ଛାଇଗଲେ ରସେଲ! ଅଷ୍ଟ୍ରେଲିଆରେ ବିଧ୍ୱସିଂ ବ୍ୟାଟିଂ ଦ୍ଵାରା ମଚାଇଲେ ଧମାଲ, ଦେଖନ୍ତୁ ଭିଡିଓ

ଆନ୍ଦ୍ର ରସେଲ ଟି-୨୦ର ଜଣେ ଆକ୍ରାମକ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ବିଗ ବାସ ଲିଗରେ ନିଜ ବ୍ୟାଟିଙ୍ଗ ଦ୍ଵାରା ବିରୋଧୀ ଟିମର ବିଜୟ ଆଶା ଭାଙ୍ଗିଦେଇଥିଲେ। ଟି-୨୦ ଲିଗର ଏକ ମ୍ୟାଚରେ ରସେଲ ୫ ଟି ଛକା ଓ ଗୋଟେ ଚୌକା ସହିତ ୪୨ ରନର ନଟଆଉଟ ପାରି ଖେଳିଥିଲେ।ଏହିପରି ମେଲବର୍ଣ ଷ୍ଟାରସ ଏହି ମ୍ୟାଚକୁ ୧୭ ବଲ ବାକିଥାଇ ୬ ୱିକେଟରେ ଜିତିଗଲା। ରସେଲ ବର୍ଷ ୨୦୧୭ ପରେ ବୀଗ ବାସ ଲିଗରେ ଓହ୍ଲାଇଛନ୍ତି।

Google

ଟସ୍ ହାରି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ସିଡ଼ନି ଥଣ୍ଡରର ଆରମ୍ଭ ପ୍ରାୟ ଭଲ ରହିନଥିଲା। ଟିମ ୬୫ ରନରେ ୪ ଟି ୱିକେଟ ହରାଇଦେଇଥିଲା। ଏହା ପରେ ଏଲେକ୍ସ ରସ ୭୭ ରନ କରି ଟିମର ସ୍କୋର ୧୫୦ ପାର କରିଥିଲେ। ଟିମ ନିର୍ଧାରିତ ୨୦ ଓଭରରେ ୫ ଟି ୱିକେଟ ହରାଇ ୧୫୧ ରନ କରିଥିଲା। ଏଲେକ୍ସ ହେଲ୍ସ ମଧ୍ୟ ୨୮ ରନର ପାରି ଖେଳିଥିଲେ। ମେଲବର୍ଣ ଷ୍ଟାରସ ତରଫରୁ କୈସ ଅହମ୍ମଦ ୪ ଓଭରରେ ୧୭ ରନ ଦେଇ ୨ ଟି ୱିକେଟ ନେଇଥିଲେ।

ମାକ୍ସୱେଲ ଓ ଷ୍ଟୋଇନିକସ ପାରିକୁ ସଂମ୍ଭାଳିଲେ: ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ମେଲବର୍ଣ ଷ୍ଟାରସର ଆରମ୍ଭ ମଧ୍ୟ ଭଲ ନଥିଲା କାରଣ ଟିମ ୨୪ ରନରେ ୨ ଟି ୱିକେଟ ହରାଇଦେଇଥିଲା। ଏହା ପରେ ଗ୍ଲେନ ମାକ୍ସୱେଲ ଓ ମାର୍କସ ଷ୍ଟୋଇନିକଶ ପାରିକୁ ସମ୍ଭାଳିଲେ। ଷ୍ଟୋନିଶ ୩୦ ବଲରେ ୩୧ ଓ ମାକ୍ସୱେଲ ୨୫ ବଲରେ ୪୦ ରନ କରିଥିଲେ। ମାକ୍ସୱେଲ ପାରିରେ ୩ ଟି ଚୌକା ଓ ୨ ଟି ଛକା କରିଥିଲେ। କିନ୍ତୁ୮୩ ରନର ପାରିରେ ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହୋଇଗଲେ ଓ ଟିମ ସଙ୍କଟରେ ଆସିଗଲା।

ରସେଲ ଓ ହିଲଟନ ଦେଲେ ବିଜୟ:୮୩ ରନରେ ୪ ଟି ୱିକେଟ ଗଳିବା ପରେ ମେଲବର୍ଣ ଷ୍ଟାରସ ସଙ୍କଟରେ ଆସିଯାଇଥିଲା। ଏହା ପରେ ଆଣ୍ଡ୍ରେ ରସଲ ଓ ହିଲଟନ କାର୍ଟରାଇଟ ଟିମକୁ ଅର୍ଦ୍ଧଶତକିୟ ପାର୍ଟନରସିପ କରି ବିଜୟ ଦେଇଥିଲେ। ରସଲ ୨୧ ବଲରେ ୪୨ ରନର ନଟଆଉଟ ପାରି ଖେଳିଥିଲେ ଓ ପାରିରେ ଗୋଟେ ଚୌକା ଓ ୫ ଟି ଛକା ମାରିଥିଲେ ମାନେ ୬ ଟି ବଲରେ ୩୪ ରନ କରିଥିଲେ। ହେଲଟନ ୧୩ ବଲରେ ୨୩ ରନ କରି ନଟଆଉଟ ରହିଥିଲେ। ସେ ଗୋଟେ ଚୌକା ଓ ୨ ଟି ଛକା ମାରିଥିଲେ। ଟିମ ଲକ୍ଷକୁ ୧୭.୧ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା। ମାନେ ୧୭ ବଲ ବାକି ଥାଇ ଟିମ ମ୍ୟାଚ ଜିତିଗଲା। କେକେଆର ଆଇପିଏଲ ୨୦୨୨ ପାଇଁ ରସଲଙ୍କୁ ରିଟେନ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *