ରୋହିତ ବନିଲେ ଟେଷ୍ଟ କ୍ୟାପଟେନ! ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଚୟନ ହେଲା ଦଳ, ଦେଖନ୍ତୁ କେଉଁ କେଉଁ ପ୍ଲେୟର ପାଇଲେ ଚାନ୍ସ!

ବ୍ୟୁରୋ ରିପୋର୍ଟ: ଶ୍ରୀଲଙ୍କା ବିରୁଦ୍ଧରେ ଆଗାମୀ ଟେଷ୍ଟ ଓ ଟି-୨୦ ସିରିଜ ପାଇଁ ଭାରତୀୟ ଟିମର ଘୋଷଣା ହୋଇଯାଇଛି। ଶନିବାରକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟି-୨୦ ଓ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଦେଇଛି। ବିସିସିଆଇ ଟେଷ୍ଟ ମ୍ୟାଚ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ କରିଛି। ଯଦି ବଡ଼ ଖବର କଥା କହିବା ତେବେ ବିରାଟ କୋହଲି ଓ ରିଷଭ ପନ୍ତ ଟି -୨୦ ସିରିଜରେ ଖେଳିବେ ନାହିଁ। ତାଙ୍କୁ ଆରାମ ଦିଆଯାଇଛି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜରେ ଆଘାତ ହେବା ପରେ କେ ଏଲ ରାହୁଲ ବାହାର ଅଛନ୍ତି। ତେଣୁ ଟି-୨୦ ଓ ଟେଷ୍ଟ ଦୁଇଟି ଯାକ ସିରିଜରେ ଉପଅଧିନାୟକ ଯଶପ୍ରୀତ ବୁମରାଙ୍କୁ କରାଯାଇଛି।

Google

ଚେତନ ଶର୍ମାଙ୍କ ଅନୁଗାମୀ ଚୟନ ସମିତି ଟିମରେ ଅନେକ ବଡ଼ ପରିବର୍ତ୍ତନ କରିଛି। ଚୟନ ସମିତି ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଦୁହିଁଙ୍କୁ ଟେଷ୍ଟ ଟିମରେ ଯାହା ଦେଇନାହାଁନ୍ତି। ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ କରିବା ଉପରେ ଚେତନ ଶର୍ମା କହିଛନ୍ତି,” ରୋହିତଙ୍କ ଭଳି ବଡ଼ ଖେଳାଳି ଅଧିନାୟକ ହେବା ଦ୍ଵାରା ଟିମ ଗ୍ରୁମ କରିବା ସହଜ ହୋଇଯାଇଥାଏ। ଅନୁଭବି ଖେଳାଳି ଗ୍ରାଉଣ୍ଡରେ ସବୁ ପରିସ୍ଥିତିକୁ ଭଲ ସେ ବୁଝି ସମ୍ଭାଳିପାରିଥାଏ”।

ସେ କହିଛନ୍ତି,”ରୋହିତ ଶର୍ମା ଦେଶର ନମ୍ବର ୧ ଖେଳାଳି ଅଟନ୍ତି ,ପୁରା ଠିକ ଅଛନ୍ତି ଓ ଏହି ପଦପାଇଁ ଉପଯୁକ୍ତ ଅଟନ୍ତି”। ସିନିୟର ଖେଳାଳିଙ୍କୁ ଟିମରୁ ହଟାଇବା ଉପରେ ସେ କହିଛନ୍ତି ଆମେ ତାଙ୍କ ସହ କଥାହୋଇଛୁ ଓ ତାଙ୍କୁ କହିଦେଇଛୁ କି ଏହି ଦୁଇଟି ମ୍ୟାଚ ପାଇଁ ତାଙ୍କ ଉପରେ ବିଚାର ହେବ ନାହିଁ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ସିଡ୍ୟୁଲ:

ପ୍ରଥମ ଟି-୨୦-୨୪ ଫେବୃଆରୀ: ଲକ୍ଷନୌ
ଦ୍ୱିତୀୟ ଟି-୨୦-୨୬ ଫେବୃଆରୀ: ଧର୍ମଶାଳା
ତୃତୀୟ ଟି-୨୦-୨୭ ଫେବୃଆରୀ: ଧର୍ମଶାଳା

ପ୍ରଥମ ଟେଷ୍ଟ-୪ ରୁ ୮ ମାର୍ଚ୍ଚ-ମୋହାଲି
ଦ୍ୱିତୀୟ ଡେ ନାଇଟ ଟେଷ୍ଟ-୧୨ ରୁ ୧୬ ମାର୍ଚ୍ଚ-ବାଙ୍ଗାଲୋର

ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆ:

ରୋହିତ ଶର୍ମା (ଅଧିନାୟକ),ମୟଙ୍କ ଅଗ୍ରୱାଲ,ପ୍ରିୟଙ୍କ ପଞ୍ଚାଲ,ବିରାଟ କୋହଲି, ଶ୍ରେୟସ ଅୟର,ହନୁମା ବିହାରୀ,ଶୁଭମନ ଗିଲ,ରିଷଭ ପନ୍ତ,କେଏସ ଭରତ,ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା,କୁଲଦୀପ ଯାଦବ,ଯଶପ୍ରୀତ ବୁମରା(ଉପ ଅଧିନାୟକ), ମହମ୍ମଦ ସାମୀ,ମହମ୍ମଦ ସିରାଜ,ଉମେଶ ଯାଦବ,ସୌରଭ କୁମାର।

ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ:

ରୋହିତ ଶର୍ମା(ଅଧିନାୟକ), ଋତୁରାଜ ଗାୟକୱାଡ଼, ଇସାନ କିସନ,ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର,ଭେଙ୍କଟେସ ଅୟର, ଦୀପକ ହୁଡା,ଯଶପ୍ରୀତ ବୁମରା (ଉପ ଅଧିନାୟକ),ମହମ୍ମଦ ସିରାଜ,ହର୍ଷଲ ପଟେଲ,ସଞ୍ଜୁ ସାମସନ, ରବିନ୍ଦ୍ର ଜାଡେଜା,ୟୁଜବେନ୍ଦ୍ର ଚାହଲ,ରବି ବିସ୍ନୋଇ,କୁଲଦୀପ ଯାଦବ,ଆଭେଶ ଖାନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *