ବ୍ୟୁରୋ ରିପୋର୍ଟ: ଭାରତୀୟ ଅଧିନାୟକ ରୋହିତ ଶର୍ମା କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିବା ପରେ ଆଇସୋଲେସନରୁ ବାହାରକୁ ଆସିଛନ୍ତି। ସେ ଇଂଲଣ୍ଡ ବିରୁଦ୍ଧରେ ୭ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଉପଲବ୍ଧ ହେବେ। ଲିଷ୍ଟସାୟର ବିରୁଦ୍ଧରେ ଅଭ୍ୟାସ ମ୍ୟାଚର ଦ୍ୱିତୀୟ ଦିନ କୋଭିଡ-୧୯ ସଂକ୍ରମଣ ହେବା ଦ୍ୱାରା ସେ ଇଂଲଣ୍ଡ ବିରୁଦ୍ଧରେ ପୂର୍ଵ ବର୍ଷର ଟେଷ୍ଟ ସିରିଜର ରହିଥିବା ୫ ମ ମ୍ୟାଚ ଖେଳିପାରିନାହାଁନ୍ତି।
Rohit Sharma has tested negative, now he is out of quarantine and will be available for first T20I against England on Thursday!!@ImRo45 #RohitSharma pic.twitter.com/5xXd6rhsoE
— Rohit Sharma Trends™ (@TrendsRohit) July 3, 2022
ବିସିସିଆଇର ଏକ ବରିଷ୍ଠ ଅଧିକାରୀ କହିଛନ୍ତି,”ହଁ,ରୋହିତଙ୍କ ରିପୋର୍ଟ ନେଗେଟିଭ ଆସିଛି,ଏବେ ସେ ଆଇସୋଲେସନରୁ ବାହାରେ ଅଛନ୍ତି। ସେ ଆଜି ନୋର୍ଥପଟନସାୟର ବିରୁଦ୍ଧରେ ଟି-୨୦ ଅଭ୍ୟାସ ମ୍ୟାଚରେ ଅଂଶଗ୍ରହଣ କରିପାରିବ ନାହିଁ କାରଣ ତାଙ୍କୁ ଆରମ୍ଭ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ପୂର୍ବରୁ ଆରାମ ଓ ଅଭ୍ୟାସର ଆବଶ୍ୟକତା ଅଛି”।
ମେଡିକାଲ ପ୍ରୋଟୋକଲ ଅନୁସାରେ ,କୋଭିଡ-୧୯ ଆଇସୋଲେସନରୁ ବାହାରିବା ପରେ କୌଣସିବି ଖେଳାଳିଙ୍କ ଫୁସଫୁସ କ୍ଷମତାର ଯାଞ୍ଚ କରିବା ପାଇଁ ବାଧ୍ୟତାମୂଳକ ଫୁସଫୁସ ପରୀକ୍ଷଣ କରିବାକୁ ପଡିବ। ରୋହିତ ମାର୍ଚ୍ଚରେ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ମ୍ୟାଚରେ ଅଂଶଗ୍ରହଣ କରିଥିଲେ।
Dear #RohitSharma fans. Here is the shot which will please you? #CricketTwitter pic.twitter.com/SBaFlHbhEP
— Vimal कुमार (@Vimalwa) July 3, 2022
ଭାରତୀୟ ଟିମ ଇଂଲଣ୍ଡ ବିରୁଦ୍ଧରେ ବର୍ତ୍ତମାନର ଟେଷ୍ଟରେ ରୋହିତଙ୍କୁ ଖେଳାଇବା ପାଇଁ ଉତ୍ସଚୁକ ଥିଲା,କିନ୍ତୁ ମ୍ୟାଚ ଆରମ୍ଭ ପୂର୍ବରୁ ସେ ୩ ଥର ଯାଞ୍ଚରେ ପଜେଟିଭ ମିଳିଥିଲେ। ଯାହା ଦ୍ୱାରା ଟିମର ଅଧିନାୟକତ୍ୱ କରିବାର ଦାୟିତ୍ୱ ଯଶପ୍ରୀତ ବୁମରାଙ୍କୁ ଦିଆଗଲା।
ତେବେ ବୁମରାଙ୍କ କ୍ୟାପଟେନସିରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଦଳ। ପନ୍ତ ଏବଂ ଜାଡେଜା ଲଗାଇଛନ୍ତି ଆକର୍ଷଣୀୟ ଶତକ।
#RohitSharma in the nets today preparing for white ball series against England
? @im_sandipan#ENGvsIND #RohitSharma? #TeamIndia pic.twitter.com/a1sht6hQ17
— OneCricket (@OneCricketApp) July 3, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।