ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଙ୍ଗ ଦେଖି ଝୁମି ଉଠିଲେ ରଣବିର ସିଂହ! ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ଶେଷରେ ନିଜର ପୁରୁଣା ରଙ୍ଗରେ ନଜର ଆସିଲେ। ସେ ଗୁଜୁରାଟ ଟାଇଟନ୍ସ ବିରୁଦ୍ଧରେ ଧୂଆଁଧାର ବ୍ୟାଟିଙ୍ଗ କରି ୭ ରନରୁ ଅର୍ଦ୍ଧଶତକରୁ ବଂଚିଗଲେ। କିନ୍ତୁ ଇସାନ କିସନଙ୍କ ସାଙ୍ଗରେ ମିଶି ସେ ଭଲ ଆରମ୍ଭ ଟିମକୁ ଦେଲେ। ରୋହିତ ଆଉଟ ହେବା ପୂର୍ବରୁ ୨୮ ବଲରେ ୪୩ ରନ କରିଥିଲେ। ସେ ପାୱାର ପ୍ଲେରେ ୨୪ ବଲରେ ହିଁ ୪୨ରନ କରିଥିଲେ। ତାଙ୍କ ଆକ୍ରାମକ ବ୍ୟାଟିଙ୍ଗ ଦ୍ଵାରା ହିଁ ମୁମ୍ବାଇ ଏହି ସିଜନରେ ପ୍ରଥମ ଥର ପାୱାରପ୍ଲେରେ ବିନା କୌଣସି ୱିକେଟ ହରାଇ ୬୩ ରନ କରିଥିଲା। ଯାହାକି ଏହି ସିଜନରେ ଟିମର ସର୍ବଶ୍ରେଷ୍ଠ ସ୍କୋର ଅଟେ। ରୋହିତ ଏହି ପାରି ଦ୍ଵାରା ସୁନ୍ଦର ଛକା ମଧ୍ୟ ମାରିଥିଲେ। ସେ ମିଡ ୱିକେଟ ଉପରେ ସୁନ୍ଦର ଛକା ମାରି ଏହାର ସଂକେତ ଦେଇଦେଇଛନ୍ତି କି ସେ ବଡ଼ ପାରି ଖେଳିବାରୁ ଅଧିକ ଦୂରରେ ନାହାଁନ୍ତି।

ରୋହିତ ଶର୍ମାଙ୍କ ବ୍ୟାଟିଙ୍ଗ ଦେଖି ଷ୍ଟାଡିୟମରେ ବସିଥିବା ବଲିଉଡ଼ ଅଭିନେତା ରଣବିର ସିଂହ ମଧ୍ୟ ଖୁସିରେ ଝୁମି ଉଠିଥିଲେ। ଜେବେ ଯେବେ ରୋହିତ ଛକା ମାରି ଭଲ ଷ୍ଟାଡିୟମରେ ପକାଇଲେ ରଣବିର ଜଣେ ସାଧାରଣ ପ୍ରସଂସକଙ୍କ ପରି ସେଲିବ୍ରେସନ କରିଥିଲେ। ଏହାର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ରଣବିର ନିଜ ପସନ୍ଦର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ବ୍ୟାଟିଙ୍ଗର ମଜା ନେଉଥିବାର ଦେଖାଯାଇଛି। ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଜଣେ ବଡ ପ୍ରସଂସକ ଓ ସେ ଅନେକ ସମୟରେ ଖେଳ ଦେଖିବା ପାଇଁ ଷ୍ଟାଡିୟମରେ ପହଁଚିଥାନ୍ତି।

ଏହା ପୂର୍ବରୁ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଙ୍ଗର ନିସ୍ପତି ନେଇଥିଲା। ଗୁଜରାଟ ପୁର୍ବ ମ୍ୟାଚରେ ଖେଳିଥିବା ଖେଳାଳିଙ୍କୁ ହିଁ ମୁମ୍ବାଇ ବିରୁଦ୍ଧରେ ମୌକା ଦେଇଥିଲେ। ମୁମ୍ବାଇ ଟିମରେ ଗୋଟେ ପରିବର୍ତ୍ତନ କରାଯାଇଥିଲା ସେଠାରେ ରିତିକ ସୋକିନଙ୍କ ଜାଗାରେ ଲେଗ ସ୍ପିନର ମୁରଗାନ ଅଶ୍ୱିନୀଙ୍କୁ ମୌକା ଦିଆଯାଇଥିଲା। ମୁମ୍ବାଇ ଟିମ ପୂର୍ବରୁ ହିଁ ପ୍ଲେ ଅଫରୁ ବାହାର ହୋଇଯାଇଛି। ଗୁଜରାଟ ବିରୁଦ୍ଧରେ ମ୍ୟାଚ ପୂର୍ବରୁ ମୁମ୍ବାଇ ଏହି ସିଜନରେ ୯ ମ୍ୟାଚରୁ ମାତ୍ର ଗୋଟେ ମ୍ୟାଚ ଜିତିଥିଲା ଓ ୨ ଅଙ୍କ ସହିତ ଅଙ୍କ ତାଲିକାରେ ଶେଷ ସ୍ଥାନରେ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *