RR vs CSK: ଚେନ୍ନାଇକୁ ପରାସ୍ତ କରି ନମ୍ବର ୧ ହେଲା ରାଜସ୍ଥାନ, ଧ୍ରୁବ ଜୁରେଲଙ୍କ କମାଲ

ଆଇପିଏଲ ସିଜିନ ୧୬ର ୩୭ ତମ ମ୍ୟାଚ ରହିଥିଲା। ଏଥିରେ ରାଜସ୍ଥାନ ଓ ଚେନ୍ନାଇ ଦଳ ପରସ୍ପରକୁ ଭେଟି ଥିଲେ। ତେବେ ପ୍ରଥମେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି କରିଥିଲା। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୦୨ ରନ କରିବାରେ ସକ୍ଷମ ହୋଇଥିଲା।

ପ୍ରଥମେ ଜୋସ ବଟଲର ୨୧ ବଲ ଖେଳି ଚାରି ଚଉକା ସାହାଯ୍ୟରେ ୨୭ ରନ କରି ଆଉଟ ହୋଇ ଯାଇଥିଲେ। ଅନ୍ୟ ଓପନର ବହୁତ ଦୃଢ଼ ଭାବରେ ବ୍ୟାଟିଂ ଆରମ୍ଭ କରିଥିଲା। ୟଶଶ୍ୱୀ ଜୟସୱାଲ ୪୩ ବଲ ଖେଳି ୮ ଚଉକା ଓ ୪ ଛକା ସାହାଯ୍ୟରେ ୭୭ ରନ କରିଥିଲେ। ଏହା ସହିତ ଦେବଦତ ପାଡିକଲ ୧୩ ବଲ ଖେଳି ୫ ଚଉକା ସହାୟତାରେ ୨୭ ରନ କରି ନଟ ଆଉଟ ଥିଲେ।ଏହା ବ୍ୟତୀତ ସଞ୍ଜୁ ୧୭ ବଲ ଖେଳି ୧୭ ରନ କରି ଆଉଟ ହୋଇ ଯାଇଥିଲେ।

ସିମ୍ରନ ହେଟମେୟର ୧୦ ବଲ ଖେଳି ୮ ରନ କରି ରନ ଆଉଟ ହୋଇ ଯାଇଥିଲେ। ଧ୍ରୁବ ଜୁରେଲ ୧୫ ବଲ ଖେଳି ୩ ଚଉକା ଓ ୨ ଛକା ସହିତ ୩୪ ରନ କରି ରନ ଆଉଟ ହୋଇ ଯାଇଥିଲେ। ଏହା ସହିତ ଆଶ୍ୱିନ ୧ ବଲରେ ୧ ରନ କରି ନଟ ଆଉଟ ଥିଲେ।

ଏହାପରେ ଚେନ୍ନାଇ ନିଜର ୨୦୩ ରନର ଲକ୍ଷ୍ୟକୁ ପିଛା କରିବା ଆରମ୍ଭ କରି ଥିଲା। ଋତୁରାଜ ୨୯ ବଲ ଖେଳି ୫ ଚୌକା ଓ ୧ ଛକା ସହାୟତାରେ ୪୭ ରନ କରି ଆଉଟ ହୋଇ ଯାଇଥିଲେ।ଏହା ପରେ ଡୀଭନ କନୱେ ୧୬ ବଲରେ ୧ ଚଉକା ସହାୟତାରେ ୮ ରନ କରିବାରେ ସକ୍ଷମ ହୋଇ ପାରିଥିଲେ।

ଏହା ପରେ ରାହାଣେ ୧୩ ବଲରେ ୧୫ ରନ କରିଥିଲେ।ଏହାପରେ ରାୟୁଡୁ ୨ ବଲରେ ୦ ରନ କରିଥିଲେ। ମୋଇନ ଅଲ୍ଲୀ ୧୨ ବଲ ଖେଳି ୨ ଚୌକା ଓ ୨ ଛକା ଲଗାଇବା ସହିତ ୨୩ ରନ କରି ଆଉଟ ହୋଇ ଯାଇଥିଲେ।

ଏହା ସହିତ ଶିଭମ ଦୁବେ ୩୩ ବଲ ଖେଳି ୨ ଚଉକା ଓ ଚାରି ଛକା ସାହାଯ୍ୟରେ ୫୨ ରନ କରିଥିଲେ। ଏହା ବ୍ୟତୀତ ରବୀନ୍ଦ୍ର ଜାଡେଜା ୧୫ ବଲ ଖେଳି ୩ ଚଉକା ସହିତ ୨୩ ରନ କରି ନଟ ଆଉଟ ଥିଲେ। ତେବେ ଶେଷରେ ରାଜସ୍ଥାନ ଏହି ମ୍ୟାଚକୁ ୩୨ ରନରେ ଜିତି ନେଇ ଥିଲା।

Leave a Reply

Your email address will not be published. Required fields are marked *