ନ୍ୟୁଜିଲାଣ୍ଡର ସୁପରଷ୍ଟାର ବ୍ୟାଟ୍ସମାନ ରସ ଟେଲରଙ୍କ ବଡ଼ ଘୋଷଣା! କ୍ରିକେଟରୁ କଲେ ଗୁଡ଼ ବାଏ

ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ରସ ଟେଲର ଗୁରୁବାରକୁ ଇଣ୍ଟରନେସନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଘରୋଇ ମ୍ୟାଚ ପରେ ସେ ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେବେ। ନ୍ୟୁଜିଲାଣ୍ଡ ପାଇଁ ତାଙ୍କ ଶେଷ ମ୍ୟାଚ ନେଦରଲ୍ୟାଣ୍ଡ ବିରୁଦ୍ଧରେ ହେବାକୁ ଥିବା ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ହେବ। ଏହା ପୂର୍ବରୁ ବଙ୍ଗଳାଦେଶ ବିରୁଦ୍ଧରେ ଦୁଇଟି ଟେଷ୍ଟ ଓ ଅଷ୍ଟ୍ରେଲିଆ ବିରୁଦ୍ଧରେ ତିନୋଟି ଏକଦିବସିୟ ମ୍ୟାଚ ସେ ଖେଳିବେ। ସେ ନିଜ କ୍ୟାରିଅରର ଶେଷ ଇଣ୍ଟରନେସନାଲ ମ୍ୟାଚ ୪ ଏପ୍ରିଲକୁ ହାମେଲଟନରେ ଖେଳିବେ।

ଯେଉଁଠି ସେ ନିଜ ପତ୍ନୀ ଓ ତିନୋଟି ପିଲାଙ୍କ ସହିତ ରହିଥାନ୍ତି। ଟେଲର କହିଛନ୍ତି ସେ ସେଣ୍ଟ୍ରାଲ ଷ୍ଟେଗ ପାଇଁ ଘରୋଇ ମ୍ୟାଚ ଖେଳିବା ଜାରି ରଖିବେ। ରସ ଟେଲର ଶେଷ ଟେଷ୍ଟ ମ୍ୟାଚ ୯ ଜାନୁଆରୀକୁ ବଙ୍ଗଳାଦେଶ ବିରୁଦ୍ଧରେ କ୍ରାଇଷ୍ଟଚର୍ଚ୍ଚରେ ଖେଳିବେ। ସେ ନିଜ ଅବସରର ଘୋଷଣା କରି କହିଥିଲେ ଘରୋଇ ମ୍ୟାଚ ପରେ ମୁଁ ଅବସର ନେବି।

୬ ଟି ଏକଦିବସିୟ ମ୍ୟାଚ ଖେଳିବେ ଟେଲର:

ବଙ୍ଗଳାଦେଶ ବିରୁଦ୍ଧରେ ଦୁଇଟି ଆଉ ଟେଷ୍ଟ ମ୍ୟାଚ , ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ବିରୁଦ୍ଧରେ ମୋଟ ୬ ଟି ଏକଦିବସିୟ ମ୍ୟାଚ ଖେଳିବେ। ସେ କହିଛନ୍ତି ୧୭ ବର୍ଷ ମତେ ସପୋର୍ଟ କରିଥୁବାରୁ ଧନ୍ୟବାଦ। ନିଜ ଦେଶ ପାଇଁ ଖେଳିବା ମୋ ପାଇଁ ଗର୍ବର ବିଷୟ ଅଟେ। ସେ କହିଛନ୍ତି ଏବେ ତାଙ୍କର ପୁରା ଧ୍ୟାନ ଆଗକୁ ଆସୁଥିବା ମ୍ୟାଚ ଉପରେ ରହିବ।

ଟେଲର ବର୍ଷ ୨୦୦୭ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟରେ ଡେବ୍ୟୁ କରିଥିଲେ। ସେ ଟେଷ୍ଟରେ ୪୪.୮୭ର ଔସତରେ ୭୫୮୪ ରନ କରିଛନ୍ତି। ଯେଉଁଥିରେ ସେ ୧୯ ଶତକ ମାରିଛନ୍ତି।୨୩୩ ଏକଦିବସିୟରେ ଟେଲର ୪୮.୨ର ଔସତରେ ୮୫୮୧ ରନ କରିଛନ୍ତି। ତାଙ୍କ ନାମରେ ଏକଦିବସିୟରେ ୨୧ ଶତକ ଅଛି। ଯେବେକି ସେ ୧୦୨ ଟି-୨୦ ମ୍ୟାଚରେ ୧୯୦୯ ରନ କରିଛନ୍ତି। ସେ ଏହି ବର୍ଷ ଭାରତ ବିରୁଦ୍ଧରେ ଜୁନରେ ବିଶ୍ୱଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ବିଜୟୀ ରନ କରିଥିଲେ। ଟେଲର ଟେଷ୍ଟ ଓ ଏକଦିବସିୟରେ ନ୍ୟୁଜିଲାଣ୍ଡ ପଟୁ ସବୁଠୁ ଅଧିକ ରନ କରିଥିବା ଖେଳାଳି ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *