ବ୍ୟୁରୋ ନ୍ୟୁଜ: ଟିମ ଇଣ୍ଡିଆକୁ ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ସହ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଖେଳିବାର ଅଛି। ସିରିଜ ପାଇଁ ବିସିସିଆଇ ୧୮ ଜଣିଆ ଟିମ ଘୋଷଣା କରିଛନ୍ତି। ଚେତନ ଶର୍ମାଙ୍କ ଦ୍ଵାରା ବସିଥିବା ସିଲେକ୍ସନ କମିଟି ଯୁବ ଖେଳାଳି ଋତୁରାଜ ଗାୟକବାଡ ଓ ଭେଙ୍କଟେସ ଅୟରଙ୍କୁ ଟିମରେ ସାମିଲ କରାଯାଇଛି। ଦୁଇ ଖେଳାଳି ଅଳ୍ପ ଦିନ ତଳେ ବିଜୟ ହଜାରେ ଏକଦିବସିୟରେ ସୁନ୍ଦର ପ୍ରଦର୍ଶନ କରିବାର ନଜର ଆସିଥିଲେ। ସିନିୟର ଖେଳାଳି ଶିଖର ଧାୱନଙ୍କୁ ଟିମରେ ସାମିଲ କରାଯାଇଛି କିନ୍ତୁ ତାଙ୍କୁ ଚୂଡାନ୍ତ ଏକାଦଶରେ ଜାଗା ମିଳିବା କଷ୍ଟକର ହୋଇପାରେ। ସେ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ମୋଟ ୫୭ ଶତକ ମାରିସାରିଛନ୍ତି। ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜ ୧୯, ୨୧ ଓ ୨୩ ଜାନୁଆରୀକୁ ଖେଳାଯିବାର ଅଛି।

ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକବାଡ଼ଙ୍କ କଥା କହିବା ତ ସେ ବିଜୟ ହଜାରେ ଟ୍ରଫିରେ ସବୁଠୁ ଅଧିକ ୬୦୩ ରନ କରିଥିଲେ। ସେ ୫ ଟି ପାରିରେ ୪ ଟି ଶତକ ମାରିଥିଲେ। ତାଙ୍କର ଔସତ ୧୫୧ ଥିଲା ଓ ଷ୍ଟାଇକ ରେଟ ୧୧୩ର ରହିଥିଲା। ଏହା ପୂର୍ବରୁ ଆଇପିଏଲ ୨୦୨୧ରେ ମଧ୍ୟ ସେ ସବୁଠୁ ଅଧିକ ରନ କରିଥୁବା ବ୍ୟାଟ୍ସମ୍ୟାନ ଥିଲେ। ତାଙ୍କର ମୋଟ ଲିଷ୍ଟ ଏ କ୍ୟାରିଅରର କଥା କହିବା ତ ସେ ୬୩ ଟି ପାରିରେ ୫୫ର ଔସତରେ ୩୨୮୪ ରନ କରିଥିଲେ। ଏଥିରେ ସେ ୧୧ ଶତକ ଓ ୧୬ ଅର୍ଦ୍ଧଶତକ ମାରିଛନ୍ତି। ସେ ୧୮୭ ରନର ନଟ ଆଉଟ ବିଶିଷ୍ଟ ବଡ଼ ପାରି ଖେଳିଥିଲେ। ରୋହିତ ନଥିବା କାରଣରୁ ସେ ରାହୁଲଙ୍କ ସହ ଓପନିଙ୍ଗ କରିପାରନ୍ତି।
ଅୟର ମଧ୍ୟ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ଦେଖାଇଛନ୍ତି ଦମ:ଭେଙ୍କଟେସ ଅୟର ବିଜୟ ହଜାରେ ଟ୍ରଫିରେ ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟା ଯାକରେ ଭଲ ପ୍ରଦର୍ଶନ କରିଛନ୍ତି। ୨୭ ବର୍ଷୀୟ ଏହି ଖେଳାଳି ୬ ଟି ପାରିରେ ୬୩ର ଔସତରେ ୩୭୯ ରନ କରିଥିଲେ। ଏଥିରେ ତାଙ୍କର ଦୁଇଟିଶତକ ଓ ଗୋଟେ ଅର୍ଦ୍ଧଶତକ ସାମିଲ ଥିଲେ। ଏହି ସମୟରେ ତାଙ୍କ ଷ୍ଟାଇକ ରେଟ ୧୩୪ର ରହିଛି। ସେ ୧୫୧ ରନର ବଡ଼ ପାରି ଖେଳିଥିଲେ। ଏହି ପ୍ରେସର ୯ ଟି ୱିକେଟ ମଧ୍ୟ ନେଇଛନ୍ତି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ସହ ଟି-୨୦ ସିରିଜରେ ମଧ୍ୟ ତାଙ୍କୁ ମୌକା ଦିଆଯାଇଥିଲା। ତାଙ୍କର ମୋଟ ଲିଷ୍ଟ ଏ କ୍ୟାରିଅର କଥା କହିବାତ ସେ ୨୮ ପାରିରେ ୫୧ର ଔସତରେ ୧୨୨୮ ରନ କରିଛନ୍ତି। ସେ ଏଥିରେ ୪ ଟି ଶତକ ଓ ୪ ଟି ଅର୍ଦ୍ଧଶତକ ମାରିଛନ୍ତି। ସେ ୩୧ ର ଔସତରେ ୧୯ ୱିକେଟ ମଧ୍ୟ ନେଇଛନ୍ତି।
TEAM : KL Rahul (Capt), Shikhar Dhawan, Ruturaj Gaekwad, Virat Kohli, Surya Kumar Yadav, Shreyas Iyer, Venkatesh Iyer, Rishabh Pant (wk), Ishan Kishan (wk), Y Chahal, R Ashwin, W Sundar, J Bumrah (VC), Bhuvneshwar Kumar,Deepak Chahar, Prasidh Krishna, Shardul Thakur, Mohd. Siraj
— BCCI (@BCCI) December 31, 2021
ଧୱନ କରିଥିଲେ ୫୬ ରନ:ଶିଖର ଧାୱନଙ୍କ କଥା କହିବା ତ ସେ ୫ ଟି ପାରିରେ ୫୬ ରନ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୧୮ ରନ ଅଟେ। ତେଣୁ କୋଚ ରାହୁଲ ଦ୍ରାଭିଡ ଆରମ୍ଭ ମ୍ୟାଚରେ ଋତୁରାଜ ଗାୟକବାଡ଼ଙ୍କୁ ମୌକା ଦେଇପାରନ୍ତି। ଯଦି ସେ ଭଲ ପ୍ରଦର୍ଶନ କରିବେ ତେବେ ଧୱନଙ୍କ ପାଇଁ ଫେରିବା କଷ୍ଟକର ହୋଇଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।