ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ୫ମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଥିଲା। ଏହି ମ୍ୟାଚରେ ରାଜସ୍ଥାନ ଆଗ ବ୍ୟାଟିଙ୍ଗ କରି ୨୦ ଓଭରରେ ୬ ୱିକେଟ ହରାଇ ୨୧୦ ରନ କରିଥିଲା। ଅଧିନାୟକ ସଞ୍ଜୁ ସାମସନ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ହାଇଦ୍ରାବାଦର ବୋଲର ଭଲ ପ୍ରଦର୍ଶନ କରିପାରିନଥିଲେ କିନ୍ତୁ ଜାମ୍ମୁ-କାଶ୍ମୀରର ଉମରାନ ମଲିକ ନିଜ ଗତିରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ୧୫୦ କିଲୋମିଟର ଘଣ୍ଟାପ୍ରତି ବେଗରେ ବୋଲିଙ୍ଗ କରିଥିଲେ। ହେଲେ ଏହି ମ୍ୟାଚ ରାଜସ୍ଥାନ ଜିତି ଯାଇଛି। ହାଇଦ୍ରାବାଦ ନିଜର IPL 2022 ର ପ୍ରଥମ ମ୍ୟାଚ ପରାଜିତ ହୋଇଛି।
#UmranMalik owes Nicholas Pooran a 'free dinner' after losing THIS challenge!#IPL2022 https://t.co/i4yBWIkgrd pic.twitter.com/xIAJXQ2IAE
— DNA (@dna) March 29, 2022
ଉମରାନ ମଲ୍ଲିକ ନିଜ ପ୍ରଥମ ଓଭରରେ ୨୧ ରନ ଦେଇଥିଲେ, ଏପରି ଲାଗୁଥିଲା ସେ ବହୁତ ମହଙ୍ଗା ସାବ୍ୟସ୍ତ ହେବେ। କିନ୍ତୁ ଶେଷରେ ସେ ୪ ଓଭରରେ ୩୯ ରନ ଦେଇ ୨ ଟି ୱିକେଟ ନେଇଥିଲେ। ସେ ବିରାଟ କୋହଲିଙ୍କ ଟିମରେ ଖେଳିସାରିଥିବା ବ୍ୟାଟ୍ସମ୍ୟାନ ଦେବଦତ ପାଡିକଲଙ୍କୁ ବୋଲ୍ଡ କରିଥିଲେ। ପଡିକଲ ୪୧ ରନ କରିଥିଲେ କିନ୍ତୁ ସେ ଉମରାନଙ୍କ ହାଫ ପିଚରେ ପଡିଥିବା ବଲକୁ ବୁଝିପାରିନଥିଲେ ଓ ବୋଲ୍ଡ ହୋଇଯାଇଥିଲେ। ପୂର୍ଵ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କର କହିବାର ଅଟେ କି ଉମରାନ ନିଜ ଗତିରେ ପ୍ରଭାବିତ କରିଛନ୍ତି।
ଟିମ ଇଣ୍ଡିଆର ନେଟ ବୋଲର ହୋଇଥିଲେ:
୨୨ ବର୍ଷୀୟ ଉମରାନ ମଲ୍ଲିକଙ୍କୁ ପୁର୍ବ ବର୍ଷ ଆଇପିଏଲରେ ଟି-ନଟରାଜ କରୋନା ପଜେଟିଭ ହେବା ପରେ ହାଇଦ୍ରାବାଦ ଦଳରେ ସାମିଲ କରାଯାଇଥିଲା। ଏହା ପରେ ସେ ସୁନ୍ଦର ପ୍ରଦର୍ଶନ କରିଥିଲେ ଯାହା ଦ୍ୱାରା ଏହି ସିଜନ ପାଇଁ ଟିମ ତାଙ୍କୁ ରିଟନ କରିଥିଲା। ତାଙ୍କୁ ଟି-୨୦ ବିଶ୍ୱକପରେ ନେଟ ବୋଲର ରୂପରେ ଟିମ ଇଣ୍ଡିଆରେ ସାମିଲ କରାଯାଇଥିଲା।
WHAT A BOWL UMRAN MALIK pic.twitter.com/9lemvZ8SGK
— gautam (@itzgautamm) March 29, 2022
ଏହି ମ୍ୟାଚ ପୂର୍ବରୁ ତାଙ୍କର ଟି-୨୦ ରେକର୍ଡ ଦେଖିବାତ ସେ ମାତ୍ର ୮ ଟି ମ୍ୟାଚ ଖେଳିଛନ୍ତି।ଏଥିରେ ସେ ୨୫ର ଔସତରେ ୧୧ ୱିକେଟ ନେଇଛନ୍ତି। ଏହା ସହ ଏହି ସମୟରେ ତାଙ୍କର ଇକୋନୋମି ୮.୫୩ର ଅଟେ। ସେ ତିନୋଟି ଫାଷ୍ଟ କ୍ଳାସ ମ୍ୟାଚରେ ୭ ଓ ଗୋଟେ ଲିଷ୍ଟ ଏ ମ୍ୟାଚରେ ଗୋଟେ ୱିକେଟ ନେଇଛନ୍ତି।
Fastest delivery of the night belongs to Umran Malik – 150kmph. pic.twitter.com/bsDUEKCKAQ
— Mufaddal Vohra (@mufaddal_vohra) March 29, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।