ବ୍ୟୁରୋ ରିପୋର୍ଟ: ଇଂଲଣ୍ଡ ବିରୁଦ୍ଧରେ ୧ ଜୁଲାଇରୁ ଏକମାତ୍ର ଟେଷ୍ଟ ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମଣ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜେଟିଭ ଆସିଛି। ଏବେ ପ୍ରଶ୍ନ ହେଉଛି ଯଦି ରୋହିତ ୧ ଜୁଲାଇରୁ ଟେଷ୍ଟ ମ୍ୟାଚ ନଖେଳନ୍ତି ଟିମ ଇଣ୍ଡିଆର ଅଧିନାୟକତ୍ୱ କିଏ କରିବ। ସାଧାରଣତଃ ଅଧିନାୟକଙ୍କ ଅନୁପସ୍ଥିତରେ ଉପ ଅଧିନାୟକ ଅଧିନାୟକତ୍ୱ କରିଥାନ୍ତି। କିନ୍ତୁ ଉପ ଅଧିନାୟକ କେ ଏଲ ଆଘାତ କାରଣରୁ ଏହି ସିରିଜ ଖେଳୁନାହାଁନ୍ତି। ତେଣୁ ଏବେ ଅଧିନାୟକ ଓ ଉପ ଅଧିନାୟକଙ୍କ ଅନୁପସ୍ଥିତରେ କିଏ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିବ ଏହା ପ୍ରଶ୍ନ ଘେରରେ।

ଭାରତୀୟ ଟିମ ତରଫରୁ ଏହା ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେକି ଏହି ଟେଷ୍ଟ ପୂର୍ଵ ବର୍ଷ କରୋନା ସମୟରେ ବାକିଥିବା ଟେଷ୍ଟ ଅଟେ। ସେବେ କରୋନା କାରଣରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯାଇପାରିନଥିଲା। ଏହାକୁ ଆଗାମୀ ବର୍ଷ ପାଇଁ ସିଡ୍ୟୁଲ କରାଯାଇଥିଲା। ଏହା ଏବେ ୧ ଜୁଲାଇରୁ ବର୍ମୀଂହମରେ ଖେଳାଯିବାର ଅଛି
କୋହଲି ପୂର୍ଵ ଇଂଲଣ୍ଡ ଗ୍ରସ୍ତରେ ଅଧିନାୟକ ଥିଲେ:
ପୂର୍ଵ ବର୍ଷ ଭାରତ ଇଂଲଣ୍ଡ ସହ ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସୁରିଜ ଖେଳିବାକୁ ଯାଇଥିଲା। ଶେଷ ମ୍ୟାଚ ରଦ ହେବା ପୂର୍ବରୁ ଭାରତ ସିରିଜରେ ୨-୧ରେ ଆଗୁଆ ଥିଲା। ସେହି ସିରିଜରେ ରୋହିତ ଶର୍ମା ଭାରତ ତରଫରୁ ସବୁଠୁ ଅଧିକ ରନ କରିବା ଖେଳାଳି ଥିଲେ ଓ ସେବେ ବିରାଟ କୋହଲି ଟିମର ଅଧିନାୟକ ଥିଲେ। ଏବେ ରୋହିତ ଅଧିନାୟକ ଅଟନ୍ତି ତେଣୁ ଦେଖିବାକୁ ହେବ କି ସେ ଏହି ଟେଷ୍ଟରେ ଅଧିନାୟକତ୍ୱ କରିପାରୁଛନ୍ତିକି ନାହିଁ।

ରୋହିତ ଏବେ ମଧ୍ୟ ବର୍ମୀଂହମ ଟେଷ୍ଟ ଖେଳିପାରନ୍ତି:
ରୋହିତ ଶର୍ମା ଏବେ ମଧ୍ୟ ଏହି ଟେଷ୍ଟ ମ୍ୟାଚ ଖେଳିପାରନ୍ତି କିନ୍ତୁ ତାଙ୍କ ଆଗାମୀ କରୋନା ରିପୋର୍ଟ ନେଗେଟିଭ ଆସିବା ଦରକାର। ତେଣୁ ଆଗାମୀ ଆରଟିପିସିଆର ଟେଷ୍ଟ ଯଦି ରୋହିତଙ୍କର ପଜେଟିଭ ଆସେ ସେ ଏହି ଟେଷ୍ଟ ହୁଏତ ଖେଳିପାରିବେ ନାହିଁ।
ବ୍ରିଟେନର ନେସନାଲ ହେଲଥ ସର୍ଭିସ କରୋନା ପ୍ରୋଟୋକଲ ଅନୁସାରେ କରୋନା ସଂକ୍ରମଣ ବ୍ୟକ୍ତି ୫ ଦିନ ଆଇସୋଲେସନରେ ରହିବା ଆବଶ୍ୟକ। ବିସିସିଆଇ କିମ୍ବା ଇଂଲଣ୍ଡ କ୍ରିକେଟ ବୋର୍ଡରୁ କୌଣସି ସୂଚନା ଆସିନାହିଁକି କେତେ ଦିନ ରୋହିତଙ୍କୁ ଆଇସୋଲେସନରେ ରହିବା ଆବଶ୍ୟକ।

ରୋହିତଙ୍କ ଅନୁପସ୍ଥିତରର କିଏ ହେବ ଅଧିନାୟକ:
ଏବେ ସବୁଠୁ ବଡ଼ ପ୍ରଶ୍ନ ଏହାକି ରୋହିତ ଯଦି ଏହି ଟେଷ୍ଟ ନଖେଳନ୍ତି ଅଧିନାୟକତ୍ୱ କିଏ କରିବ। କହିରଖିବୁ ଏହି ସିରିଜରେ ପୂର୍ଵ ବର୍ଷ କୋହଲି ଅଧିନାୟକ ଥିଲେ ଓ ସେବେ ଭାରତ ସିରିଜ ୨-୧ରେ ଆଗୁଆ ଥିଲା। ଏବେ ଏହି ସିରିଜ ଜିତିବା ପାଇଁ ଭାରତ ପାଖରେ ମୌକା ଅଛି ତେଣୁ କଣ ପୁଣି କୋହଲିଙ୍କୁ ମୌକା ମିଳିପାରେ ଅଧିନାୟକତ୍ୱ ପାଇଁ?
ପନ୍ତ ହୋଇପାରନ୍ତି ଅଧିନାୟକ:
ଯଦି କୋହଲିଙ୍କ ଉପରେ ବିଚାର ନକରାଯିବ ତେବେ ରିଷଭ ପନ୍ତଙ୍କୁ ଅଧିନାୟକ କରାଯାଇପାରେ। ପନ୍ତ ଅଳ୍ପଦିନ ତଳେ ରାହୁଲ ଆଘାତ ହେବା ଦ୍ଵାରା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରେ ଅଧିନାୟକତ୍ୱ କରିଥିଲେ। ତେଣୁ ପନ୍ତ ମଧ୍ୟ ଅଧିନାୟକ ହେବାର ସମ୍ଭାବନା ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।