IPL 2023 ର ଆରମ୍ଭ ମାର୍ଚ୍ଚ ୩୧ ତାରିଖ ମାନେ ଆଜି ଠୁ ହୋଇଯାଇଛି। ଆଜିର ମ୍ୟାଚର ମ୍ୟାଚ ଗୁଜରାଟ ବନାମ ଚେନ୍ନାଇ ମଧ୍ୟରେ ଥିଲା। ଏହି ମ୍ୟାଚରେ ଚେନ୍ନାଇ ଆଗ ବ୍ୟାଟିଂ କରିଥିଲା। ଆରମ୍ଭରୁ ଜବରଦସ୍ତ ଖେଳର ପ୍ରଦର୍ଶନ କରିଥିଲେ ଚେନ୍ନାଇ। ଋତୁରାଜ ଗାଏକୱାଡ ଜବରଦସ୍ତ ପାରି ଖେଳିଥିଲେ।
ଋତୁରାଜ ଗାଏକୱାଡ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ୫୦ ବଲରେ ୯୨ ରନର ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ। ସେ ୪ଟି ଚୌକା ଓ ୯ଟି ଛକା ଲଗାଇଥିଲେ। ସେ ସୁନ୍ଦର ଭାବେ ବ୍ୟାଟିଂ କରିଥିଲେ। ଓପ୍ନର ସେ ଆସିଥିଲେ ଓ ଜବରଦସ୍ତ ଭଙ୍ଗୀରେ ବ୍ୟାଟିଂର ପ୍ରଦର୍ଶନ କରିଥିଲେ।
ମୋଇନ ଅଲ୍ଲୀ ୧୭ ବଲରେ ୨୩ ରନର ପାରି ଖେଳିଥିଲେ। ସେ ୪ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ବେନ ଷ୍ଟୋକସ୍ ୭ ରନ କରି ଆଉଟ ହୋଇଥିଲେ ଓ ରାୟୁଡୁ ୧୨ ରନ କରି ଆଉଟ ହୋଇଯାଇଥିଲେ।
ସିଭମ ଦୁବେ ବି ଭଲ ପାରି ଖେଳିଥିଲେ। ସେ ୧୮ ବଲରେ ୧୯ ରନ କରିଥିଲେ। ସେ ଗୋଟିଏ ଛକା ଲଗାଇଥିଲେ। ରବୀନ୍ଦ୍ର ଜାଡେଜା ୧ ରନ କରି ଆଉଟ ହୋଇଯାଇଥିଲେ। ତେବେ ଧୋନି ୭ ବଲରେ ୧୪ ରନର ପାରି ଖେଳିଥିଲେ। ସେ ଗୋଟିଏ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ମିଚେଲ ସେଣ୍ଟନର ୧ ରନ କରି ନଟ ଆଉଟ ଥିଲେ। ଧୋନି ୧୪ ଓ ସେଣ୍ଟନର ୧ କରି ନଟ ଆଉଟ ଥିଲେ। ତେବେ ଚେନ୍ନାଇ ନିର୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୮ ରନର ପାରି ଖେଳିଥିଲେ।
ଗୁଜରାଟ ପକ୍ଷରୁ ସାମୀ ୪ ଓଭର ବୋଲିଂ କରି ୨୯ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ହାର୍ଦିକ ପାଣ୍ଡ୍ୟା ୩ ଓଭରରେ ୨୮ ରନ ଦେଇଥିଲେ। ଯୋସୁଆ ଲିଟିଲ ୪ ଓଭରରେ ୪୧ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ରସିଦ ଖାନ ୪ ଓଭରରେ ୨୬ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ଅଳଝାରୀ ଜସେଫ ୪ ଓଭରରେ ୩୩ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ୟସ ଦୟାଲ ଗୋଟିଏ ଓଭର ବୋଲିଂ କରିଥିଲେ ଓ ସେ ଗୋଟିଏ ଓଭରରେ ୧୪ ରନ ଦେଇଥିଲେ।