ଏହି କ୍ଷେତ୍ରରେ ସଚିନଙ୍କ ସହ ବରାବରୀ କଲେ ଗାଏକୱାଡ! ବନିଲେ ଚତୁର୍ଥ ଖେଳାଳି

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୩ର ରୋମାଞ୍ଚ ଜାରି ରହିଛି। ଯେଉଁଠାରେ ଅନେକ ଟି ୨୦ ଲିଗରେ ଖେଳାଳି ନିଜର ପ୍ରତିଭା ଦେଖାଉଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଅଧୀନ ଚେନ୍ନାଇ ସୁପର କିଙ୍ଗସର ଓପନର ଋତୁରାଜ ଗାଏକୱାଡ ଏହି ସିଜନରେ ବହୁତ ଭଲ ଫର୍ମରେ ଅଛନ୍ତି।

ସେ ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଅର୍ଦ୍ଧଶତକ ଲଗାଇଛନ୍ତି। ସେହିପରି ରାଜସ୍ଥାନ ବିପକ୍ଷରେ ସେ ଗତ ରାତି ୪୭ ରନର ଜବରଦସ୍ତ ପ୍ରଦର୍ଶନ ଦେଖାଇଛନ୍ତି। ଏହା ସତ୍ତ୍ୱେ ଚେନ୍ନାଇକୁ ଏହି ମ୍ୟାଚରେ ୩୨ ରନର ପରାଜୟ ମିଳିଥିଲା। ନିଜର ଏହି ୪୭ ରନର ପାରି ସହିତ ଗାଏକୱାଡ ନିଜକୁ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ କରିଛନ୍ତି।

ଗତ ୨୭ ତାରିଖ ଦିନ ଜୟପୁରର ସବାୟୀ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଗାଏକୱାଡ ଏହି ୧୫୦୦ ରନର ରେକର୍ଡ କରିଛନ୍ତି। ସେ ସର୍ବମୋଟ ୪୪ ଟି ମ୍ୟାଚରେ ୧୫୦୦ ରନର ରେକର୍ଡ କରିଛନ୍ତି। ସଚିନ ତେନ୍ଦୁଲକର ମଧ୍ୟ ୪୪ ଟି ମ୍ୟାଚ ରେ ୧୫୦୦ ରନର ରେକର୍ଡ କରିଥିଲେ।

ଆଇପିଏଲ ଇତିହାସରେ ସବୁଠାରୁ ଶୀଘ୍ର ୧୫୦୦ ରନ୍ କରିବା ରେକର୍ଡରେ ଅଷ୍ଟ୍ରେଲଆର ବ୍ୟାଟ୍ସମ୍ୟାନ୍ ସନ ମାର୍ସଙ୍କ ନାମ ଲିପିବଦ୍ଧ ହୋଇଛି। ସେ ଆଇପିଏଲ ର ୩୬ ଟି ମ୍ୟାଚରେ ୧୫୦୦ ରନ୍ କରିଥିଲେ। ସେହିପରି ସବୁଠାରୁ ଦ୍ରୁତ ୧୫୦୦ ରନ୍ କରିବାରେ ଦ୍ଵିତୀୟ ସ୍ଥାନରେ ଅଛି କ୍ରିସ ଗେଲଙ୍କ ନାମ।ସେ ସର୍ବମୋଟ ୩୭ଟି ମ୍ୟାଚ୍ ରେ ୧୫୦୦ ରନ୍ କରିଥିଲେ।

ଆଇପିଏଲ ରେ ସବୁଠାରୁ ଦ୍ରୁତ ୧୫୦୦ ରନ କରିଥିବା ଖେଳାଳି :
ସନ୍ ମାର୍ଶ – ୩୬ ମ୍ୟାଚ
କ୍ରିସ୍ ଗେଲ୍ – ୩୭ ମ୍ୟାଚ
ମାଇକ୍ ହସି – ୪୦ ମ୍ୟାଚ

ଆଇପିଏଲ ୨୦୨୩ରେ ଗାଏକୱାଡଙ୍କ ପ୍ରଦର୍ଶନ :
ଏହି ସିଜନରେ ଗାଏକୱାର୍ଡଙ୍କ ବହୁତ ଭଲ ପ୍ରଦର୍ଶନ ରହିଛି। ସିଏସକେ ପାଇଁ ସେ ବହୁତ ଭଲ ରନ୍ ମଧ୍ୟ କରିଛନ୍ତି। ଏବେ ପର୍ଯ୍ୟନ୍ତ ୮ ଟି ମ୍ୟାଚ୍ ରେ ତାଙ୍କର ୧୪୯.୫୨ ର ଷ୍ଟ୍ରାଇକ ରେଟ ରହିଛି ଓ ହାରାହାରି ୪୫.୨୯ ରେ ସେ ୩୧୭ ରନ୍ କରିଛନ୍ତି। ଏହି ସିଜନରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୯୨ ହୋଇଅଛି। ସେ ଦୁଇଟି ଅର୍ଦ୍ଧଶତକ ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *