IPL 2022 ର ଏକ ମୁକାବିଲା ଯାହାକି CSK ଏବଂ SRH ଭିତରେ ହେଉଛି। ଏହି ମ୍ୟାଚରେ ଆଗ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ ନିର୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୨ ରନ କରିଛି।

୨୦୨୧ IPL ରେ ଅଧିକ ରନ ବନାଇଥିବା ବ୍ୟାଟ୍ସମାନ ଋତୁରାଜ ଗାଏକୱାଡ଼ ଫର୍ମକୁ ଫେରିଛନ୍ତି। ସେ ଆକର୍ଷଣୀୟ ବ୍ୟାଟିଂର ପ୍ରଦର୍ଶନ କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ସେ ୫୭ ବଲରେ ୯୯ ରନ କରିଛନ୍ତି। ତାଙ୍କର ଏହି ପାରିରେ ୬ଟି ଛକା ଏବଂ ୬ଟି ଚୌକା ଆସିଛି। ଷ୍ଟ୍ରାଇକ ରେଟ ତାଙ୍କର ୧୭୩.୬୮ ଅଟେ। ସେ ଓପନ ଆସି ଭଲ ଭଲ ସର୍ଟସ ଖେଳିଥିଲେ। ତାଙ୍କ ସହ ଅପରପକ୍ଷରେ ଥିବା ବ୍ୟାଟ୍ସମାନ ଡେଭନ କନୱେ ୫୫ ବଲରେ ୮୫ କରିଥିଲେ। ସେ ୪ଟି ଛକା ଓ ୮ଟି ଚୌକା ଲଗାଇଥିଲେ।
ତେବେ ଚେନ୍ନାଇର ଅଧିନାୟକ ପଦ ଧୋନି ସମ୍ଭାଳୁଛନ୍ତି। IPL 2022 ର ପୂର୍ବ ମ୍ୟାଚ ମାନଙ୍କରେ କ୍ୟାପଟେନସି ଜାଡେଜା କରୁଥିଲେ ହେଲେ ସେ କ୍ୟାପଟେନସି ଛାଡ଼ିଦେଇଛନ୍ତି। ତେବେ IPL ଇତିହାସରେ ଚେନ୍ନାଇ ୪ ଥର ଚମ୍ପିୟନ ହୋଇଛି। ତାହା ଧୋନିଙ୍କ ନେତୃତ୍ୱରେ।

ତେବେ ଏହି IPL ରେ ଚେନ୍ନାଇ ଏତେ ଖାସ ପ୍ରଦର୍ଶନ କରିନାହିଁ। ଦଳ ହାଇଦ୍ରାବାଦ ମ୍ୟାଚ ପୂର୍ବରୁ ୮ଟି ମ୍ୟାଚ ଖେଳି ୨ଟି ଜିତିଛି। ଯେବେକି ଦଳ ୬ଟି ହାରିଛି। ଚେନ୍ନାଇ ପଏଂଟସ୍ ଟେବୁଲରେ ନମ୍ବର ୯ ରେ ଅଛି। ୧୦ମ ସ୍ଥାନରେ ମୁମ୍ବାଇ ଅଛି ଯିଏକି ୯ଟି ମ୍ୟାଚରୁ ଗୋଟିଏ ଜିତିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।