ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ବ୍ୟାଟ୍ସମ୍ୟାନ ରୂପରେ ଓ ଅଧିନାୟକ ରୂପରେ ଆଇପିଏଲ ୨୦୨୨ରେ ପୁରା ଅସଫଳ ରହିଛି। ଏବେ ପର୍ଯ୍ୟନ୍ତ ଏହି ଆଇପିଏଲ ସିଜନରେ ମୁମ୍ବାଇ ଆରମ୍ଭ ୬ ଟି ମ୍ୟାଚ ହାରିଛି ଓ ନିଜର ୭ ମ ମ୍ୟାଚରେ ମଧ୍ୟ ଭଲ ଆରମ୍ଭ କରିପାରିନାହିଁ। ସପ୍ତମ ମ୍ୟାଚରେ ପ୍ରଥମ ଓଭରରେ ଓପନର ରୋହିତ ଓ ଇସାନ ଦୁହେଁ ଆଉଟ ହୋଇଗଲେ। ରୋହିତ ଦୁଇଟି ବଲରେ ଶୂନ୍ୟରେ ଆଉଟ ହୋଇଥିଲେ ଓ ଇସାନ ଗୋଟେ ବଲରେ ବୋଲ୍ଡ ହୋଇଥିଲେ। ଦୁଇଟି ଯାକ ୱିକେଟ ବାମହାତୀ ପେସର ମୁକେସ ଚୌଦୁରି ନେଇଥିଲେ। ସିଏସକେ ପାଇଁ ମଧ୍ୟ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ କାରଣ ସିଏସକେ ପ୍ରଥମ ୬ ଟି ମ୍ୟାଚରୁ ଗୋଟେ ମ୍ୟାଚ ଜିତିଛି।

ରୋହିତ ଶର୍ମା ଏହା ସହିତ ଆଇପିଏଲରେ ସବୁଠୁ ଅଧିକ ଥର ଶୂନ୍ୟରେ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ସେ ଆଇପିଏଲ ଇତିହାସରେ ୧୪ ଥର ଶୂନ୍ୟରେ ଆଉଟ ହୋଇଛନ୍ତି, ଅନ୍ୟ ୬ ବ୍ୟାଟ୍ସମ୍ୟାନ ୧୩-୧୩ ଥର ଶୂନ୍ୟରେ ଆଉଟ ହୋଇଛନ୍ତି। ଏଥିରେ ପିଉସ ଚାୱଲା, ହରଭଜନ ସିଂହ, ମନ୍ଦିପ ସିଂହ, ପାର୍ଥିବ ପଟେଲ, ଅଜିଙ୍କ୍ୟ ରାହାଣେ ଓ ଅମ୍ବାତି ରାୟୁଡୁ ସାମିଲ ଅଛନ୍ତି। ରାଇଡୁ ଏହି ସିଜନରେ ସିଏସକେ ତରଫରୁ ଖେଳୁଛନ୍ତି। ରୋହିତ ଆଇପିଏଲରେ ଶତକ ମାରିଛନ୍ତି କିନ୍ତୁ ଏହି ସିଜନରେ କୌଣସି ବଡ଼ ପାରି ଖେଳିପାରିନାହାଁନ୍ତି।
କେବଳ ଗୋଟେ ଥର ୩୦ ରୁ ଅଧିକ ରନ କରିଛନ୍ତି:
ରୋହିତ ଶର୍ମା ଆଇପିଏଲ ୨୦୨୨ରେ ପୁରା ଅସଫଳ ରହିଛନ୍ତି। ସେ ଏହି ସିଜନରେ ୭ ଟି ମ୍ୟାଚରେ ୧୬ ଔସତରେ ୧୧୪ ରନ କରିଛନ୍ତି। ସେ ଏହି ସିଜନରେ ଗୋଟେ ମଧ୍ୟ ଅର୍ଦ୍ଧଶତକ ମାରିନାହାଁନ୍ତି ଓ ୪୧ ରନ ତାଙ୍କର ସର୍ବଶ୍ରେଷ୍ଠ ପାରି ଅଟେ। ଏହି ସିଜନରେ ତାଙ୍କର ଷ୍ଟାଇକରେଟ ୧୩୦ର ରାଵଛି। ସେ ଏହି ସିଜମରେ ଗୋଟେ ଥର ୩୦ ରୁ ଅଧିକ ରନ କରିଛନ୍ତି। ତାଙ୍କର ଖରାପ ଫର୍ମର ପ୍ରଭାବ ଟିମ ଉପରେ ପଡିଛି।ପୂର୍ଵ ସିଜନରେ ମଧ୍ୟ ମୁମ୍ବାଇ ପ୍ଲେଅଫରେ ପହଁଚିପାରିନଥିଲା।
#IPL2022: #RohitSharma (@ImRo45) registers unwanted record of most ducks in @IPL history
Read: https://t.co/ep7ObJDP9h pic.twitter.com/rTcoxlUsvj
— IANS (@ians_india) April 21, 2022
ମୁମ୍ବାଇ ଇଣ୍ଡିଆନ୍ସ ମେଗା ଅକ୍ସନରେ ଇସାନ କିସନଙ୍କୁ ୧୫.୨୫ କୋଟିରେ କିଣିଥିଲା। ସେ ସବୁଠୁ ମହଙ୍ଗା ବିକ୍ରି ହୋଇଥିବା ଖେଳାଳି ଏହି ଅକ୍ସନରେ ରହିଥିଲେ। ସେ ଏବେ ପର୍ଯ୍ୟନ୍ତ ଖାସ କରିପାରିନାହାଁନ୍ତି। ଟିମର କିଛି ଖାସ ଖେଳାଳି ହାର୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡି କକ ଓ ଟ୍ରେଣ୍ଟ ବୋଲଟ ଅନ୍ୟ ଟିମକୁ ଚାଲିଯାଇଛନ୍ତି। ଟିମ ଜୋଫ୍ରା ଆର୍ଚ୍ଚରଙ୍କୁ ମଧ୍ୟ କିଣିଥିଲା କିନ୍ତୁ ସେ ଆଘାତ କାରଣରୁ ଏହି ସିଜନରେ ଖେଳିବେନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।