ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ଭାରତୀୟ କ୍ରିକେଟର କୌଣସି ଫର୍ମାଟରେ ଅଧିନାୟକତ୍ୱ ନାହାଁନ୍ତି। ହେଲେ ସେ ବିଶ୍ୱର ଏବେକା ଜେନେରସନରେ ନମ୍ବର ୧ ବ୍ୟାଟ୍ସମାନ ଅଟନ୍ତି। ରୋହିତ ଶର୍ମା ତିନୋଟି ଯାକ ଫର୍ମାଟରେ ଭାରତୀୟ ଟିମର ଅଧିନାୟକ ହୋଇଛନ୍ତି। ରୋହିତଙ୍କୁ ପ୍ରଥମେ ଟି-୨୦ର ଅଧିନାୟକ କରାଯାଇଥିଲା ପରେ ଏକଦିବସିୟ ଅଧିନାୟକ ମଧ୍ୟ କରାଗଲା। ଏହାପରେ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ପରେ ବିରାଟ କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡିଦେଇଥିଲେ। ସେହି ଦିନରୁ ଏହି ପଦ ଖାଲି ପଡିଥିଲା ଏବେ ରୋହିତଙ୍କୁ ଆଗାମୀ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜ ପାଇଁ ତାଙ୍କୁ ଅଧିନାୟକ କରାଯାଇଛି। ତେବେ ବିରାଟଙ୍କ ଅଧିନାୟକତ୍ୱ ସମୟରେ କିଛି ଖେଳାଳି ମୌକା ପାଉନଥିଲେ ଯିଏକି ରୋହିତଙ୍କ ଅଧିନାୟକତ୍ୱରେ ମୌକା ପାଇପାରନ୍ତି। ତେବେ ଆସନ୍ତୁ ସେହି ସବୁ ଖେଳାଳିଙ୍କ ବିଷୟରେ ଜାଣିବା। କହିରଖିବୁ ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ରୋହିତଙ୍କ କ୍ୟାପଟେନସିରେ ODI ସିରିଜ ଜିତିଥିବା ବେଳେ ଟି-୨୦ ସିରିଜ ମଧ୍ୟ ଜିତିଥିଲା।

ସୂର୍ଯ୍ୟକୁମାର ଯାଦବ: ସୂର୍ଯ୍ୟକୁମାର ଯାଦବ ପୂର୍ଵ କିଛିସମୟରୁ ନିଜର ଦମଦାର ପ୍ରଦର୍ଶନରେ ସମସ୍ତଙ୍କ ପସନ୍ଦ ହୋଇଯାଇଛନ୍ତି। ସେ ଆଇପିଏଲ ଓ ରଣଜୀ ଟ୍ରଫିରେ ସୁନ୍ଦର ପ୍ରଦର୍ଶନ କରିଆସୁଛନ୍ତି। ଏହା ପରେ ଇଂଲଣ୍ଡ ସହ ସିରିଜରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲେ ମଧ୍ୟ ସେ ଟେଷ୍ଟ ଡେବ୍ୟୁ କରିପାରିନଥିଲେ। ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟରେ ତାଙ୍କୁ ସେତିକି ମୌକା ମିଳିପାରୁନଥିଲା ଯେତିକି ତାଙ୍କୁ ଏବେ ରୋହିତଙ୍କ ଅଧିନାୟକତ୍ୱ ସମୟରେ ମିଳୁଛି।

ଇସାନ କିସନ:ଇସାନ କିସନ ମଧ୍ୟ ଜଣେ ପ୍ରତିଭାବାନ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ବର୍ତ୍ତମାନ ଭାରତର ସୀମିତ ଓଭର ଫର୍ମାଟରେ ସୁନ୍ଦର ପ୍ରଦର୍ଶନ କରିଆସୁଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ଟେଷ୍ଟ ଡେଭ୍ୟୁର ସୁଯୋଗ ମିଳିପାରିନାହିଁ। ଏବେ ଆଗକୁ ରୋହିତଙ୍କ ଅଧିନାୟକତ୍ୱରେ ତାଙ୍କୁ ଟେଷ୍ଟ ଡେବ୍ୟୁର ସୁଯୋଗ ମିଳିପାରେ।
ରାହୁଲ ଚାହାର: ଯୁବ ଲେଗ ସ୍ପିନର ରାହୁଲ ଚାହାର ମଧ୍ୟ ନିଜ ସୁନ୍ଦର ବୋଲିଙ୍ଗ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ଟି-୨୦ ବିଶ୍ୱକପ ଟିମରେ ମଧ୍ୟ ସ୍ଥାନ ପାଇଥିଲେ। ରୋହିତ ଅଧିନାୟକ ହୋଇଥିବାରୁ ତାଙ୍କ ଜାଗା ଟିମ ଇଣ୍ଡିଆରେ ପକା ହେବାର ସମ୍ଭାବନା ଅଛି।

କୁଲଦୀପ ଯାଦବ: ମିଷ୍ଟ୍ରି ସ୍ପିନର ଭାବେ ପରିଚିତ କୁଲଦୀପ ଯାଦବ ଅନେକ ସମୟ ପର୍ଯ୍ୟନ୍ତ ଲଗାତର ଭାରତୀୟ ଟିମରେ ସ୍ଥାନ ପାଉଥିଲେ।କିନ୍ତୁ ଟେଷ୍ଟ ଟିମରେ ବିରାଟ ତାଙ୍କୁ ଅଧିକ ସୁଯୋଗ ଦେଇନଥିଲେ। ଏବେ ରୋହିତଙ୍କ ଅଧିନାୟକତ୍ୱରେ ତାଙ୍କୁ ମୌକା ମିଳିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।