦ୍ଧରେ ମଧ୍ୟକ୍ରମରେ ଖେଳି ଡବଲ ଶତକ ମାରିଛନ୍ତି”। ସେ ଆହୁରି କହିଛନ୍ତି ଗିଲ ଓପନିଙ୍ଗ ମଧ୍ୟ କରିସାରିଛନ୍ତି।ତେଣୁ ନମ୍ବର ୩ରେ ସେ ନୂଆ ବଲକୁ ଭଲ ସେ ଖେଳିପାରିବେ।

Google

ନମ୍ବର ୫ରେ ପନ୍ତଙ୍କୁ ମୌକା:

ରାହାଣେ ନମ୍ବର ୫ ରେ ବ୍ୟାଟିଙ୍ଗ କରୁଥିଲେ ଏବେ ପୁରା ସମ୍ଭାବନା ଅଛିକି ରୋହିତ ଓ ଦ୍ରାଭିଡ ଏହି ନମ୍ବରରେ ପନ୍ତଙ୍କୁ ଓହ୍ଲାଇପାରନ୍ତି। ସେହିପରି ନମ୍ବର ୬ ରେ ହନୁମା ବିହାରୀ ଓହ୍ଲାଇପାରନ୍ତି। ଗାନ୍ଧୀ କହିଛନ୍ତି,”ଆମର ଉପରକ୍ରମକୁ ଦେଖିବାତ ରୋହିତ, ମୟଙ୍କ, ଗିଲ ଓ କୋହଲି ସବୁ ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଟନ୍ତି। ତେଣୁ ଭଲ ହେବକି ନମ୍ବର ୫ ରେ ବାମହାତୀ ବ୍ୟାଟ୍ସମ୍ୟାନ ରହୁ। ଏହାପରେ ବିହାରୀଙ୍କ ପରେ ସପ୍ତମ ନମ୍ବରରେ ଜାଡେଜା ଖେଳିବେ ଯିଏକି ବାମହାତୀ ବ୍ୟାଟ୍ସମ୍ୟାନ ଅଟନ୍ତି”।

ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ:

ରୋହିତ ଶର୍ମା(ଅଧିନାୟକ),ପ୍ରିୟଂଙ୍କ ପାଂଚାଲ, ବିରାଟ କୋହଲି, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ରିଷଭ ପନ୍ତ, ଶ୍ରେୟସ ଅୟର, ହନୁମା ବିହାରୀ, କେ ଏସ ଭରତ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯଶପ୍ରୀତ ବୁମରା (ଉପଅଧିନାୟକ), ଆର ଅଶ୍ୱିନୀ,ମହମ୍ମଦ ସାମୀ, ମହମ୍ମଦ ସିରାଜ , ଉମେଶ ଯାଦବ, ସୌରଭ କୁମାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *