ଅନୁଭବୀ ପ୍ରେସର ୩୮ ବର୍ଷ ବୟସରେ ନାଲି ବଲ କ୍ରିକେଟରେ ପୁଣି ଖେଳିବାକୁ ପ୍ରସ୍ତୁତ। ୨୦୧୩ ଆଇପିଏଲରେ ଫିକ୍ସିଂ ମାମଲାରେ ଫସିବା ପରଠୁ ସେ କ୍ରିକେଟରୁ ଦୂରରେ ଅଛନ୍ତି। ତାଙ୍କ ଉପରେ ପ୍ରଥମଥର ଜୀବନସାରା ନଖେଳିବାର ବ୍ୟାନ ଲାଗିଥିଲା ଯାହାକୁ ପରେ ୭ ବର୍ଷ କରିଦିଆଯାଇଥିଲା। ଏବେ ଶ୍ରୀସାନ୍ତଙ୍କୁ ଫାଷ୍ଟକ୍ଳାସ ମ୍ୟାଚରେ କେରଳ ଟିମ ୨୪ ଜଣିଆ ସଦସ୍ୟ ଟିମରେ ଜାଗା ଦେଇଛି। ଶ୍ରୀସାନ୍ତ ପ୍ରାୟ ୯ ବର୍ଷ ପରେ କ୍ରିକେଟର ଏହି ଫର୍ମାଟକୁ ଫେରିଛନ୍ତି। ସେ ବର୍ଷ ୨୦୧୩ରେ ଶେଷଥର ଫାଷ୍ଟକ୍ଳାସ ମ୍ୟାଚ ଖେଳିଥିଲେ। ଇରାନୀ କପରେ ସେ ଶେଷ ଭାରତ ତରଫରୁ ମୁମ୍ବାଇ ବିରୁଦ୍ଧରେ ଖେଳିଥିଲେ। କେରଳ ଟିମରେ ଜାଗା ମିଳିବା ପରେ ଶ୍ରୀସାନ୍ତ ସୋସିଆଲ ମିଡ଼ିଆରେ ନିଜର ଏକ ଭିଡ଼ିଓ ସେୟାର କରି ଖୁଶି ଜଣାଇଛନ୍ତି।
ଶ୍ରୀସାନ୍ତ ସେୟାର କଲେ ଭିଡ଼ିଓ:
Feels great to be back after 9 years playing Ranji trophy for my lovely state really grateful to each and everyone of u,lots of love and respect.❤️#grateful #cricket #love #kerala #cricketer #ranjitrophy #redball #neverevergiveup #comeback #time #phoenix pic.twitter.com/huiNsFgC83
— Sreesanth (@sreesanth36) December 26, 2021
ଶ୍ରୀସାନ୍ତ କହିଛନ୍ତି ମୋ ରାଜ୍ୟପାଇଁ ୯ ବର୍ଷ ପରେ କ୍ରିକେଟକୁ ଫେରିବା ପରେ ବହୁତ ଖୁସି ଅନୁଭବ ହେଉଛି। ଏଥିପାଇଁ ସମସ୍ତଙ୍କ ପାଖରେ ମୁଁ ରୁଣୀ ଅଟେ। ଶ୍ରୀସାନ୍ତ ଆଇପିଏଲରେ ସ୍ପୋର୍ଟ ଫିକ୍ସିଙ୍ଗ ମାମଲାରେ କଥିତ ରୂପରେ ସାମିଲ ଥିଲେ। ଯେଉଁଠି ତାଙ୍କୁ ଅଜିତ ଚନ୍ଦିଲା ଓ ଅଙ୍କିତ ଚୌହାନଙ୍କ ସହିତ ମୁମ୍ବାଇ ପୋଲିସ ଗିରଫ କରିଥିଲା। ଏହି ଭାରତୀୟ ବୋଲର ପୂର୍ଵ ସିରିଜରେ ସୈହଦ ମୁସ୍ତାକ ଅଲ୍ଲୀ ଟ୍ରଫିର ସବୁଠୁ ଛୋଟ ଫର୍ମାଟରେ ଫେରିଥିଲେ।
ବ୍ୟାଟ୍ସମ୍ୟାନ ସଚିନ ବେବି ଏଥର କେରଳର ଅଧିନାୟକତ୍ୱ କରିବେ। ଯେବେକି ୱିକେଟ କିପର ବ୍ୟାଟ୍ସମ୍ୟାନ ବିଷ୍ଣୁ ବିନୋଦ ଉପଅଧିନାୟକ କରାଯାଇଛନ୍ତି। ସେହିପରି ସୈହଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ବିଜୟ ହଜାରେ ଏକଦିବସିୟରେ କେରଳର ଅଧିନାୟକତ୍ୱ କରିଥିବା ସଞ୍ଜୁ ସୈମସନ କେବଳ ରଣଜୀ ଟ୍ରଫିରେ ଖେଳିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।