ବ୍ୟୁରୋ ରିପୋର୍ଟ: ପୂର୍ଵ କିଛି ସମୟରୁ ଭାରତ ପାଇଁ ସୀମିତ ଓଭର ସିରିଜ ବହୁତ ଭଲ ରହିଛିସହ କିନ୍ତୁ ଟେଷ୍ଟ ସିରିଜ ଭଲ ରହିନାହିଁ। କହିରଖିବୁ ନ୍ୟୁଜିଲାଣ୍ଡ ସହ ସିରିଜରେ ଭାରତ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ମାତ ଦେଇଥିଲା। ଏହା ପରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଯାଇଥିଲା। ଯେଉଁଠି ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ସୁନ୍ଦର ପ୍ରଦର୍ଶନ କରିଥିଲେ ମଧ୍ୟ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ ହାରିଯାଇଥିଲା।

ଏହା ପରେ ଭାରତ ବିଶ୍ୱଟେଷ୍ଟ ଚମ୍ପିୟାନସିପରେ ଚତ୍ରୁର୍ଥ ନମ୍ବରରେ ରହିଥିଲା। ଏବେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ସହ ଖେଳୁଥିବା ଟେଷ୍ଟ ସିରିଜରେ ସୁନ୍ଦର ବିଜୟ ହାସଲ କରିଛି ଓ ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଚତ୍ରୁର୍ଥ ସ୍ଥାନରେ ପହଁଚିଥିବା ବେଳେ ଭାରତ ପଞ୍ଚମ ସ୍ଥାନକୁ ଖସିଆସିଛି। ଏହା ସହ ନ୍ୟୁଜିଲାଣ୍ଡ କଥା କହିବାତ ନ୍ୟୁଜିଲାଣ୍ଡ ଏହି ପରାଜୟ ପରେ ୬ ନମ୍ବର ସ୍ଥାନକୁ ଚାଲିଆସିଛି। ଏହି ସିଜନରେ ଭାରତ ଏବେ ପର୍ଯ୍ୟନ୍ତ ଚାରିଟି ସିରିଜ ଖେଳିଛି ଏଥିରେ ୪ ଟି ବିଜୟ ପ୍ରାପ୍ତ କରିଥିବା ବେଳେ ତିନୋଟି ମ୍ୟାଚରେ ହାରିଛି ଓ ୩ ଟି ମ୍ୟାଚ ଡ୍ର ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ଏହାକି ପେନାଲିଟି ଓଭର ପାଇଁ ଭାରତର ୩ ଅଙ୍କ ମଧ୍ୟ କଟାଯାଇଥିଲା।
ଏବେ ବିଶ୍ୱଟେଷ୍ଟ ଚମ୍ପିୟାନରେ ଦୁଇଟି ଟେଷ୍ଟ ମ୍ୟାଚରୁ ଦୁଇଟି ଜିତି ୧୦୦% ଅଙ୍କ ସହିତ ଶ୍ରୀଲଙ୍କା ନମ୍ବର ୧ରେ ରହିଛି। ଏବେ ଫାଇନାଲରେ ପହଁଚିବା ଭାରତ ପାଇଁ କଷ୍ଟକର ହେବ କାରଣ ଭାରତ ଏହି ସିଜନରେ ଆଉ ତିନୋଟି ଟେଷ୍ଟ ମ୍ୟାଚ ଖେଳିବ ଶ୍ରୀଲଙ୍କା ବିରୁଦ୍ଧରେ ଦୁଇଟି ଓ ଇଂଲଣ୍ଡ ସହ ଗୋଟେ। ଏବେ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ିଦେଇଥିବାରୁ ରୋହିତ ଭାରତର ତିନୋଟି ଯାକ ଫର୍ମାଟରେ ଅଧିନାୟକ ଅଟନ୍ତି। ସୀମିତ ଓଭର ସିରିଜରେ ରୋହିତ ନିଜ ଅଧିନାୟକତ୍ୱରେ ଭାରତକୁ ସୁନ୍ଦର ବିଜୟ ଦେଇଛନ୍ତି। ରୋହିତଙ୍କ ପାଇଁ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ସିରିଜ ଜିତିବା ଅତ୍ୟନ୍ତ ଆବଶ୍ୟକ ଅଟେ ଓ ଏହି ସିରିଜ ରୋହିତଙ୍କ ପାଇଁ ଚ୍ୟାଲେଞ୍ଜ ରହିବି ପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।