IPL 2022 ର ଆଉ ଏକ ମ୍ୟାଚରର ବାଙ୍ଗାଲୋରକୁ ହରାଇଛି ରାଜସ୍ଥାନ। ଆଗ ବ୍ୟାଟିଂ କରି ରାଜସ୍ଥାନ ୧୪୪ ରନ କରିଥିଲା। ଏହା ଜବାବରେ ବାଙ୍ଗାଲୋର ୧୧୫ ରନରେ ଅଲ ଆଉଟ ହୋଇଯାଇଥିଲେ।

ରାଜସ୍ଥାନ ପକ୍ଷରୁ ଓପ୍ନର ବଟଲର ୮ କରି ଆଉଟ ହୋଇଯାଇଥିବା ବେଳେ ପାଡିକଲ ୭ କରିଥିଲେ। ଅଶ୍ୱିନୀ ୧୭ କରିଥିଲେ। ତାଙ୍କର ଏହି ପାରିରେ ୪ଟି ଚୌକା ସାମିଲ ଥିଲା। ସଂଜୁ ସାମସନ ୨୧ ବଲରେ ୨୭ କରି ଆଉଟ ହୋଇଯାଇଥିଲେ। ତାଙ୍କର ଏହି ପାରିରେ ୧ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ପାରିକୁ ସମ୍ଭାଳିଥିଲେ ରିୟାନ ପରାଗ। ସେ ୩୧ ବଲରେ ୫୬ କରିଥିଲେ। ତାଙ୍କର ଏହି ପାରିରେ ୩ଟି ଚୌକା ଓ ୪ଟି ଛକା ସାମିଲ ଥିଲା।
ବାଙ୍ଗାଲୋର ପକ୍ଷରୁ ଫାଫ ୨୨, ରଜତ ୧୬ କରିଥିଲେ। ପାରିକୁ କିଛି ସମୟ ଯାଏ ସମ୍ଭାଳିଥିଲେ ସାହବାଜ। ହେଲେ ସେ ୧୭ କରି ଆଉଟ ହୋଇଯାଇଥିଲେ। ୱାନିନ୍ଦୁ ହସରଙ୍ଗା ୧୮,ଦିନେଶ କାର୍ତ୍ତିକ ୬ କରିଥିଲେ। ହର୍ଷଲ ପଟେଲ ୮ କରିଥିଲେ।

ଏହି ବିଜୟ ସହ ରାଜସ୍ଥାନ ପଏଂଟସ ଟେବୁଲରେ ନମ୍ବର ୧ ରେ ପଂହଁଚି ଯାଇଛି। RCB ର ଏହା IPL 2022 ରେ ଚତୁର୍ଥ ପରାଜୟ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।