ଚମକିଲେ ଯୁବ CSK ଷ୍ଟାର ଋତୁରାଜ! ଶତକ ପରେ ଶତକ, ହେଲେ କାହିଁକି ମିଳୁନି ସୁଯୋଗ? କଣ ରହିଛି କାରଣ

କ୍ରିକେଟ ଜଗତରେ ଚାଲିଛି ଯୁବ ତାରକା ମାନଙ୍କ ରାଜ୍ । କ୍ରିକେଟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଯୁବ ତାରକା ମାନେ। ଆଇପିଏଲଠୁ ଆରମ୍ଭ କରି ଅନ୍ତର୍ଜାତୀୟ ଏକ ଦିବସୀୟ କିମ୍ବା ଟି-ଟ୍ୱେଣ୍ଟି କ୍ରିକେଟରେ ଯୁବ ଖେଳାଳୀମାନଙ୍କ କମାଲ ଦେଖିବାକୁ ମିଳୁଛି।

Google

ଚଳିତ ବିଜୟ ହଜାରେ ଟ୍ରଫିରେ ଋତୁରାଜ ଗାଏକବାଡ଼ଙ୍କ ଲଢୁଆ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ଵରେ ଚେନ୍ନାଇ ସୁପର କିଙ୍ଗସ ଦଳର ଓପନିଙ୍ଗ ଦାୟିତ୍ୱ ସମ୍ଭାଳି ଥିବା ଋତୁରାଜ ଗାଏକବାଡ଼ଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ। ଋତୁରାଜ ଗାଏକବାଡ଼ ନିଜ କ୍ୟାରିଅରର ଭଲ ପ୍ରଦର୍ଶନ କରୁଛନ୍ତି। ବିଜୟ ହଜାରେ ଟ୍ରଫିରେ ସେ ପାଞ୍ଚଟି ମ୍ୟାଚରେ ଚାରୋଟି ଶତକ ହାସଲ କରିସାରିଛନ୍ତି।

ମଙ୍ଗଳବାର ହୋଇଥିବା ଚଣ୍ଡିଗଡ଼ ବିପକ୍ଷ ମ୍ୟାଚରେ ସେ ୧୩୨ ବଲରୁ ୧୬୮ ରନ ସଂଗ୍ରହ କରିଥିଲେ। ଏଥିରେ ୧୨ ଟି ଚୌକା ଓ ୬ ଟି ଛକା ସାମିଲ ଥିଲା। ଏହା ପୂର୍ବରୁ ମଧ୍ୟ ସେ ତିନୋଟି ଶତକ ଲଗାଇ ସାରିଛନ୍ତି। ସେ ମଧପ୍ରଦେଶ ବିପକ୍ଷରେ ୧୩୬ ରନ,ଛତିଶଗଡ଼ ବିପକ୍ଷରେ ୧୫୪ ରନ ଏବଂ କେରଳ ବିପକ୍ଷରେ ୧୫୪ ରନର ଧୂଆଁଧାର ଶତକ ହାସଲ କରିଥିଲେ। ଏକ ଲିଗରେ ଚାରୋଟି ଶତକ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ସେ ଚତୁର୍ଥ ଖେଳାଳି ଅଟନ୍ତି। ତାଙ୍କ ଆଗରୁ ବିରାଟ କୋହଲି , ପୃଥ୍ବୀ ସ୍ୱ ଏବଂ ଦେବିଦତ ପାଡିକଲ ଏହିପରି କାରନାମା କରିସାରିଛନ୍ତି।

ମହାରାଷ୍ଟ୍ରର ଅଧିନାୟକ ଋତୁରାଜ ଗାଏକବାଡ଼ ଏହି ସିଜିନ ରେ ୫ ଟି ମ୍ୟାଚରେ ୧୪୫ ଅଉସତରେ ୬୦୩ ରନ ହାସଲ କରିସାରିଛନ୍ତି। ଏଥିରେ ତାଙ୍କ ଷ୍ଟ୍ରାଇକ ରେଟ ୧୦୮.୨୦ ରହିଛି। ଋତୁରାଜ ଗାଏକବାଡ଼ ଆଇପିଏଲ ୨୦୨୧ ରେ ୪୫ ଅଉସତରେ ୬୩୫ ରନ ସଂଗ୍ରହ କରିଥିଲେ। ସେଥିପାଇଁ ସେ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଭାବେ ଦାୟୀତ୍ବ ତୁଲାଇବେ। ବିଜୟ ହଜାରେ ଟ୍ରଫିରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମହାରାଷ୍ଟ୍ର ଦଳ ଅଧିକ ଶକ୍ତିଶାଳୀ ହୋଇଯାଇଛି ଏବଂ ଟ୍ରଫି ଜିତିବା ନେଇ ଆଶା ମଧ୍ୟ ବଢି ଯାଇଛି। ସୂଚନାଯୋଗ୍ୟ ଯେ ରୋହିତ ଶର୍ମାଙ୍କ ହାର୍ମଷ୍ଟ୍ରିଙ୍ଗ ଇଂଜୁରୀ ପରେ ଋତୁରାଜଙ୍କୁ ତାଙ୍କର ଉତ୍ତମ ପ୍ରଦର୍ଶନ ପାଇଁ ସାଉଥ ଆଫ୍ରିକା ଦଳରେ ସ୍ଥାନ ମିଳିପାରେ। ଆଗାମୀ ସମୟରେ ଭାରତୀୟ ଦଳର ଓପନର ଭାବେ ମଧ୍ୟ ତାଙ୍କୁ ଦେଖିବାକୁ ମିଳବାର ଯଥେଷ୍ଟ ସମ୍ଭାବନା ରହିଛି।

ତାଙ୍କର ଏହି ଫର୍ମ ଚମତ୍କାର ଅଟେ। କଣ ODI କିମ୍ବା T-20 ରେ ତାଙ୍କୁ ଚାନ୍ସ ଦେବା ଉଚିତ? ସେ ଚେନ୍ନାଇ ସୁପର କିଙ୍ଗସ ପାଇଁ ମଧ୍ୟ IPL ରେ ଭଲ ପ୍ରଦର୍ଶନ କରିଥିଲେ। କଣ ଆପଣଙ୍କ ମତ? ଆମକୁ କମେଣ୍ଟରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *