ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ବାଙ୍ଗାଲୋରରେ ଅଛନ୍ତି। ସେଠାରେ ସେ ଚିନାସ୍ୱାମୀ ଷ୍ଟାଡିୟମରେ ନିଜର ଓ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ସହ ଭେଟ କରିଥିଲେ। ସେ ଜଲ୍ଦି ହିଁ ଭାରତୀୟ ଟିମରେ ସାମିଲ ହେବାକୁ ଦକ୍ଷିଣ ଆଫ୍ରିକା ଯାଇପାରନ୍ତି। ଦୁଇ ଦେଶ ମଧ୍ୟରେ ୧୯ ଜାନୁଆରୀକୁ ତିନୋଟି ମ୍ୟାଚ ବିଶିଷ୍ଟ ଏକ ଦିବସିୟ ସିରିଜ ଖେଳାଯିବାର ଅଛି। ସୂର୍ଯ୍ୟକୁମାର ଯାଦବ ରୋହିତ ଶର୍ମାଙ୍କ ସହିତ ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଯେଉଁଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ କମେଣ୍ଟ କରିଛନ୍ତି।

ସୂର୍ଯ୍ୟକୁମାର ଯାଦବ ରୋହିତ ଶର୍ମାଙ୍କ ସହ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି , “ହେ-ବ-ରୋ। ସୂର୍ଯ୍ୟକୁମାର ଯାଦବଙ୍କ ଏହି ପୋଷ୍ଟରେ ରିତିକା ସଜଦେହ ଏପରି କମେଣ୍ଟ କରିଛନ୍ତି ଯାହାକୁ ଦେଖି ପ୍ରସଂସକ ଆଶ୍ଚର୍ଯ୍ୟ ଅଛନ୍ତି। ରୋହିତ ଶର୍ମା ପୂର୍ବ କିଛି ସମୟରୁ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଅଛନ୍ତି। ସେ ନିଜ ହୈମଷ୍ଟ୍ରିଙ୍ଗ ଆଘାତ ପାଇଁ ସେଠାରେ ରହି ସୁସ୍ଥ ହେଉଛନ୍ତି। ଦକ୍ଷିଣ ଆଫ୍ରିକା ସହ ସିରିଜର ଠିକ ପୂର୍ବରୁ ସେ ଆଘାତ ହୋଇଯାଇଥିଲେ। ଏବେ ସୂର୍ଯ୍ୟକୁମାର ତାଙ୍କୁ ଭେଟିବା ଦ୍ଵାରା ତାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି।
ରୋହିତଙ୍କ ପତ୍ନୀ ରିତିକା ସଜଦେହ ନିଜ ସ୍ୱାମୀଙ୍କ ପାଇଁ କମେଣ୍ଟ ମଧ୍ୟ ଛାଡିନାହାନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ଏହି ପୋଷ୍ଟରେ କମେଣ୍ଟ କରି ରିତିକା ଲେଖିଛନ୍ତି,”ତାଙ୍କୁ ମୋ ତରଫରୁ କୁଣ୍ଢେଇ ପକାଅ”।ପ୍ରସଂସକଙ୍କୁ ରିତିକାଙ୍କର ଏହି କମେଣ୍ଟ ବହୁତ ଭଲ ଲାଗିଛି।

ପ୍ରସଂସକ ରିତିକାଙ୍କର ଏହି କମେଣ୍ଟରେ ଜୋରଦାର ପ୍ରତିକ୍ରିୟା ଦେଉଛନ୍ତି। ପ୍ରସଂସକଙ୍କ ସହ ସୂର୍ଯ୍ୟକୁମାର ଯାଦବ ମଧ୍ୟ ରିତିକାଙ୍କର କମେଣ୍ଟରେ ରିପ୍ଲାଏ ଦେଇଛନ୍ତି। ସେ ହସିବା ଇମୋଜି ସେୟାର କରି ଲେଖିଛନ୍ତି କରିଦେଇଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକଦିବସିୟ ସିରିଜ କଥା କହିବାତ ଟିମ ମ୍ୟାନେଜମେଣ୍ଟ ରୋହିତଙ୍କୁ ଠିକ ହେବାକୁ ଜଲ୍ଦି ଜଲ୍ଦି ନକରିବା ପାଇଁ ଫଇସଲା କରିଛନ୍ତି। ତାଙ୍କୁ ଏକଦିବସିୟ ସିରିଜରେ ଚୟନ କରାଯାଇନାହିଁ ବରଂ ତାଙ୍କ ଜାଗାରେ କେଏଲ ରାହୁଲଙ୍କୁ ଏହି ଏକଦିବସିୟ ସିରିଜର ଅଧିନାୟକ କରାଯାଇଛି। ସେହିପରି ଯଶପ୍ରୀତ ବୁମରାଙ୍କୁ ଉପଅଧିନାୟକ କରାଯାଇଛି। ଯୁବ ଖେଳାଳି ଋତୁରାଜ ଗାୟକବାଡ଼ ଓ ଭେଙ୍କଟେସ ଅୟରଙ୍କୁ ସେହି ଟିମରେ ସାମିଲ କରାଯାଇଛି ଯିଏକି ଆଇପିଏଲ ୨୦୨୧ରେ ସୁନ୍ଦର ପ୍ରଦର୍ଶନ କରିଥିଲେ।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।