ଷ୍ଟାର ଅଲରାଉଣ୍ଡର ଆନ୍ଦ୍ର ରସଲଙ୍କର ସୁନ୍ଦର ବ୍ୟାଟିଙ୍ଗ ଦ୍ଵାରା ଡେକନ ଗ୍ଲେଡିଏଟର୍ସ ପ୍ରଥମ ଥର ଅବୁଧାବି ଟି-୧୦ ଲିଗ ଚମ୍ପିୟାନ ହୋଇପାରିଛି। ଡେକନ ଗ୍ଲେଡିଏଟର୍ସ ଶେଖ ମହମ୍ମଦ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦିଲ୍ଲୀ ବୁଲ୍ସକୁ ୫୬ ରନରେ ହରାଇଛି। ଡେକନ ଗ୍ଲେଡିଏଟର୍ସ ୧୦ ଓଭରରେ କୌଣସି ୱିକେଟ ନହରାଇ ୧୫୯ ରନ କରିଥିଲା। ଏହା ପରେ ଦିଲ୍ଲୀ ବୁଲ୍ସ ୧୦ ଓଭରରେ ୭ ୱିକେଟ ହରାଇ ୧୦୩ ହିଁ କରିପାରିଥିଲା।

ଆଣ୍ଡ୍ରେ ରସଲ ଆକ୍ରାମକ ବ୍ୟାଟିଙ୍ଗ କରି ୯୦ ରନ କରିଥିଲେ ଓ ଟୋମ କୋହଲର କୈଡ଼ମୋରଙ୍କ ସହ ମିଶି ନଟଆଉଟ ୧୫୯ ରନର ପାର୍ଟନରସିପ କରିଥିଲେ। ରସଲ ୩୨ ବଲରେ ସାମ୍ନା କରି ୯ ଟି ଚୌକା ଓ ୭ ଟିଛକା ଦ୍ଵାରା ୯୦ରନ କରିଥିଲେ। କୈଡ ମୋର ୨୮ ବଲରେ ୩ ଟି ଚୌକା ଓ ୫ ଟି ଛକାଦ୍ଵାରା ୫୯ ରନ କରିଥିଲେ। ରସଲଙ୍କୁ ଫାଇନାଲ ମ୍ୟାଚରେ ପ୍ଲେୟାର ଅଫ ଦି ମ୍ୟାଚ କରାଯାଇଥିଲା ଓ ଶ୍ରୀଲଙ୍କାର ଅଲରାଉଣ୍ଡର ୱାନେନ୍ଦୁ ହସରଙ୍ଗାଙ୍କୁ ପ୍ଲେୟାର ଅଫ ଦି ସିଜନ କରାଯାଇଥିଲା।
ଲକ୍ଷର ପିଛା କରିବାକୁ ଓହ୍ଲାଇ ଦିଲ୍ଲୀ ବୁଲ୍ସ ପଟୁ ଚନ୍ଦ୍ରପୋଲ ହେମରାଜ ପୁରା ଚେଷ୍ଟା କଲେ। ସେ ପାରିର ପଞ୍ଚମ ଓଭରରେ ରସଲଙ୍କ ଓଭରରେ ୨ଟି ଚୌକା ଓ ୧ ଟି ଛକା ମାରିଥିଲେ। ଆଗାମୀ ଓଭରରେ ହସରଙ୍ଗାଙ୍କ ବଲରେ ଲଗାତର ୨ ଟି ଛକା ମାରିଥିଲେ। ବଡ଼ ଶର୍ଟ ମାରିବାକୁ ଯାଇ ସେ ହସରଙ୍ଗାଙ୍କ ବଲରେ ରସଲଙ୍କ ଦ୍ଵାରା କ୍ୟାଚ ଆଉଟ ହୋଇଗଲେ। ହେମରାଜ ୨୦ ବଲରେ ୨ ଟି ଚୌକା ଓ ୫ ଟି ଛକା ମାରିଥିଲେ। ତାଙ୍କ ଛଡା କୌଣସି ଅନ୍ୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ହସରଙ୍ଗା, ଓଡିୟନ ସ୍ମିଥ ଓ ଟାଇମଲ ମିଲ୍ସଙ୍କୁ ୨-୨ ଟି ୱିକେଟ ମିଳିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।