IND vs ENG: ରୁଟ-ବେୟରଷ୍ଟୋଙ୍କ ଶତକରେ ଇଂଲଣ୍ଡ ରଚିଲା ଇତିହାସ! ପଢ଼ନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଜୋ ରୁଟ ଓ ଜନି ବେୟରଷ୍ଟୋଙ୍କ ଶତକ ଦ୍ଵାରା ଇଂଲଣ୍ଡ ଟିମ ଏଜବେଷ୍ଟନ ଟେଷ୍ଟରେ ଟିମ ଇଣ୍ଡିଆକୁ ୭ ୱିକେଟରେ ଜିତିଛି। ଏହା ସହିତ ବେନ ଷ୍ଟୋକଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଟିମ ଏହି ଟେଷ୍ଟ ସିରିଜ ୨-୨ରେ ବରାବରୀ କରିଛି। ଇଂଲଣ୍ଡ ଚତ୍ରୁର୍ଥ ପାରିରେ ରେକର୍ଡ ଲକ୍ଷ୍ୟ ହାସଲ କରି ମାତ୍ର ତିନି ୱିକେଟ ହରାଇ ୩୭୮ ରନ ହାସଲ କରିନେଇଥିଲା। ପଞ୍ଚମ ଦିନ ଇଂଲଣ୍ଡକୁ ଜିତିବା ପାଇଁ ୧୧୯ ରନର ଆବଶ୍ୟକତା ଥିଲା କିନ୍ତୁ ରୁଟ ଓ ବେୟରଷ୍ଟୋଙ୍କ ଆକ୍ରାମକ ପାରି ଦ୍ଵାରା ଇଂଲଣ୍ଡ ଲଞ୍ଚ ପୂର୍ବରୁ ଲକ୍ଷ୍ୟ ହାସଲ କରିନେଲା। ଚତ୍ରୁର୍ଥ ପାରିରେ ରୁଟ ୧୪୨ ନଟ ଆଉଟ ଓ ବେୟରଷ୍ଟୋ ୧୧୪ ନଟଆଉଟ ପାରି ଖେଳିଲେ।

Google

ଭାରତୀୟ ଟିମ ୧୫ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାର ମୌକା ହରାଇଦେଲା। ଏହା ପୂର୍ବରୁ ୨୦୦୭ ରେ ଟିମ ଇଣ୍ଡିଆ ରାହୁଲ ଦ୍ରାଭିଡଙ୍କ ଅଧିନାୟକତ୍ୱରେ ଇଂଲଣ୍ଡରେ ଟେଷ୍ଟ ସିରିଜ ୧-୦ରେ ଜିତିଥିଲା। ରୋହିତ ଶର୍ମା ଓ କେ ଏଲ ରାହୁଲଙ୍କ ଅନୁପସ୍ଥିତରେ ମାନା ଯାଉଥିଲା ଟିମ ଇଣ୍ଡିଆ ଟେଷ୍ଟ ମ୍ୟାଚ କମ ସେ କମ ଡ୍ର କରାଇଦେବ। କିନ୍ତୁ ଇଣ୍ଡିଆ ହାରିଗଲା।

ଇଂଲଣ୍ଡ ଟିମ ଚତ୍ରୁର୍ଥ ପାରିରେ ସବୁଠୁ ସଫଳ ରନର ଲକ୍ଷ୍ୟ ହାସଲ କଲା:

ଇଂଲଣ୍ଡ ଟିମ ୧୪୫ ବର୍ଷ ଇତିହାସରେ ୫ମ ଥର ଟେଷ୍ଟରେ ୩୦୦ ବା ତାଠୁ ଅଧିକ ରନର ଲକ୍ଷ୍ୟ ହାସଲ କରିଛି। ଭାରତ ବିରୁଦ୍ଧରେ ଇଂଲଣ୍ଡ ଟିମ ନିଜ ଟେଷ୍ଟ ଇତିହାସର ସବୁଠୁ ସଫଳ ଲକ୍ଷ୍ୟ ହାସଲ କଲା। ଏହା ପୂର୍ବରୁ ଲିର୍ଡସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୩୫୯ ରନର ଲକ୍ଷ୍ୟ ହାସଲ କରିଥିଲା।

Google

ବେୟରଷ୍ଟୋ ଟେଷ୍ଟ କ୍ୟାରିଅରର ୧୨ ତମ ଶତକ ମାରିଲେ:

ଇଂଲଣ୍ଡର ଆକ୍ରାମକ ବ୍ୟାଟ୍ସମ୍ୟାନ ଜନି ବେୟରଷ୍ଟୋ ଟେଷ୍ଟ କ୍ୟାରିଅରର ନିଜର ୧୨ ତମ ଶତକ ପୁରା କରିଥିଲେ। ସେ ଏହି ଟେଷ୍ଟର ପ୍ରଥମ ପାରିରେ ମଧ୍ୟ ୧୦୬ ରନ କରିଥିଲେ। ସେ ଇଂଲଣ୍ଡର ତୃତୀୟ ଖେଳାଳି ଅଟନ୍ତି ଯିଏକି ଭାରତ ବିରୁଦ୍ଧରେ ଦୁଇଟି ଯାକ ପାରିରେ ଶତକ ଲଗାଇଛନ୍ତି।ଏହି ଟେଷ୍ଟରେ ସରାଧିକ ୨୨୦ ରନ କରିଥିବା ବେୟରଷ୍ଟୋ ମ୍ୟାନ ଅଫ ଦି ମ୍ୟାଚ ହେଲେ।

ରୁଟ ଭାରତ ବିରୁଦ୍ଧରେ ୯ ମ ଶତକ ଲଗାଇଲେ:

ଜୋ ରୁଟ ଭାରତ ବିରୁଦ୍ଧରେ ଟେଷ୍ଟରେ ୯ ମ ଶତକ ମାରିଲେ। ଏଜବେଷ୍ଟନ ଟେଷ୍ଟରେ ସେ ଦ୍ୱିତୀୟ ପାରିରେ ୧୩୬ ବଲରେ ଶତକ ପୁରା କରିଥିଲେ। ଏହା ଟେଷ୍ଟରେ ତାଙ୍କର ୨୮ ତମ ଶତକ ଥିଲା। ସେ ଫାବ-୪ ଖେଳାଳିଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି ଯେଉଁଥିରେ ବିରାଟ କୋହଲି, ଷ୍ଟିଭ ସ୍ମିଥ,କେନ ୱିଲିୟମସନ ସାମିଲ ଅଛନ୍ତି। କୋହଲି ଓ ସ୍ମିଥଙ୍କର ଟେଷ୍ଟରେ ୨୭-୨୭ ଶତକ ଅଛି ସେହିପରି କେନଙ୍କର ୨୪ ଶତକ ଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.