କ୍ୟାପଟେନ ବନିଲେ ଋତୁରାଜ ଏବଂ ଖେଳିଲେ ଆକର୍ଷଣୀୟ ପାରି, ପାଲଟିଲେ ଚର୍ଚ୍ଚାର ବିଷୟ! ଦେଖନ୍ତୁ ଭିଡିଓ

ପ୍ରାୟ କ୍ରିକେଟ ଜଗତରେ ଯୁବ ତାରକା ମାନଙ୍କ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ତାହା ଆପଣମନେ ପ୍ରାୟ ଭଲ ଭାବରେ ଜାଣିଥିବେ। ଆଇପିଏଲଠୁ ଆରମ୍ଭ କରି ଅନ୍ତର୍ଜାତୀୟ ଏକଦିବସୀୟ କିମ୍ବା ଟି-ଟ୍ୱେଣ୍ଟି କ୍ରିକେଟରେ , ପ୍ରାୟ ସବୁଠାରେ ଯୁବ ଖେଳାଳୀମାନଙ୍କ କମାଲ ଦେଖିବାକୁ ମିଳୁଛି।

ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ଵରେ ଚେନ୍ନାଇ ସୁପର କିଙ୍ଗସ ଦଳର ଓପନିଙ୍ଗ ଦାୟୀତ୍ୱ ସମ୍ଭାଳି ଥିବା ଋତୁରାଜ ଗାଏକକୱାଡ଼ଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ।ଋତୁରାଜ ଗାଏକୱାଡ଼ ନିଜ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ଗତ ଆଇପିଏଲରେ ପର୍ପଲ କ୍ୟାପ୍ ହୋଲଡ଼ର ଥିବା ବେଳେ ଦ୍ରୁତ ଶତକୀୟ ରେକର୍ଡ କରିଥିଲେ। ସେଥିପାଇଁ ଚେନ୍ନାଇ ସୁପର କିଙ୍ଗସ ୪ ଜଣ ରିଟେନ ଲିଷ୍ଟରେ ତାଙ୍କ ନାମ ସାମିଲ କରିଛି।

ଋତୁରାଜ ଗାଏକୱାଡ଼ ଆଇପିଏଲରେ ଉତ୍ତମ ପ୍ରଦର୍ଶନ ପରେ ଟିମ ଇଣ୍ଡିଆରେ ଖେଳିବାକୁ ମଧ୍ୟ ତାଙ୍କୁ ସୁଯୋଗ ମିଳିଥିଲା। ଏହାପରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ତାଙ୍କୁ ମହାରାଷ୍ଟ୍ରର ଅଧିନାୟକ ପଦ ଦିଆ ଯାଇଛି। ୨୦ ଜଣ ସଦସ୍ୟଙ୍କୁ ନେଇ ତିଆରି କରାଯାଇଥିବା ଏହି ଦଳରେ ରାହୁଲ ତ୍ରିପାଠୀଙ୍କୁ ଉପଅଧିନୟକ କରାଯାଇଛି। ଏହି ଟ୍ରଫିରେ ମହାରାଷ୍ଟ୍ର ଦଳ ଗ୍ରୁପ-ଡ଼ି ରେ ରହିଛି। ଏହାର ସମସ୍ତ ମ୍ୟାଚ ରାଜକୋଟ ଖେଳାଯିବ। ଏହି ଗ୍ରୁପରେ ମଧ୍ୟପ୍ରଦେଶ, ଛତିଶଗଡ଼, କେରଳ,ଉତ୍ତରାଖଣ୍ଡ ଚଣ୍ଡିଗଡ଼ ଦଳ ରହିଛି।

ମହାରାଷ୍ଟ୍ରର ପ୍ରଥମ ମ୍ୟାଚ ମଧ୍ୟପ୍ରଦେଶ ବିପକ୍ଷରେ ଥିଲା। ଏହି ମ୍ୟାଚରେ ମଧ୍ୟପ୍ରଦେଶ ପ୍ରଥମ ବ୍ୟଟିଂ କରି ୫୦ ଓଭରରେ ୩୨୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ମହାରାଷ୍ଟ୍ର ୫ ଟି ୱିକେଟ ହରାଇ ଏହି ଲକ୍ଷ୍ୟକୁ ହାସିଲ କରି ନେଇଥିଲା। ଏହି ମ୍ୟାଚରେ ଅଧିନାୟକ ଋତୁରାଜ ଗାଏକୱାଡ଼ ୧୧୨ ବଲରେ ୧୩୬ ରନ କରିଥିଲେ। ଏଥିରେ ୧୪ ଟି ଚୌକ ଓ ୪ ଟି ଛକା ସାମିଲ ଥିଲା। ନିଜର ଆଇପିଏଲ ପ୍ରଦର୍ଶନର ଚମକ ସେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଦେଖାଉଛନ୍ତି।

ଋତୁରାଜ ଗାଏକୱାଡ଼ ଆଇପିଏଲ ୨୦୨୧ ରେ ୪୫ ଅଉସତରେ ୬୩୫ ରନ ସଂଗ୍ରହ କରିଥିଲେ। ସେଥିପାଇଁ ସେ ବର୍ତ୍ତମାନ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଭାବେ ଦାୟୀତ୍ବ ତୁଲାଇବେ। ବିଜୟ ହଜାରେ ଟ୍ରଫିରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମହାରାଷ୍ଟ୍ର ଦଳ ଅଧିକ ଶକ୍ତିଶାଳୀ ହୋଇଯାଇଛି ଏବଂ ଟ୍ରଫି ଜିତିବା ନେଇ ଆଶା ମଧ୍ୟ ବଢି ଯାଇଛି। ସୂଚନାଯୋଗ୍ୟ ଯେ ତାଙ୍କର ଉତ୍ତମ ପ୍ରଦର୍ଶନ ପାଇଁ ସେ ଆଗାମୀ ସମୟରେ ଭାରତୀୟ ଦଳର ଓପନର ଭାବେ ମଧ୍ୟ ଦେଖିବାକୁ ମିଳିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *