IND vs ENG: କ୍ୟାପଟେନସି ଛାଡି ବି ବ୍ୟାଟିଂରେ ରୁଟଙ୍କ କମାଲ! କୋହଲିଙ୍କ ରେକର୍ଡ ପାର କଲେ ରୁଟ

ଜୋ ରୁଟ ସୁନ୍ଦର ଫର୍ମରେ ଅଛନ୍ତି। ଇଣ୍ଡିଆ ବିରୁଦ୍ଧରେ ୫ମ ଟେଷ୍ଟର ଦ୍ୱିତୀୟ ପାରି ରୁଟ ୭୬ ରନ କରି ଖେଳୁଥିଲେ ପରେ ୧୦୦ ରନ ପାର ବି କରିଛନ୍ତି। ଏହା ସହିତ ଏହି ସିରିଜରେ ତାଙ୍କର ୬୫୦ ରନ ପୁରା ହୋଇଯାଇଛି।

ଇଂଲଣ୍ଡର ପୂର୍ଵ ଅଧିନାୟକ ଜୋ ରୁଟ କିଛି ମାସ ପୂର୍ବରୁ ଇଂଲଣ୍ଡର ଅଧିନାୟକତ୍ୱ ପଦ ଛାଡିଦେଇଥିଲେ କିନ୍ତୁ ବ୍ୟାଟିଙ୍ଗରେ ତାଙ୍କର ସୁନ୍ଦର ଫର୍ମ ଜାରିଅଛି। ସେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବୀପକ୍ଷ ସିରିଜରେ ଦ୍ୱିତୀୟ ସବୁଠୁ ଅଧିକ ରନ କରିଥିବା ଖେଳାଳି ହୋଇଛନ୍ତି। ସେ ବିରାଟ କୋହଲିଙ୍କୁ ପଛରେ ପକାଇଦେଇଛନ୍ତି।

ଟିମ ଇଣ୍ଡିଆର ପୂର୍ଵ ଅଧିନାୟକ ବିରାଟ କୋହଲି ୨୦୧୬-୧୭ରେ ଇଂଲଣ୍ଡ ବିରୁଦ୍ଧରେ ୧୦୯ ଔସତରେ ୬୫୫ ରନ କରିଥିଲେ। ସେ ସେବେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ଲଗାଇଛନ୍ତି।ସେବେ ସେ ୨୩୫ ରନର ସବୁଠୁ ବଡ଼ ପାରି ଖେଳିଥିଲେ। ଏହି ସିରିଜରେ ସେ ୩୦୦ ରନ ପର୍ଯ୍ୟନ୍ତ ମଧ୍ୟ ପହଁଚିପାରିନାହଁନ୍ତି। କୋହଲି ଏହି ସିରିଜରେ ଦୁଇଟି ଅର୍ଦ୍ଧଶତକ ଦ୍ଵାରା ୨୪୯ ରନ କରିଛନ୍ତି।

Google

ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବୀପକ୍ଷ ସିରିଜରେ ସବୁଠୁ ଅଧିକ ରନ କରିବାର ରେକର୍ଡ ଇଂଲଣ୍ଡର ପୂର୍ଵ ଅଧିନାୟକ ଗ୍ରାହମ ଗୁଚଙ୍କ ନାମରେ ଅଛି। ୧୯୯୦ରେ ସେ ତିନୋଟି ମ୍ୟାଚରେ ୧୨୫ ଔସତରେ ୭୫୨ ରନ କରିଛନ୍ତି। ସେବେ ସେ ତିନୋଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ଲଗାଇଥିଲେ।ଏହି ସମୟରେ ସେ ୩୩୩ ରନର ବଡ଼ ପାରି ଖେଳିଥିଲେ।

ଭାରତ ଏହି ମ୍ୟାଚରେ ଇଂଲଣ୍ଡକୁ ୩୭୮ ରନର ଲକ୍ଷ୍ୟ ଦେଇଥିଲେ। ଇଂଲଣ୍ଡ ଏହି ମ୍ୟାଚ ଜିତିଯାଇଛି ଓ ସିରିଜ ୨-୨ରେ ବରାବରୀ ହୋଇଯାଇଛି। ବେନ ଷ୍ଟୋକସ ଇଂଲଣ୍ଡର ନୂଆ ଟେଷ୍ଟ ଅଧିନାୟକ ହେବା ପରେ ଏଯାଏ ଇଂଲଣ୍ଡ କୌଣସି ମ୍ୟାଚ ହାରିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *