IPL Retains: ସଂଜୁ ସାମସନଙ୍କୁ ରିଟେନ କରିବ ରାଜସ୍ଥାନ! ବାହାରିବେ ବେନ ଷ୍ଟୋକସ? ଆର୍ଚ୍ଚର ରହିବେ ନା ବାହରିବେ? ପଢନ୍ତୁ ପୁରା ଖବର

IPL ର ୧୫ ତମ ସିଜନ ପାଇଁ ଖେଳାଳି ରିଟେନ ପାଇଁ ଆଉ ଅଳ୍ପ ଦିନ ବାକି ଅଛି। ପ୍ରାୟତଃ ଟିମ ମାନେ ଖେଳାଳିଙ୍କୁ ରିଟେନ ପକ୍ରିୟା ଆରମ୍ଭ ପାଇଁ ପ୍ରସ୍ତୁତି କରିଦେଇଛନ୍ତି, ଯେଉଁ ମାନଙ୍କୁ ସେ ରିଟେନ କରିବା ପାଇଁ ଚାହୁଁଛନ୍ତି। ଟିମମାନେ ଅତିବେଶୀରେ ୪ ଜଣ ଖେଳାଳିଙ୍କୁ ରିଟେନ କରିପାରିବେ। ମିଡ଼ିଆ ରିପୋର୍ଟ ଅନୁସାରେ ରାଜସ୍ଥାନ ରୟାଲ୍ସ ପ୍ରଥମ ରିଟେନ ସଞ୍ଜୁ ସାମସନଙ୍କୁ କରିପାରେ। ଶେଷ ସ୍ଥାନ ପାଇଁ ଖେଳାଳିଙ୍କ ନାମକୁ ନେଇ ଆଲୋଚନା ଏବେ ହେଉଛି। ଏହା ଉପରେ ନିର୍ଣ୍ଣୟ ନେବା ଏବେ ବାକି ଅଛି।

Google

ଇଏନପିଏନର ଖବର ଅନୁସାରେ ରାଜସ୍ଥାନ ରୟାଲ୍ସ ନିଜ ଅଧିନାୟକ ସଞ୍ଜୁ ସାମସନଙ୍କୁ ଆଗାମୀ ସିଜନ ପାଇଁ ୧୪ କୋଟିରେ ରିଟେନ କରିଛି। ସାମସନଙ୍କୁ ଟିମ ପ୍ରତିଧାରଣ ଓ ପ୍ରବନ୍ଧନ ସହିତ ୧୬ କୋଟିରେ ରଖାଯାଇଥିଲା। ଏବେ ସେ ୧୪ କୋଟିରେ ସହମତି ହୋଇଛନ୍ତି। ଯଦି ରାଜସ୍ଥାନ ଚାରିଜଣ ଖେଳାଳିଙ୍କୁ ରିଟେନ କରିବ ତେବେ ରାଜସ୍ଥାନର ପାଖରେ ଆଉ ୪୮ କୋଟିରୁ ଅଧିକ ଟଙ୍କା ରହିବ। ଏହାକୁ ମଧ୍ୟ ଧ୍ୟାନରେ ରଖିବାକୁ ହେବକି ଯେବେ ୨୦୧୮ରେ ରାଜସ୍ଥାନ ସଞ୍ଜୁ ସାମସନ ଶେଷଥର ରିଟେନ କରିଥିଲା ସେବେ ସେ ୮ କୋଟିରେ ରିଟେନ ହୋଇଥିଲେ।

ଯେଉଁ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ ରିଟେନ କରିବାକୁ ଚାହୁଁଥିବା ଅନ୍ୟ ତିନୋଟି ଖେଳାଳି କଥା କଥା ଉଠୁଛି ଲିୟମ ଲିଭିଙ୍ଗଷ୍ଟୋନ, ଜୋଫ୍ରା ଆର୍ଚ୍ଚର, ୟସସ୍ୱି ଜୟସୱାଲ ଓ ଜୋସ ବଟଲରଙ୍କ ନାମ ଆଲୋଚନାରେ ଅଛି। ଏଠାରେ ଆଶ୍ଚର୍ଯ୍ୟର କଥା ଏହାକି ଅଲରାଉଣ୍ଡର ବେନ ଷ୍ଟୋକସ୍ ଙ୍କ ନାମ ଆଲୋଚନାରେ ଏତେ ନାହିଁ।

Google

ଜୋଫ୍ରା ଆର୍ଚ୍ଚର ସବୁଠୁ ଅଧିକ ଦାବି ଖେଳାଳି ଅଟନ୍ତି କିନ୍ତୁ ତାଙ୍କ ଫିଟନେସ ରାଜସ୍ଥାନକୁ ଅସୁବିଧାରେ ପକାଉଛି। କହଣୀର ଆଘାତ କାରଣରୁ ସେ ପୁରା ଆଇପିଏଲ ୨୦୨୧ ଓ ଟି-୨୦ ବିଶ୍ୱକପ ମଧ୍ୟ ଖେଳିପାରିଲେ ନାହିଁ। ଟି-୨୦ ବିଶ୍ୱକପରେ ଜୋସ ବଟଲରଙ୍କ ଫର୍ମ ତାଙ୍କୁ ରଖିବାକୁ ରାଜସ୍ଥାନକୁ ବାଧ୍ୟ କରିଦେଇଛି। ଯେବେ ଷ୍ଟୋକସ୍ ଙ୍କ କଥା ଉଠୁଛି ତାଙ୍କୁ ବିଦେଶୀ ଖେଳାଳି ହିସାବରେ ରଖିବାକୁ ଅସୁବିଧା ହେଉଛି।

ଟି-୨୦ ବିଶ୍ୱକପରେ ଇଂଲଣ୍ଡ ପାଇଁ ସୁନ୍ଦର ଖେଳ ଦେଖାଇଥିବା ଲିୟମ ଲିଭିଙ୍ଗଷ୍ଟୋନଙ୍କୁ ରିଟେନ କରାଇପାରେ। ଯଦି ଜୋଫ୍ରାଙ୍କୁ ଯିବାକୁ ଦିଆଯିବ ତେବେ ଏକା ଭାରତୀୟ ଖେଳାଳି ହିସାବରେ ଜୟସୱାଲଙ୍କ ନାମ ରିଟେନ ପାଇଁ ଚର୍ଚ୍ଚାରେ ଅଛି। ଯେହେତୁ ସେ ଜଣେ ଅନକ୍ୟାପର୍ଡ ଖେଳାଳି ଅଟନ୍ତି ତେଣୁ ଟିମ ତାଙ୍କ ଉପରେ ମାତ୍ର ୪ କୋଟି ଖର୍ଚ୍ଚ କରିବାର ଆଶା ଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *