RR vs LSG: ରୋମାଂଚକ ମ୍ୟାଚରେ ବାଜି ମାରିଲା ରାଜସ୍ଥାନ! ଲକ୍ଷନୌକୁ ହରାଇ ହାସଲ କଲା ଶୀର୍ଷ ସ୍ଥାନ!

ଆଇପିଏଲ ୨୦୨୨ ସିଜିନ ରୋମାଞ୍ଚକର ପରିସ୍ଥିତିରେ। ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ କଡା ପ୍ରତିଦ୍ୱନ୍ଦୀତା ଦେବାରେ ବ୍ୟସ୍ତ। ଏଥିମଧ୍ୟରେ ୧୦ ତାରିଖ ରବିବାର ଦିନ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚରେ ରାଜସ୍ଥାନ ରୟାଲସ ଲକ୍ଷନୌ ସୁପରଜ୍ୟାଣ୍ଟସ୍ କୁ ଭେଟିଥିଲା। ଏହି ମ୍ୟାଚକୁ ରାଜସ୍ଥାନ ରୟାଲସ ୩ ରନ ବ୍ୟବଧାନରେ ଜିତି ନେଇଛି।

Google

ଟସ ଜିତି ପ୍ରଥମେ ରାଜସ୍ଥାନ ରୟାଲସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ଶେଷ ସୁଦ୍ଧା ୬ ଟି ୱିକେଟ ହରାଇ ୧୬୫ ରନ କରିଥିଲା। ରାଜସ୍ଥାନ ପକ୍ଷରୁ ଓପନିଙ୍ଗ ଯୋଡି ଜୋସ ଵଟଲର ଏବଂ ଦେବିଦତ୍ତ ପାଦିକଲ ମାତ୍ର ୪୨ ରନ କରିବାକୁ ସକ୍ଷମ ହୋଇଥିଲେ। ଜୋସ ଵଟଲର ୧୧ ବଲରେ ମାତ୍ର ୧୩ ରନ ଏବଂ ଦେବଦତ ପାଡିକଲ ୨୯ ବଲରୁ ମାତ୍ର ୨୯ ରନ କରି ପାରିଥିଲେ। ଏହାପରେ ଅଧିନାୟକ ସଂଜୁ ସାମସନ ୧୨ ବଲରେ ୧୩ ରନ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ୨୩ ବଲରୁ ୨୮ ରନ ମାତ୍ର ସଂଗ୍ରହ କରି ପାରିଥିଲେ। ଅଶ୍ୱିନୀ ଆହତ ହେବ କାରଣରୁ ସେ ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରି ଯାଇଥିଲେ।

କେବଳ ସିମ୍ରନ ହେଟମେୟର ନିଜର ଧୂଆଁଧାର ଖେଳ ଦେଖାଇ ଦଳକୁ ଏକ ଉତ୍ତମ ସ୍କୋରରେ ପହଞ୍ଚାଇ ପାରିଥିଲେ। ସେ ୬ ଟି ଛକା ଏବଂ ଗୋଟିଏ ଚଉକା ମାରି ୩୬ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ଏହା ଦ୍ବାରା ଦଳ ଏକ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ଲକ୍ଷନୌ ସୁପରଜ୍ୟାଣ୍ଟସ୍ ପକ୍ଷରୁ ଯେସନ ହୋଲଡ଼ର ଏବଂ କୃଷ୍ନପା ଗୌତମ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ଏବଂ ଅଭେସ ଖାନ  ଗୋଟିଏ ୱିକେଟ ନେଇ ପାରି ନଥିଲେ।

Google

ଏହାର ଜବାବରେ ଲକ୍ଷନୌ ସୁପର ଜ୍ୟାଣ୍ଟସ୍ ୧୬୨ ରନ ହିଁ ସଂଗ୍ରହ କରି ପାରିଥିଲେ। ଶୂନ୍ୟ ରନରେ ଏହାର ପ୍ରଥମ ଉଇକେଟ ଏବଂ ମାତ୍ର ଏକ ରନରେ ଦ୍ଵିତୀୟ ୱିକେଟ ହରାଇଥିଲା। ଅଧିନାୟକ କେଲ ରାହୁଲ ଏବଂ କୃଷ୍ନପା ଗୌତମ ଶୂନ୍ୟ ରନରେ ଆଉଟ ହୋଇଥିଲେ। ଏହାପରେ ପ୍ରତ୍ୟେକ ଖେଳାଳି ନିଜର ଅଳ୍ପ ଅଳ୍ପ ଭାଗିଦାରୀ ଦେଇଥିଲେ ମଧ୍ୟ ୱିକେଟ ଗଳିବା ଫଳରେ ଦଳ ଅସୁବିଧାରେ ପଡିଯାଇଥିଲା। ଦୀପକ ହୁଡା ୨୪ ବଲରୁ ୨୫ ରନ , କ୍ରୁନାଲ ପାଣ୍ଡ୍ୟା ୧୫ ବଲରୁ ୨୨ ରନ ସଂଗ୍ରହ କରିଥିଲେ। ଅନ୍ତିମ ସମୟରେ ମାର୍କସ ଷ୍ଟୋଇନିକ୍ସ ୧୭ ବଲରୁ ୩୮ ରନ ସଂଗ୍ରହ କରି ପ୍ରୟାସ କଲେ ମଧ୍ୟ ତାହା ବିଫଳ ହୋଇଥିଲା।

 

ଅନ୍ତିମ ଓଭରରେ ଲକ୍ଷନୌ ସୁପର ଜ୍ୟାଣ୍ଟସ୍ ଜିତିବା ପାଇଁ ୧୫ ରନ ଦରକାର କରୁଥିବା ବେଳେ କୁଲଦୀପ ସେନଙ୍କ ଚତୁର ବୋଲିଂ ପାଇଁ ରାଜସ୍ଥାନ ଏହି ମ୍ୟାଚକୁ ୩ ରନରେ ଜିତି ଯାଇଥିଲା। ଟ୍ରେଣ୍ଟ ବୋଲଟ ଦୁଇଟି ୱିକେଟ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଓ କୁଳଦୀପ ସେନ ଗୋଟିଏ ୱିକେଟ ନେଇଥିଲେ। ଚାରି ଓଭରରେ ୪୧ ରନ ଦେଇ ଚାରୋଟି ଉଇକେଟ ନେଇଥିବା ୟୁଜବେନ୍ଦ୍ର ଚାହଲ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *